ମାତୃଭାଷାକୁ ଯିଏ ଭଲପାଏ ସେ କେଉଁ ଭାଷାକୁ ଡରେନି: ସୌମ୍ୟରଞ୍ଜନ

Advertisment
ସାମ୍ନାକୁ ଆସିଲା ବିଦ୍ୟୁତ୍‌ ବିଲ୍‌ରେ କେଳେଙ୍କାରୀ: ଗ୍ରାହକଙ୍କଠୁ ନେଇଥିବା ଅଧିକ ଟଙ୍କା ସୁଧ ସହ ଫେରାଅ

ଭୁବନେଶ୍ୱର: ମୁଁ ଓଡିଆ ଭାଷାକୁ ଭଲପାଏ । ଓଡିଆ ମୋ ମାଆ, ଇଂରାଜୀ ମୋ ମାଉସୀ । ମାତୃଭାଷାକୁ ଯିଏ ଭଲପାଏ ସେ କେଉଁ ଭାଷାକୁ ଡରେନି, କିଛି ଏଭଳି ମତ ରଖିଛନ୍ତି ଖଣ୍ଡପଡ଼ା ବିଧାୟକ ତଥା ସମ୍ବାଦର ସମ୍ପାଦକ ସୌମ୍ୟ ରଞ୍ଜନ ପଟ୍ଟନାୟକ | କନକ ନ୍ୟୁଜ ପକ୍ଷରୁ ଆୟୋଜିତ  ଓଡିଶା ଏଜୁକେସନ କନକ୍ଲେଭ୍ ୨୦୧୯ ଉତ୍କର୍ଷରେ ସୌମ୍ୟ ରଞ୍ଜନ ମାତୃଭାଷାକୁ ଗୁରୁତ୍ୱ ଦେଇଛନ୍ତି | ସରକାରୀ ସୁବିଧା ସତ୍ୱେ ଆମ ପିଲା ପଛରେ ରହିଛନ୍ତି ଓ ଓଡିଆ ପ୍ରତି ଇଚ୍ଛାଶକ୍ତି ଥିଲେ ସବୁ ସମ୍ଭବ ବୋଲି ସୌମ୍ୟରଞ୍ଜନ କହିଛନ୍ତି |

publive-image

ଓଡିଶା ଏଜୁକେସନାଲ କନକ୍ଲେଭର ୨ୟ ସଂସ୍କରଣ ‘ଉତ୍କର୍ଷ-୨୦୧୯’ରେ ଇଷ୍ଟର୍ଣ୍ଣ ମିଡିଆ ଗ୍ରୁପ ଅଧ୍ୟକ୍ଷ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ଉଦବୋଧନ ଦେଇ କହିଛନ୍ତି ଯେ ଶିକ୍ଷାର ଗୁଣାତ୍ମକ ମାପକାଠିରେ ବି ଆଜି ପିଲା ପଛରେ ଅଛନ୍ତି | ଏଠାରେ ସୂଚନା ଥାଉ କି ପ୍ରତିଯୋଗିତାମୂଳକ ବ୍ୟବସ୍ଥା କିଭଳି ଆମର ସୃଜନଶୀଳତାକୁ ନଷ୍ଟ କରିଦେଉଛି , ଶିକ୍ଷା କ୍ଷେତ୍ରରେ କର୍ପୋରେଟଙ୍କ କଣ ସାମାଜିକ ଦାୟିତ୍ୱ ରହିଛି ଓ ପିଲାମାନଙ୍କ ପ୍ରତି ଅଭିଭାବକମାନଙ୍କର କଣ କଣ ସବୁ ଦାୟିତ୍ୱ ରହିଛି ସେ ନେଇ ଆଲୋଚନା ଜାରି ରହିଛି |

publive-image

କାର୍ଯ୍ୟକ୍ରମରେ ସଂସ୍କୃତି ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠାତା ଅଧ୍ୟକ୍ଷ ପଦ୍ମଶ୍ରୀ ଗୌରୀ ଈଶ୍ୱରନ୍ ଯୋଗ ଦେଇ କହିଛନ୍ତି ଯେ ଦେଶର ସବୁ କୋଣରେ ଶିକ୍ଷା ପହଞ୍ଚିବା ଦରକାର । ଈଶ୍ୱରନ କହିଛନ୍ତି ଯେ ବର୍ତ୍ତମାନର ଶିକ୍ଷା ପଦ୍ଧତି ଉପରେ ଧ୍ୟାନ ଦିଆଯାଉ । କେଉଁ କ୍ଷେତ୍ରରେ ପିଲାର ଦକ୍ଷତା ରହିଛି ଅଭିଭାବକ ନଜର ଦିଅନ୍ତୁ |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe