ଉତ୍‌କେଲା ଓ ଜୟପୁର ଏୟାରଷ୍ଟ୍ରିପ୍‌ ଉନ୍ନତୀକରଣ ପାଇଁ ଖର୍ଚ୍ଚ ହେବ ୧୬୬କୋଟି

Advertisment
ଉତ୍‌କେଲା ଓ ଜୟପୁର ଏୟାରଷ୍ଟ୍ରିପ୍‌ ଉନ୍ନତୀକରଣ ପାଇଁ ଖର୍ଚ୍ଚ ହେବ ୧୬୬କୋଟି

ଭୁବନେଶ୍ୱର : ଉଡ଼ାଣ ଯୋଜନାରେ ଜୟପୁର ଓ ଉତ୍‌କେଲାକୁ ବିମାନ ସେବା ଆରମ୍ଭ ହେବାକୁ ଥିବାରୁ ଏହି ଦୁଇଟି ଏୟାରଷ୍ଟ୍ରିପ୍‌ର ଉନ୍ନତିକରଣ ପାଇଁ ରାଜ୍ୟ ସରକାର ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛନ୍ତି। ଦୁଇଟି ଯାକ ଏୟାରଷ୍ଟ୍ରିପ୍‌ର ଉନ୍ନତିକରଣ ପାଇଁ ପୂର୍ତ୍ତ ବିଭାଗର ମୁଖ୍ୟ ଯନ୍ତ୍ରୀ (ରାସ୍ତା) ଡିପିଆର୍‌ ପ୍ରସ୍ତୁତ କରିଛନ୍ତି। ଏଥିରେ ଦୁଇଟି ଯାକ ଏୟାର ଷ୍ଟ୍ରିପ୍‌ ପାଇଁ ୧୬୬କୋଟି ଟଙ୍କା ଖର୍ଚ୍ଚ ହେବା ବୋଲି ପ୍ରସ୍ତାବ ଦିଆଯାଇଛି। ଏହି ଡିପିଆର୍‌ ଖୁବ୍‌ ଶୀଘ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟକୁ ପଠାଯିବ ବୋଲି ନିଷ୍ପତ୍ତି ହୋଇଛି।

ରାଜ୍ୟ ସରକାରଙ୍କ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଏହି ଦୁଇଟି ଯାକ ଏୟାରଷ୍ଟ୍ରିପ୍‌ର ଉନ୍ନତିକରଣ କାର୍ଯ୍ୟରେ ରନେଓ୍ଵ ନିର୍ମାଣ ଓ ମରାମତି, ବିମାନବନ୍ଦର ପାଇଁ ଆନୁଷଙ୍ଗିକ ସୁବିଧାସୁଯୋଗ, ଟର୍ମିନାଲ, ଚେକିଂ ବ୍ୟବସ୍ଥା ଆଦି କରିବା ପାଇଁ ଡିପିଆର୍‌ ପ୍ରସ୍ତୁତ ହୋଇଛି। ଏଥିରେ ଉତ୍‌କେଲା ଏୟାରଷ୍ଟ୍ରିପ୍‌ ପାଇଁ ୮୮କୋଟି ୨୭ଲକ୍ଷ ୪୬ହଜାର ଟଙ୍କା ଖର୍ଚ୍ଚ ହେବାକୁ ଥିବାବେଳେ ଜୟପୁର ଏୟାରଷ୍ଟ୍ରିପ୍‌ ପାଇଁ ୭୬କୋଟି ୯୦ଲକ୍ଷ ଟଙ୍କା ଖର୍ଚ୍ଚ ହେବ ବୋଲି ଅଟକଳ ହୋଇଛି। ଏହି ଅର୍ଥର ସିଂହଭାଗ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଦେବାକୁ ଥିବାରୁ ଏହାର ଅନୁମୋଦନ ପାଇଁ ମନ୍ତ୍ରଣାଳୟକୁ ପଠାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe