ମହାପ୍ରଭୁଙ୍କୁ ଏତିକି ଗ୍ରାମ୍‌ ସୁନା ଅଳଙ୍କାର ଦାନ କଲେ ଉତ୍ତରପ୍ରଦେଶର ଭକ୍ତ

ମହାପ୍ରଭୁଙ୍କୁ ଏତିକି ଗ୍ରାମ୍‌ ସୁନା ଅଳଙ୍କାର ଦାନ କଲେ ଉତ୍ତରପ୍ରଦେଶର ଭକ୍ତ

ପୁରୀ: ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ୨୬୮ ଗ୍ରାମ୍‌ ୫୦୦ ମିଲିଗ୍ରାମ୍‌ ସୁନା ଅଳଙ୍କାର ଦାନ କରିଛନ୍ତି ଉତ୍ତରପ୍ରଦେଶର ଭକ୍ତ। ଗାଜିଆବାଦର ସୁଷମା ଶର୍ମା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଂଜନ କୁମାର ଦାସଙ୍କୁ ଭେଟି ଗୁରୁବାର ଦିନ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ସୁନା ଅଳଙ୍କାର ଦାନ କରିଛନ୍ତି। ମହାପ୍ରଭୁଙ୍କ ଭକ୍ତ ସୁଷମା ଶର୍ମା ଗୋଟିଏ ପଥର ଖଚିତ ସୁନା ହାର, ଦୁଇଟି କାନ ପେଣ୍ଡି, ଗୋଟିଏ ମୁଦି,ଏକଟି ଲକେଟ, ଦୁଇଟି କାନ ଟପ ଦାନ କରିଛନ୍ତି। ମୁଖ୍ୟ ପ୍ରଶାସକ ଶ୍ରୀ ଦାସ ଦାତ୍ରୀଙ୍କୁ ରଥ କାଠ, ରଥ ଦଉଡ଼ି, ରଥ କନା, ମହାପ୍ରସାଦ (ନିର୍ମାଲ୍ୟ), ମହାପ୍ରଭୁଙ୍କ ଫୋଟୋ ସମ୍ବଳିତ ଗିଫ୍ଟ ବକ୍ସ ପ୍ରଦାନ କରିଥିଲେ।

publive-image

ଏହା ପୂର୍ବରୁ ଗତବର୍ଷ ଶ୍ରୀମନ୍ଦିରକୁ ଜଣେ ଭକ୍ତ ତଥା ବାଲେଶ୍ବର ଜିଲ୍ଲା ବସ୍ତା ବ୍ଲକ ଅନ୍ତର୍ଗତ ସଦାନନ୍ଦପୁର ଗାଁର ସୁପ୍ରଭା ପଣ୍ଡା ୨୦ ଲକ୍ଷ ଟଙ୍କା ଦାନ କରିଥିଲେ। ସେହିପରି ଏମ୍‌ ଏସ୍‌ କନ୍‌ସଲଟାଣ୍ଟର ମାଲିକ ଡ. ସୌମେନ୍ଦ୍ର ମହାନ୍ତି ଶ୍ରୀମନ୍ଦିରକୁ ୧୦ ଲକ୍ଷ ଟଙ୍କା ଦାନ କରିଥିଲେ। ସେ ଏହି ଦାନ ଟଙ୍କାକୁ ନିଜର ପ୍ରତିନିଧିଙ୍କ ମାଧ୍ୟମରେ ଶ୍ରୀମନ୍ଦିରର ପ୍ରଶାସକ (ଉନ୍ନୟନ) ଅଜୟ କୁମାର ଜେନାଙ୍କୁ ହସ୍ତାନ୍ତର କରିଥିଲେ। ଭୁବନେଶ୍ୱରସ୍ଥିତ ବରମୁଣ୍ଡା ଅଞ୍ଚଳର ଭକ୍ତ ସୁବ୍ରତ ରଥ ୫ଲକ୍ଷ ଟଙ୍କା ଦାନ ଦେବା ସହ ମହାପ୍ରଭୁଙ୍କ ନିତ୍ୟ ବ୍ୟବହାର ନିମନ୍ତେ ମୋଟ ୭ କେଜି ୬୬୨ ମିଲି ଗ୍ରାମ ଓଜନର ୩ ଗୋଟି ରୁପା ଗରା, ୩ ଗୋଟି ରୁପା ଥାଳି, ୬ଗୋଟି ପଞ୍ଚୁ ଓ ପାତ୍ରୀ ଏବଂ ୩ଗୋଟି ଛୋଟ ହାତ ଘଣ୍ଟି ପ୍ରଦାନ କରିଥିଲେ।

ସବୁ ତ ଭଗବାନଙ୍କର କ’ଣ ବା ନିଜର। ମହାପ୍ରଭୁଙ୍କ ପାଦ ତଳେ ସବୁକିଛି ଅଜାଡି ଦେଇ ଜଣେ ବୃଦ୍ଧା ଆତ୍ମହରା ହୋଇ ପଡ଼ିଥିଲେ। ଏହା ଥିଲା ୨୦୧୦ ନଭେମ୍ବର ମାସର ଘଟଣା। ଆନ୍ଧ୍ରପ୍ରଦେଶର ବୈଇରି ବଙ୍କା ଗାଁରେ ଡାଲିମ୍ବ ସାହୁ ଉଠା ଦେକାନଟିଏ କରି ଜୀବନ ଅତିବାହିତ କରୁଛନ୍ତି । ସେ ତାଙ୍କ ସ୍ୱାମୀ ସଞ୍ଚୟ କରିଥିବା ୩୫ହଜାର ଟଙ୍କାକୁ ଶ୍ରୀମନ୍ଦିରକୁ ଦାନ କରି ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe