ଉତ୍ତରକାଶୀ ସୁଡ଼ଙ୍ଗ ଦୁର୍ଘଟଣା: ଗୁରୁବାର ଘରେ ପହଞ୍ଚିବେ ଓଡ଼ିଆ ଶ୍ରମିକ

Advertisment

ଉତ୍ତରକାଶୀରେ ଉଦ୍ଧାର ଶ୍ରମିକଙ୍କ ସ୍ବାସ୍ଥ୍ୟାବସ୍ଥା ବୁଝିଲେ ସାରଦା

ଉତ୍ତରକାଶୀରେ ଉଦ୍ଧାର ଶ୍ରମିକଙ୍କ ସ୍ବାସ୍ଥ୍ୟାବସ୍ଥା ବୁଝିଲେ ସାରଦା

ଉତ୍ତରକାଶୀ ସୁଡ଼ଙ୍ଗ ଦୁର୍ଘଟଣା: ଗୁରୁବାର ଘରେ ପହଞ୍ଚିବେ ଓଡ଼ିଆ ଶ୍ରମିକ
ରାଉରକେଲା: ଦୀର୍ଘ ୧୭ଦିନ ପରେ ଉତ୍ତରକାଶୀ ସୁଡ଼ଙ୍ଗରେ ଫସିରହିଥିବା ଓଡ଼ିଶାର ୫ ଜଣ ଶ୍ରମିକ, ମୋଟ୍‌ ୪୧ ଜଣ ଶ୍ରମିକଙ୍କୁ ସୁରକ୍ଷିତଭାବେ ଉଦ୍ଧାର କରାଯାଇଛି। ସମସ୍ତ ଶ୍ରମିକଙ୍କ ସ୍ବାସ୍ଥ୍ୟାବସ୍ଥା ଠିକ୍‌ ଥିବା ରାଜ୍ୟ ଶ୍ରମମନ୍ତ୍ରୀ ସାରଦା ପ୍ରସାଦ ନାୟକ ସୂଚନା ଦେଇଛନ୍ତି। ଗତ ୫ ଦିନ ହେଲା ଶ୍ରମମନ୍ତ୍ରୀ ଶ୍ରୀ ନାୟକ ଉତ୍ତରକାଶୀରେ ରହି ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇଥିଲେ। ‘ସମ୍ବାଦ’କୁ ପ୍ରତିକ୍ରିୟା ଦେଇ ଶ୍ରୀ ନାୟକ କହିଛନ୍ତି, ପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦରୁ ସମସ୍ତ ଶ୍ରମିକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ସମସ୍ତେ ସୁସ୍ଥ ଅଛନ୍ତି; କିନ୍ତୁ ସ୍ବାସ୍ଥ୍ୟାବସ୍ଥା ଯାଞ୍ଚ ପାଇଁ ହସପିଟାଲକୁ ନିଆଯାଇଛି।
ଉଦ୍ଧାର କାର୍ଯ୍ୟ ସଫଳ ହେବାପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ କଥା ହୋଇଛି।  ଆଗାମୀ ୨୪ ଘଣ୍ଟା ସମସ୍ତଙ୍କୁ ହସପିଟାଲରେ ନିରୀକ୍ଷଣରେ ରଖିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ସମ୍ଭବତଃ ଗୁରୁବାର ଦିନ ସମସ୍ତ ୫ ଜଣ ଓଡ଼ିଆ ଶ୍ରମିକ ଓଡ଼ିଶା ଫେରିବେ। ଏଠାରେ ଥିବା ପରିବାର ସଦସ୍ୟଙ୍କ ସହ ସମସ୍ତ ଓଡ଼ିଆ ଶ୍ରମିକ ସାକ୍ଷାତ କରିସାରିଛନ୍ତି। ଏବେ ହସପିଟାଲକୁ ଯାଇ ପୁନର୍ବାର ସ୍ବାସ୍ଥ୍ୟାବସ୍ଥା ବୁଝିବୁ ବୋଲି ଶ୍ରୀ ନାୟକ କହିଛନ୍ତି। ଉଲ୍ଲେଖଯୋଗ୍ୟ, ଗତ ୨୪ ତାରିଖରେ ଶ୍ରୀ ନାୟକ ଶ୍ରମିକଙ୍କ ଜଣେ ଲେଖାଏ ପରିବାର ସଦସ୍ୟଙ୍କୁ ନେଇ ଉତ୍ତରକାଶୀ ଯାଇଥିଲେ। ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ, କେନ୍ଦ୍ର ସଡ଼କ ପରିବହନ ଓ ଜାତୀୟ ରାଜପଥ ରାଷ୍ଟ୍ରମନ୍ତ୍ରୀ ଭି.‌କେ.ସିଂହଙ୍କ ସହ ମିଶି ଉଦ୍ଧାରକାର୍ଯ୍ୟ ଅନୁଧ୍ୟାନ କରିଥିଲେ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe