ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ଲଢ଼ୁଥିବା ପ୍ରାର୍ଥୀଙ୍କ ମଧ୍ୟରେ ସବୁଠୁ ଧନୀ ଲୋକସଭା ପ୍ରାର୍ଥୀ ହେଉଛନ୍ତି ଭି. ଚନ୍ଦ୍ରଶେଖର ନାଇଡୁ ଆଉ ସବୁଠୁ ଗରିବ ରାଜେନ୍ଦ୍ର କେନ୍ଦ୍ରୁକା, ସମ୍ପତି ମାତ୍ର ୫୬୫ ଟଙ୍କା

Advertisment
ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ଲଢ଼ୁଥିବା ପ୍ରାର୍ଥୀଙ୍କ ମଧ୍ୟରେ ସବୁଠୁ ଧନୀ ଲୋକସଭା ପ୍ରାର୍ଥୀ ହେଉଛନ୍ତି ଭି. ଚନ୍ଦ୍ରଶେଖର ନାଇଡୁ ଆଉ ସବୁଠୁ ଗରିବ ରାଜେନ୍ଦ୍ର କେନ୍ଦ୍ରୁକା, ସମ୍ପତି ମାତ୍ର ୫୬୫ ଟଙ୍କା

ଭୁବନେଶ୍ୱର : ସବୁଠୁ ଧନୀ ପ୍ରାର୍ଥୀ ହେଉଛନ୍ତି, ଭି ଚନ୍ଦ୍ରଶେଖର ନାଇଡୁ, ଆଉ ଗରିବ ପ୍ରାର୍ଥୀ ହେଉଛନ୍ତି ରାଜେନ୍ଦ୍ର କେନ୍ଦୁଲିକା । ଇଲେକସନ୍ ୱାଚ୍ ରିପୋର୍ଟରୁ ଏହି ତଥ୍ୟ ସାମନାକୁ ଆସିଛି । ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ଲଢ଼ୁଥିବା ପ୍ରାର୍ଥୀଙ୍କ ସଂପର୍କରେ ବିସ୍ତୃତ ବିବରଣୀ ପ୍ରକାଶ କରିଛି ଇଲେକସନ୍ ୱାଚ୍ । ବ୍ରହ୍ମପୁର, ନବରଙ୍ଗପୁର, କୋରାପୁଟ, କଳାହାଣ୍ଡି ଲୋକସଭା ଓ ଏହା ଅନ୍ତର୍ଗତ ବିଧାନସଭାରେ ପ୍ରଥମ ପର୍ଯ୍ୟାୟରେ ଅର୍ଥାତ ଆସନ୍ତା ୧୧ ତାରିଖରେ ମତଦାନ ହେବ ।

ସବୁଠୁ ଧନୀ ଲୋକସଭା ପ୍ରାର୍ଥୀ ଭି. ଚନ୍ଦ୍ରଶେଖର ନାଇଡୁ । ବ୍ରହ୍ମପୁର ଲୋକସଭା ଆସନରେ କଂଗ୍ରେସ ପ୍ରାର୍ଥୀ ଭି. ଚନ୍ଦ୍ରଶେଖର ନାଇଡୁଙ୍କ ମୋଟ ସଂପତି ୩୬ କୋଟି ଟଙ୍କାରୁ ଅଧିକ । ଦ୍ୱିତୀୟ ସ୍ଥାନରେ ରହିଛନ୍ତି ନବରଙ୍ଗପୁର ଆସନରୁ ଲଢ଼ୁଥିବା ବିଜେପି ପ୍ରାର୍ଥୀ ବଳଭଦ୍ର ମାଝି । ତାଙ୍କର ସଂପତି ପରିମାଣ ୮ କୋଟି ୭୫ ଲକ୍ଷ ଟଙ୍କା । ସେହିପରି ତୃତୀୟ ସ୍ଥାନରେ ରହିଛନ୍ତି ଜୟରାମ ପାଙ୍ଗୀ । କୋରାପୁଟ ଆସନରୁ ବିଜେପି ଟିକେଟରେ ଲଢ଼ୁଥିବା ଜୟରାମଙ୍କ ସଂପତି ପରିମାଣ – ୪ କୋଟି ୧୯ ଲକ୍ଷ ଟଙ୍କା ।

ସେହିଭଳି ରାଜେନ୍ଦ୍ର କେନ୍ଦ୍ରୁକା ହେଉଛନ୍ତି ସବୁଠୁ ଗରିବ ଲୋକସଭା ପ୍ରାର୍ଥୀ । କୋରାପୁଟ ଲୋକସଭାରୁ ସିପିଆଇ(ଏମଏଲ) ରେଡ୍ ଷ୍ଟାର ପ୍ରାର୍ଥୀ ଭାବେ ଲଢ଼ୁଥିବା ରାଜେନ୍ଦଙ୍କ ମୋଟ ସଂପତି ମାତ୍ର ୫୬୫ ଟଙ୍କା । ନାମାଙ୍କନ କରିଥିବା ୨୬ ଜଣ ଲୋକସଭା ପ୍ରାର୍ଥୀଙ୍କ ମଧ୍ୟରୁ ୧୦ ଜଣ ଅର୍ଥାତ୍ ୩୯ ପ୍ରତିଶତ ପ୍ରାର୍ଥୀ କୋଟିପତି ।

ଅନ୍ୟପଟେ ବିଧାନସଭା ଆସନ ପାଇଁ ଲଢୁଥିବା ପ୍ରାର୍ଥୀଙ୍କ ମଧ୍ୟରୁ ଅନେକ କୋଟିପତି ପ୍ରାର୍ଥୀ ରହିଛନ୍ତି । ପ୍ରଥମ ପର୍ଯ୍ୟାୟରେ ସବୁଠୁ ଧନୀ ବିଧାନସଭା ପ୍ରାର୍ଥୀ ହେଉଛନ୍ତି ଅନନ୍ତ ପ୍ରତାପ ଦେଓ । ବିଜେପି ଟିକେଟରୁ ଧର୍ମଗଡ଼ ବିଧାନସଭା ଆସନରୁ ଲଢ଼ୁଥିବା ଅନନ୍ତଙ୍କ ମୋଟ ସଂପତି ପରିମାଣ ୨୭ କୋଟି ୬୭ ଲକ୍ଷ ଟଙ୍କା । ଦ୍ୱିତୀୟରେ ରହିଛନ୍ତି ଲିଙ୍ଗରାଜ ଚୌଧୁରୀ । ବ୍ରହ୍ମପୁର ବିଧାନସଭାରୁ କଂଗ୍ରେସ ପ୍ରାର୍ଥୀ ଭାବେ ଲଢ଼ୁଥିବା ଲିଙ୍ଗରାଜଙ୍କ ମୋଟ ସଂପତି – ୧୭ କୋଟି ୭୨ ଲକ୍ଷ ଟଙ୍କା । ତିନି ନମ୍ବର ଧନୀ ପ୍ରାର୍ଥୀ ହେଉଛନ୍ତି ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର । ଦିଗପହଣ୍ଡି ବିଧାନସଭା ଆସନରେ ବିଜେଡି ପ୍ରାର୍ଥୀ ଥିବା ସୂର୍ଯ୍ୟ ପାତ୍ରଙ୍କ ସଂପତି ହେଉଛି – ୧୬ କୋଟି ୬୮ ଲକ୍ଷ ଟଙ୍କା ।

ମୋଟି ୧୮୯ ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ୨୬ ପ୍ରତିଶତ ଅର୍ଥାତ ୪୯ ଜଣ ହେଉଛନ୍ତି କୋଟିପତି ପ୍ରାର୍ଥୀ । ବିଜେଡିର ୧୭, କଂଗ୍ରେସର ୧୪, ବିଜେପିର ୧୧ ଓ ବିଏସପିରୁ ଲଢୁଥିବା ୨ଜଣ ପ୍ରାର୍ଥୀ କୋଟିପତି । ତେବେ ସ୍ୱାଧୀନ ଭାବେ ଗୋପାଳପୁରରୁ ଲଢ଼ୁଥିବା ବିଶ୍ୱ ବିହାରୀ ବିକ୍ଷୋୟୀ ଓ ନୂଆପଡ଼ାରୁ ପ୍ରାର୍ଥୀ ହୋଇଥିବା ଲୋଚନ ସିଂହ ମାଝିଙ୍କ ନିକଟରେ କୌଣସି ସଂପତି ନଥିବା ଦର୍ଶାଯାଇଛି । ପ୍ରାର୍ଥୀଙ୍କ ସତ୍ୟପାଠ ଆଧାରରେ ଏହି ରିପୋର୍ଟ ପ୍ରକାଶ କରିଛି ଏଡିଆର୍ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe