ଭୁବନେଶ୍ବର: ଭି-ଗାର୍ଡ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ ପକ୍ଷରୁ ନିଜସ୍ବ ଜ୍ଞାନକୌଶଳରେ ନିର୍ମିତ ଇଣ୍ଡକ୍ସନ କୁକ୍ଟପ୍ ମଡେଲ୍ ଭିଆଇସିଓ୬ଭି୧କୁ ବ୍ୟୁରୋ ଅଫ୍ ଏନର୍ଜି ଏଫିସିଏନ୍ସି (ବିଇଇ) ପକ୍ଷରୁ ଭାରତର ପ୍ରଥମ ୫ ତାରକା ଶକ୍ତି ସଞ୍ଚୟକାରୀ ଇଣ୍ଡକ୍ସନ କୁକ୍ଟପ୍ ମଡେଲ୍ ମାନ୍ୟତା ମିଳିଛି। ପେରୁନ୍ଦୁରାଇ ସ୍ଥିତ ଅତ୍ୟାଧୁନିକ କାରଖାନାରେ ଉକ୍ତ ଇଣ୍ଡକ୍ସନ କୁପ୍ଟପ୍ର ଡିଜାଇନ ଓ ନିର୍ମାଣ ହୋଇଛି। ଗ୍ରାହକ ସନ୍ତୁଷ୍ଟି ନିମନ୍ତେ ଏହି ଉତ୍ପାଦ ସହିତ ୧ ବର୍ଷର ପ୍ରଡକ୍ଟ ଗ୍ୟାରେଣ୍ଟି ଏବଂ ଇଣ୍ଡକ୍ସନ କଏଲ୍ ଉପରେ ୩ ବର୍ଷର ୱାରେଣ୍ଟି ପ୍ରଦାନ କରାଯାଉଛି।
ଆହୁରି ପଢନ୍ତୁ- ICC T20 World Cup:ଟ୍ବେଣ୍ଟି-୨୦ ବିଶ୍ବକପ୍: ଇଂଲଣ୍ଡର ପାକ୍ ବଂଶୋଦ୍ଭବଙ୍କୁ ମିଳିଲା ଭିସା
ଏହି ପରିପ୍ରେକ୍ଷୀରେ କମ୍ପାନିର ପରିଚାଳନା ନିର୍ଦ୍ଦେଶକ ମିଥୁନ ଚିତ୍ତିଲାପିଲ୍ଲୀ କୁହନ୍ତି, ଏହି ଐତିହାସିକ ସ୍ବୀକୃତି ଭି-ଗାର୍ଡର ଶକ୍ତି ସଞ୍ଚୟକାରୀ, ନବସୃଜନ, ନିଜସ୍ବ ଉତ୍ପାଦନ ଶୈଳୀ ଓ ଗୁଣବତ୍ତା ପ୍ରତି ଥିବା ପ୍ରତିବଦ୍ଧତାକୁ ପ୍ରମାଣିତ କରୁଛି। ଏହି ସଫଳତା ଶିଳ୍ପ ଜଗତରେ ନୂଆ ମାନଦଣ୍ଡ ସ୍ଥାପନ କରିବା ସହିତ ଶକ୍ତି ସଞ୍ଚୟକାରୀ ଗୃହ ଉପକରଣ କ୍ଷେତ୍ରରେ ଭି-ଗାର୍ଡର ନେତୃତ୍ବକୁ ଆହୁରି ମଜଭୁତ କରୁଛି। ଏହି କୁକ୍ଟପ୍ରେ ୮ଟି ପ୍ରିସେଟ୍ କୁକିଂ ମୋଡ୍ ରହିଛି। ସେହିଭଳି ସଫ୍ଟ-ଟପ୍ ସ୍ବିଚ୍ କଣ୍ଟ୍ରୋଲ, ପଢ଼ିବା ପାଇଁ ସହଜ ଡିଜିଟାଲ୍ ଡିସ୍ପ୍ଲେ ଆଦି ସୁବିଧା ଏଥିରେ ରହିଛି।
ଆହୁରି ପଢନ୍ତୁ- Awards: ପ୍ରୀତିସ୍ମିତା, କାଳୁଚରଣଙ୍କୁ ‘ଓସ୍ଜା’ ପୁରସ୍କାର
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2026/01/18/new-project-1-2026-01-18-16-07-28.jpg)