ଆଜି ୨ ଜିଲ୍ଲାରେ ଟିକାକରଣ, ସୋମବାର ୭୩୨ ଟିକାକରଣ ଅଧିବେଶନ

Advertisment
ସମସ୍ତଙ୍କୁ ଟିକା ଦେବାରେ ଭୁବନେଶ୍ବର ହେବ ପ୍ରଥମ ସହର!

ValuePenguin

ଭୁବନେଶ୍ବର : ଆଜି କଟକ ଓ ପୁରୀ ଜିଲ୍ଲାରେ ଟିକାକରଣ ଅନୁଷ୍ଠିତ ହେବ। କଟକରେ ୩ ଓ ପୁରୀରେ ୨୩ ଅଧିବେଶନ ଅନୁଷ୍ଠିତ ହେବ ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି। ଏହାସହ ସୋମବାର ରାଜ୍ୟରେ ସମୁଦାୟ ୭୩୨ ଟିକାକରଣ ଅଧିବେଶନ ଅନୁଷ୍ଠିତ ହେବ ବୋଲି ବିଭାଗ ପକ୍ଷରୁ ସୂଚନା ମିଳିଛି।

ଶନିବାର ରାଜ୍ୟରେ ୬୦୯ ଟିକାକରଣ ଅଧିବେଶନ ଅନୁଷ୍ଠିତ ହୋଇଥିଲା। ଏଥିରେ ୧ଲକ୍ଷ ୫ହଜାର ୯୧୮ଜଣଙ୍କୁ କରୋନା ଟିକା ଦିଆଯାଇଛି। ୧୮-୪୪ବର୍ଗର ୬୫,୫୬୯ଜଣ ଟିକା ନେଇଥିବା ବେଳେ ୪୫ବର୍ଷରୁ ଅଧିକ ୩୨,୫୯୪ ପ୍ରଥମ ଓ ୫୫୭୮ଜଣ ଦ୍ବିତୀୟ ଡୋଜ୍ ଟିକା ନେଇଛନ୍ତି। ରାଜ୍ୟରେ ସମୁଦାୟ ୭୬ଲକ୍ଷ ୫ହଜାର ୬୪୬ଜଣ କରୋନା ଟିକା ନେଇସାରିଲେଣି। ହିପରି ରାଜ୍ୟରେ ପଞ୍ଜୀକୃତ ହୋଇଥିବା ସ୍ବାସ୍ଥ୍ୟକର୍ମୀଙ୍କ ମଧ୍ୟରୁ ୯୮ପ୍ରତିଶତ ପ୍ରଥମ ଓ ୮୯ପ୍ରତିଶତ ଦ୍ବିତୀୟ ଡୋଜ୍ ନେଇଛନ୍ତି। ଆଗଧାଡ଼ିର ଯୋଦ୍ଧାଙ୍କ ଭିତରେ ୧୨୭ପ୍ରତିଶତ ପ୍ରଥମ ଓ ୯୬ ପ୍ରତିଶତ ଦ୍ବିତୀୟ ଡୋଜ୍ ନେଇ ସାରିଲେଣି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe