ରାଜ୍ୟରେ କରୋନା ଟିକାକରଣକୁ ଜୋରଦାର କରାଯାଇଛି: ପରିବାର କଲ୍ୟାଣ ନିର୍ଦ୍ଦେଶକ

ରାଜ୍ୟରେ କରୋନା ଟିକାକରଣକୁ ଜୋରଦାର କରାଯାଇଛି: ପରିବାର କଲ୍ୟାଣ ନିର୍ଦ୍ଦେଶକ

ଭୁବନେଶ୍ବର: ପୁଣି ରାଜ୍ୟରେ କରୋନା ଟିକାକରଣକୁ ଜୋରଦାର କରାଯାଇଛି ବୋଲି ପରିବାର କଲ୍ୟାଣ ନିର୍ଦ୍ଦେଶକ ଡାକ୍ତର ବିଜୟ ପାଣିଗ୍ରାହୀ କହିଛନ୍ତି।
ଗତକାଲି ୭୩ ହଜାର ୧୮୦ ଜଣଙ୍କୁ ଟିକା ଦିଆଯାଇଛି ଏବଂ ବର୍ତ୍ତମାନ ରାଜ୍ୟରେ ମୋଟ ୮୮୨ଟି କେନ୍ଦ୍ରରେ ଟିକାକରଣ କରାଯାଉଛି। ଆଗକୁ ଟିକାକରଣ କେନ୍ଦ୍ରକୁ ୧ହଜାରରୁ ଅଧିକ କରାଯିବ। ଦୈନିକ ଦେଢ଼ ଲକ୍ଷ ଟିକାକରଣ ଲକ୍ଷ ରଖାଯାଇଛି ବୋଲି ସେ ସୂଚନା ଦେଇଛନ୍ତି।
ଏବେ ୫ ଲକ୍ଷରୁ ଅଧିକ ଟିକା ମହଜୁଦ ଅଛି ଏବଂ ଆଜି ସନ୍ଧ୍ୟାରେ ୫ ଲକ୍ଷ ୪୦ ହଜାର କୋଭିସିଲ୍ଡ ଆସିବ। ଏପ୍ରିଲ ୨ ତାରିଖରେ ୯ ଲକ୍ଷ ୮୮ ହଜାର ୨୫୦ ଡୋଜ ଆସିବ। ବର୍ତ୍ତମାନ ସୁଦ୍ଧା ୨୦ ଲକ୍ଷ ୯୫ ହଜାର ୨୦୯ ଜଣ ଟିକା ନେଇସାରିଲେଣି।୬୯ ବର୍ଷରୁ ଅଧିକ ଏବଂ ୪୫ ବର୍ଷରୁ ଅଧିକ ବୟସ ଲୋକ ରୋଗରେ ପୀଡ଼ିତ ଥିଲେ ବି ଟିକା ନେଉଛନ୍ତି ବୋଲି କଲ୍ୟାଣ ନିର୍ଦ୍ଦେଶକ କହିଛନ୍ତି।
ସେ ପୁଣି କହିଛନ୍ତି, ଏପ୍ରିଲ ୧ ତାରିଖରୁ ୪୫ ବର୍ଷରୁ ଅଧିକ ବୟସର ସମସ୍ତ ଲୋକ ଟିକା ନେବେ। ରାଜ୍ୟର ଜନସଂଖ୍ୟା ହିସାବରେ ୨୫ ପ୍ରତିଶତ ଲୋକ ଟିକା ନେବେ। ରାଜ୍ୟରେ ପ୍ରାୟ ୧ କୋଟି ଲୋକଙ୍କର ଟିକାକରଣ କରାଯିବ। ତେବେ ୧୮ରୁ ୪୫ ବର୍ଷ ବୟସର ଲୋକଙ୍କ ପାଇଁ ଟିକାକରଣ ଲାଗି କୌଣସି ନିଷ୍ପତ୍ତି ହୋଇନି। ଟିକାକରଣ ନେଇ ଆଜି ହେବାକୁ ଥିବା ରାଜ୍ୟ ଷ୍ଟିୟରିଂ କମିଟିର ବୈଠକରେ କିଛି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ହୋଇପାରେ ବୋଲି ସୂଚନା ଦେଇଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ଡାକ୍ତର ବିଜୟ ପାଣିଗ୍ରାହୀ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe