ଆସନ୍ତକାଲି କୋରାପୁଟ ଜିଲ୍ଲାରେ ୨୫ଟି କେନ୍ଦ୍ରରେ ହେବ ଟିକାକରଣ

କୋଟିଆ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା, ସମସ୍ତଙ୍କୁ ଦିଆଯିବ ଟିକା

ଆସନ୍ତକାଲି କୋରାପୁଟ ଜିଲ୍ଲାରେ ୨୫ଟି କେନ୍ଦ୍ରରେ ହେବ ଟିକାକରଣ

କୋରାପୁଟ: ବିବାଦୀୟ କୋଟିଆ ଗ୍ରାମପୁଞ୍ଜ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ଆରମ୍ଭ କରିଛି ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ। ପ୍ରଶାସନ ପକ୍ଷରୁ ଆସନ୍ତକାଲି କୋଟିଆସ୍ଥିତ ନୂତନ ହସ୍ପିଟାଲରେ ସବୁ ବରିଷ୍ଠ ନାଗରିକଙ୍କୁ ଟିକା ପ୍ରଦାନ କରାଯିବ। ଏନେଇ ସ‌େମାନଙ୍କର ତଥ୍ୟ କୋୱିନ ୨.୦ ପୋର୍ଟାଲରେ ପଞ୍ଜୀକରଣ କରାଯାଇଛି। ଏଥିପାଇଁ ପ୍ରଶାସନ ପକ୍ଷରୁ ପଟାଙ୍ଗିରୁ ‌ଏକ ସ୍ବତନ୍ତ୍ର ପ୍ରଶିକ୍ଷଣ ନେଇଥିବା ମେଡିକାଲ ଟିମ ସେଠାକୁ ଯିବେ। ଏହାସହ ଗ୍ରାମପୁଞ୍ଜର ପ୍ରତି ଆଶା କର୍ମୀମାନଙ୍କୁ ସୂଚନା ଦିଆଯାଇଛି। ଗ୍ରାମପୁଞ୍ଜରୁ ପ୍ରତ୍ୟେକ ଆଶା କର୍ମୀ ୧୦ଜଣ ଲେଖାଏଁ ବରିଷ୍ଠ ନାଗରିକଙ୍କୁ ସାଥୀରେ ଆଣିବାକୁ କୁହାଯାଇଥିବା କହିଛନ୍ତି ସିଡିଏମଓ ମକରନ୍ଦ ବେଉରା । ଆସନ୍ତା ୪ରୁ ୫ ଦିନ ମଧ୍ୟରେ ଏହି ଟିକାରକଣ କାର୍ଯ୍ୟ ଶେଷ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ଅନ୍ୟପକ୍ଷରେ ଆସନ୍ତାକାଲି ଜିଲ୍ଲାରେ ୨୫ଟି ସ୍ଥାନରେ ବରିଷ୍ଠ ନାଗରିକମାନଙ୍କୁ ଟିକା ପ୍ରଦାନ କରାଯିବାକୁ ଯୋଜନା ରହିଛି। କୋରାପୁଟରେ ଦୁଇଟି, ଜୟପୁରରେ ତିନିଟି, ବୋରିଗୁମ୍ମାରେ ତିନିଟି ଓ ଜିଲ୍ଲାର ଅନ୍ୟ ସବୁ ବ୍ଲକର ମୁଖ୍ୟାଳୟରେ ଗୋଟିଏ ଲେଖାଏଁ ଟିକାକରଣ କେନ୍ଦ୍ର ଖୋଲାଯାଇଛି। ପ୍ରଥମ ପର୍ଯ୍ୟାୟରେ ଅତି କମରେ ୨୦ରୁ ୪୦ଜଣଙ୍କୁ ଟିକା ପ୍ରଦାନ କରାଯିବାକୁ ରହିଥିବାବେଳେ ୪୫ରୁ ୬୯ ବର୍ଷର ନାଗରିକ (ଯେଉଁମାନଙ୍କର କିଛି ରୋଗ ରହିଥିବ) ସେମାନଙ୍କୁ ପ୍ରଥମେ ପ୍ରାଧାନ୍ୟ ଦିଆଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe