ଆଜି ୩ ଜିଲ୍ଲାରେ ହେବନି ଟିକାକରଣ

Advertisment

ଆରମ୍ଭ ହେବ ଗର୍ଭବତୀଙ୍କ ଟିକାକରଣ, ଆସିବ ୧୫.୯୨ଲକ୍ଷ କୋଭିସିଲ୍‌ଡ, ୩ଲକ୍ଷ କୋଭାକ୍ସିନ୍

ଆରମ୍ଭ ହେବ ଗର୍ଭବତୀଙ୍କ ଟିକାକରଣ, ଆସିବ ୧୫.୯୨ଲକ୍ଷ କୋଭିସିଲ୍‌ଡ, ୩ଲକ୍ଷ କୋଭାକ୍ସିନ୍

କରୋନା ଟିକା ନେବାପରେ  ବୃଦ୍ଧଙ୍କ ମୃତ୍ୟୁ

Image Courtesy of India Today

ଭୁବନେଶ୍ବର : ଆଜିଠାରୁ ରାଜ୍ୟରେ ଗର୍ଭବତୀଙ୍କ ଟିକାକରଣ ଆରମ୍ଭ ହେବ। ଗର୍ଭବତୀଙ୍କୁ ଟିକା ଦେବା ଲାଗି ୧୫ତାରିଖ ସୁଦ୍ଧା ସ୍ବାସ୍ଥ୍ୟକର୍ମୀ, ଟିକା ପ୍ରଦାନକାରୀଙ୍କ ତାଲିମ କାର୍ଯ୍ୟ ଶେଷ କରିବା ଲାଗି ଜିଲ୍ଲାସ୍ତରରେ ନିର୍ଦେଶ ଦିଆଯାଇଥିଲା। ଏ ଦୃଷ୍ଟିରୁ ଆଜିଠାରୁ ଗର୍ଭବତୀଙ୍କୁ ଟିକା ଦିଆଯିବ ବୋଲି କହିଛନ୍ତି ରାଜ୍ୟ ଟିକାକରଣ ନୋଡାଲ ଅଧିକାରୀ ଡା. ବିଜୟ ପାଣିଗ୍ରାହୀ।

ଡା. ପାଣିଗ୍ରାହୀ କହିଛନ୍ତି, ଜିଲ୍ଲାସ୍ତରରେ ଟିକା ପହଞ୍ଚି ସାରିଛ। ତେଣୁ ଆଜିଠାରୁ ଗର୍ଭବତୀଙ୍କୁ ଟିକା ଦିଆଯିବ ବୋଲି ଆଶା କରାଯାଉଛି। ତେବେ ଟିକା ଦେବା ପୂର୍ବରୁ ସେମାନଙ୍କୁ କାଉନସେଲିଂର ଆବଶ୍ୟକତା ରହିଛି। ତେଣୁ କାଉନସେଲିଂକୁ ଗୁରୁତ୍ବ ଦିଆଯିବ। କେତେ ଗର୍ଭବତୀଙ୍କୁ ଟିକା ଦିଆଯିବ ତାହାର ତାଲିକା ଜିଲ୍ଲାସ୍ତରରେ ରହିବ। କେନ୍ଦ୍ର ସରକାରଙ୍କ ମଧ୍ୟରୁ ଚଳିତମାସର ଆସନ୍ତା ୧୫ଦିନ ପାଇଁ କେତେ ଟିକା ଦିଆଯିବ ତାହାର ଆବଣ୍ଟନ ତାଲିକା ଆସିଛି। ଆସନ୍ତା ୧୬ତାରିଖରେ ୩ଲକ୍ଷ ୩୪ହଜାର ୫୮୦ ଡୋଜ୍ କୋଭିସିଲ୍‌ଡ ଆସିବ ବୋଲି ଡା. ପାଣିଗ୍ରାହୀ କହିଛନ୍ତି। ଓଡ଼ିଶା ପାଇଁ ଚଳିତମାସର ବଳକା ୧୫ଦିନ ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ୧୫.୯୨ଲକ୍ଷ ଡୋଜ୍ କୋଭିସିଲ୍‌ଡ ଓ ୩ଲକ୍ଷରୁ ଅଧିକ ଡୋଜ୍‌ କୋଭାକ୍ସିନ୍ ଆବଣ୍ଟିତ ହୋଇଛି।

ତେବେ ବୁଧବାର କେନ୍ଦ୍ର ସରକାରଙ୍କ ପକ୍ଷରୁ ୧୫ଟି ରାଜ୍ୟରେ ଟିକାକରଣ ନେଇ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଓଡ଼ିଶା ସମେତ ଅନ୍ୟ ୧୪ଟି ରାଜ୍ୟର ଅଧିକାରୀ ଯୋଗ ଦେଇଥିଲେ। ଘରୋଇ ଟିକାଦାନ କେନ୍ଦ୍ରରେ ଟିକାଦାନ ଧିମେଇବାକୁ ନେଇ ଚିନ୍ତାପ୍ରକଟ କରିଥିଲେ। ଏପରିକି ଅନେକ ଘରୋଇ ଟିକା କେନ୍ଦ୍ରଗୁଡ଼ିକ ଏ ପର୍ଯ୍ୟନ୍ତ ଟିକା ପାଇଁ ଆବେଦନ ମଧ୍ୟ କରି ନାହାନ୍ତି। ଯଦି ବା ଆବେଦନ ହୋଇଛି ଏଥିପାଇଁ ଟଙ୍କା ପଇଠ ହୋଇନାହିଁ। ଯେଉଁମାନେ ଟଙ୍କା ପଇଠ କରିଛନ୍ତି ସେମାନେ ଟିକା ନେଇ ନାହାନ୍ତି। କେତେକ ଘରୋଇ ଟିକା ଦାନ କେନ୍ଦ୍ର ଯେତିକି ଟିକା ନେଇଛନ୍ତି ତାଠାରୁ କମ୍ ଟିକାଦାନ କରିଥିବା ଦେଖିବାକୁ ମିଳୁଛି। ତେଣୁ ଧ‌ିମେଇ ଯାଇଥିବା ଟିକାଦାନ ପ୍ରକ୍ରିୟାକୁ ତ୍ବରାନ୍ବିତ କରିବା ଲାଗି ରାଜ୍ୟ ସରକାରମାନେ ଏହାର ସମୀକ୍ଷା କରିବା ଲାଗି କୁହାଯାଇଛି।

ରାଜ୍ୟରେ ଟିକାକରଣ ଧିମେଇ ଯାଇଥିବା ବେଳେ ଆଜି ପୁଣିଥରେ ଉପରକୁ ଉଠିଛି। ଆଜି ରାଜ୍ୟରେ ୫୬୫ ଟିକାକରଣ ଅଧିବେଶନ ଅନୁଷ୍ଠିତ ହୋଇଥିଲା। ଏଥିରେ ୧ଲକ୍ଷ ୪୬ହଜାର ୯୪୭ଜଣଙ୍କୁ କରୋନା ଟିକା ଦିଆଯାଇଛି। ୧୮-୪୪ବର୍ଗର ୫୨,୪୮୨ଜଣ ପ୍ରଥମ ଓ ୯୨୨୨ଜଣ ଦ୍ବିତୀୟ, ୪୫ବର୍ଷରୁ ଅଧିକ ୧୯,୫୫୯ଜଣ ପ୍ରଥମ ଓ ୬୪,୮୦୯ଜଣ ଦ୍ବିତୀୟ ଡୋଜ୍ ନେଇଥିଲେ। ଏହାକୁ ମିଶାଇ ରାଜ୍ୟରେ ଏ ପର୍ଯ୍ୟନ୍ତ ୧କୋଟି ୩୬ଲକ୍ଷ ୭ହଜାର ୨୭୪ଡୋଜ୍ ଟିକା ଦିଆଗଲାଣି। ତହିଁରେ ୧୮-୪୪ବର୍ଗର ୧୯.୫ ପ୍ରତିଶତ ଓ ୪୫ବର୍ଷରୁ ଅଧିକ ୫୪.୨ ପ୍ରତିଶତ ପ୍ରଥମ ଡୋଜ୍ ଟିକା ନେଇ ସାରିଲେଣି। ଆସନ୍ତାକାଲି ବାଲେଶ୍ବର, ଢେଙ୍କାନାଳ ଓ ନବରଙ୍ଗପୁର ଜିଲ୍ଲାରେ ଟିକାକରଣ ବନ୍ଦ ରହିବ। ଏହାସତ୍ବେ ରାଜ୍ୟରେ ୧୦୭୭ ଟିକାକରଣ ଅଧିବେଶନ ଅନୁଷ୍ଠିତ ହେବ ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ରାଜ୍ୟରେ ‌ଏବେ ୨.୬୨ଲକ୍ଷରୁ ଅଧିକ କୋଭିସିଲ୍‌ଡ ଓ ୨.୩୨ଲକ୍ଷରୁ ଅଧିକ କୋଭାକ୍ସିନ୍ ଟିକା ମହଜୁଦ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe