ଲୋକସେବା ଭବନରେ ଟିକା ଦେବା ବ୍ୟବସ୍ଥା କରାଯାଉ: ସଚିବାଳୟ ସେବା ସଂଘ

Advertisment
ଲୋକସେବା ଭବନରେ ଟିକାକରଣ ୧୭ରୁ

Zee News

ଭୁବନେଶ୍ବର : ରାଜ୍ୟ ସରକାର ବିଧାନସଭା ଡିସ୍‌ପେନ୍‌ସେରିରେ ଲୋକସେବା ଭବନ କର୍ମଚାରୀଙ୍କୁ କୋଭିଡ ଟିକା ଦେବାକୁ ବ୍ୟବସ୍ଥା କରିଛନ୍ତି। ଏଥିପାଇଁ କର୍ମଚାରୀମାନଙ୍କୁ ଲମ୍ବା ଲାଇନ୍‌ରେ ଘଣ୍ଟା ଘଣ୍ଠା ଧରି ଅପେକ୍ଷା କରିବାକୁ ପଡ଼ୁଛି। ଫଳରେ ଅଫିସ କାମ ବି ବ୍ୟାହତ ହେଉଛି। ବିଧାନସଭା ଡିସ୍‌ପେନ୍‌ସେରିଟି ଛୋଟିଆ ହୋଇଥିବାରୁ ବହୁ ଲୋକ ଏକାଠି ହେଲା ବେଳକୁ କୋଭିଡ ସଂକ୍ରମଣ ହେବାର ଆଶଙ୍କା ରହିଛି। ଏପରି ଉଦବେଗ ପ୍ରକାଶ କରି ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛି ଓଡ଼ିଶା ସଚିବାଳୟ ସେବା ସଂଘ।

ସଂଘ ସାଧାରଣ ସମ୍ପାଦକ ବିବେକ ସାମଲ ଏକ ପ୍ରେସ ବିବୃତି ଜାରି କରି କହିଛନ୍ତି, ସରକାରୀ କର୍ମଚାରୀଙ୍କୁ କୋଭିଡ ପ୍ରତିଷେଧକ ଟିକା ଦେବା ପାଇଁ ମୁଖ୍ୟମନ୍ତ୍ରୀ ଯେପରି ପଦକ୍ଷେପ ନେଇଛନ୍ତି,. ସେଥିପାଇଁ ସମସ୍ତ କର୍ମଚାରୀ କୃତଜ୍ଞ। କିନ୍ତୁ ଲୋକସେବା ଭବନ କର୍ମଚାରୀଙ୍କ ସଂଖ୍ୟା ବହୁତ ହୋଇଥିବାରୁ ଏହି ଟିକାକରଣ କାର୍ଯ୍ୟକ୍ରମ ଓଡ଼ିଶା ବିଧାନସଭା ଡିସ୍‌ପେନ୍‌ସେରିରେ ନ କରି ଲୋକସେବା ଭବନରେ କରାଯାଉ। ଏଥିପାଇଁ ସ୍ବତନ୍ତ୍ର ଟିକାକରଣ କେନ୍ଦ୍ର କରିବାକୁ ପର୍ଯ୍ୟାପ୍ତ ସ୍ଥାନ ଥିବା ସହ ବିଭିନ୍ନ ବିଭାଗର କର୍ମଚାରୀମାନେ ସୁବିଧାରେ ଟିକା ନେଇପାରିବେ। ଏହାସହିତ ଲୋକସେବା ଭବନ ପରିସରରେ ବି ଗୋଟିଏ ସ୍ବତନ୍ତ୍ର ଡିସ୍‌ପେନ୍‌ସେରି ରହିଛି। ସେଠାରେ ବି କର୍ମଚାରୀଙ୍କ ପାଇଁ ଟିକା ପ୍ରଦାନ ପାଇଁ ବ୍ୟବସ୍ଥା କରାଯାଇପାରିବ। ମୁଖ୍ୟମନ୍ତ୍ରୀ ଏ ନେଇ ଉପଯୁକ୍ତି ବିଚାର କରିବେ ବୋଲି ଶ୍ରୀ ସାମଲ ଅନୁରୋଧ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe