୧୫-୧୮ ବର୍ଷ ପିଲାଙ୍କ ଟିକାକରଣ ଲାଗି ପଞ୍ଜୀକରଣ ପ୍ରକ୍ରିୟା ଆରମ୍ଭ: ୩ ତାରିଖ ପରଠାରୁ ଟିକା ନେଇପାରିବେ

୧୫-୧୮ ବର୍ଷ ପିଲାଙ୍କ ଟିକାକରଣ ଲାଗି ପଞ୍ଜୀକରଣ ପ୍ରକ୍ରିୟା ଆରମ୍ଭ: ୩ ତାରିଖ ପରଠାରୁ ଟିକା ନେଇପାରିବେ

ଭୁବନେଶ୍ୱର: ରାଜ୍ୟରେ ଆଜିଠାରୁ ୧୫-୧୮ ବର୍ଷ ପିଲାଙ୍କ ଟିକାକରଣ ଲାଗି ପଞ୍ଜୀକରଣ ପ୍ରକ୍ରିୟା ଆରମ୍ଭ ହୋଇଛି ବୋଲି ପରିବାର କଲ୍ୟାଣ ନିର୍ଦେଶକ ଡାକ୍ତର ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି। ଏଯାବତ୍ ୪୫ ହଜାର ପିଲା ଟିକାକରଣ ଲାଗି ନିଜ ନିଜ ନାମ ପଞ୍ଜୀକରଣ କରିଛନ୍ତି।

କୋୱିନ୍ ପୋର୍ଟାଲରେ ଲଗ ଇନ କରି ମୋବାଇଲ ନମ୍ବର ଦେଇ ଓଟିପି ଜରିଆରେ ଟୀକାକରଣ ପାଇଁ ନାମ ପଞ୍ଜୀକରଣ କରିପାରିବେ କିଶୋର। ଏହାପରେ ସେମାନେ କୋୱିନ୍ ପୋର୍ଟାଲରେ ଆପଏଣ୍ଟମେଣ୍ଟ ବୁକ କରି ୩ ତାରିଖ ପରଠାରୁ ଟିକା ନେଇପାରିବେ। ଏବେ ରାଜ୍ୟରେ ୨୬୦୦ ଟିକାକରଣ କେନ୍ଦ୍ର ଅଛି। ସେଥିମଧ୍ୟରୁ କିଛି ସମର୍ପିତ କିଶୋର ଟିକାକରଣ କେନ୍ଦ୍ର ରହିବ। କିନ୍ତୁ ଅନ୍ୟ ସମସ୍ତ ଟିକାକରଣ କେନ୍ଦ୍ରରେ ବି ନିର୍ଦିଷ୍ଟ ସମୟ ମଧ୍ୟରେ କିଶୋର ଟିକା ନେଇପାରିବେ। ଏପରିକି ଟିକାକରଣ କେନ୍ଦ୍ରରେ ଅନସାଇଟ ସ୍ପଟ ବୁକିଂ କରି ମଧ୍ୟ ଟିକା ନେଇପାରିବେ ୧୫ରୁ ୧୮ ବର୍ଷ ପିଲା। ଯେତେ ପିଲା ଟିକା ନେବାକୁ ଆସିବେ, ସେମାନଙ୍କର ଟିକାକରଣ କରାଯିବ।

ତେଣୁ ୨୦୦୫ ରୁ ୨୦୦୭ ମଧ୍ୟରେ ଜନ୍ମଗ୍ରହଣ କରିଥିବା ପିଲାଙ୍କ ଟିକାକରଣ ପାଇଁ ପଞ୍ଜୀକରଣ କରାନ୍ତୁ ଅଭିଭାବକ। ଏବେ ରାଜ୍ୟରେ ୧୫ ଲକ୍ଷ ଡୋଜ କୋଭକ୍ସିନ ମହଜୁଦ ଅଛି। କେନ୍ଦ୍ର ସରକାର ପର୍ଯ୍ୟାପ୍ତ କୋଭକ୍ସିନ ଯୋଗାଇଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି। ବର୍ତ୍ତମାନ ସୁଦ୍ଧା କୋୱିନ୍ ପୋର୍ଟାଲରେ ୪୫ ହଜାରରୁ ଅଧିକ ପିଲା ଟୀକାକରଣ ପାଇଁ ବୁକ କରିସାରିଛନ୍ତି ।

୫ କୋଟି ଡୋଜ ଟିକାକରଣ ମାଇଲଖୁଣ୍ଟ ଅତିକ୍ରମ କରିଛି ଓଡ଼ିଶା। ଏହା ଏକ ବଡ଼ ସଫଳତା। ରାଜ୍ୟରେ ୧୮ ବର୍ଷରୁ ଉର୍ଦ୍ଧ୍ବ ୩ କୋଟି ୨୫ ଲକ୍ଷ ଲୋକଙ୍କ ମଧ୍ୟରୁ ଏବେ ୯୦ ପ୍ରତିଶତ ପ୍ରଥମ ଡୋଜ ଟିକା ନେଇସାରିଲେଣି। ଜାନୁଆରି ୧୫ ତାରିଖ ସୁଦ୍ଧା ସମସ୍ତଙ୍କୁ ଟିକାକରଣ ଲାଗି ଲକ୍ଷ୍ୟ ରଖାଯାଇଛି। ୬୪ ପ୍ରତିଶତ ଉଭୟ ଡୋଜ ଟିକା ମଧ୍ୟ ନେଇ ସାରିଲେଣି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe