ପହଞ୍ଚିଲା ୨ ଲକ୍ଷ ଡୋଜ୍ ଟିକା, ଆଜିଠାରୁ ରାଜ୍ୟର ସମସ୍ତ ସ୍ଥାନରେ ସ୍ୱାଭାବିକ ହେବ ଟିକାକରଣ

Advertisment
ଟିକାର ଉଚ୍ଚା ଦରକୁ ନେଇ ଅସନ୍ତୋଷ

BioWorld

ଭୁବନେଶ୍ବର : ଓଡ଼ିଶାରେ ଆଜି ଆଉ ୨ ଲକ୍ଷ ଡୋଜ୍ କୋଭିସିଲ୍‌ଡ୍‌ ଟିକା ପହଞ୍ଚିଛି। ଏହି ଟିକା ବିଭିନ୍ନ ଜିଲ୍ଲାକୁ ପଠାଯିବ। ଆଜିଠାରୁ ରାଜ୍ୟର ସମସ୍ତ ସ୍ଥାନରେ ଟିକାକରଣ ସ୍ବାଭାବିକ ହେବ ବୋଲି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ କହିଛନ୍ତି। ଟିକା ଠିକ୍ ସମୟରେ ପହଞ୍ଚୁ ନ ଥିବାରୁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଗତ କିଛି ଦିନ ହେଲା ଟିକାକରଣ ବାଧାପ୍ରାପ୍ତ ହୋଇଛି। ପ୍ରାୟ ଏକ ହଜାର ଟିକାକରଣ କେନ୍ଦ୍ର ବନ୍ଦ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି ଓଡ଼ିଶାକୁ ଅଧିକ ଟିକା ଯୋଗାଣ ପାଇଁ ଦାବି କରିଥିଲେ। ରାଜ୍ୟରେ ଦିନକୁ ୩ ଲକ୍ଷ ଡୋଜ୍‌ ଟିକା ଦେବା ପାଇଁ ଭିତ୍ତିଭୂମି ପ୍ରସ୍ତୁତ ଅଛି ବୋଲି ମୁଖ୍ୟମନ୍ତ୍ରୀ ଜଣାଇଥିଲେ।  

ସ୍ବାସ୍ଥ୍ୟ ବିଭାଗ ସୂତ୍ରରୁ ମିଳିଥିବା ସୂଚନା‌ ଅନୁଯାୟୀ ରବିବାର ୪୪୨ଟି କେନ୍ଦ୍ରରେ ମୋଟ୍‌ ୫୨,୦୪୧ ଜଣଙ୍କୁ ଟିକା ଦିଆଯାଇଛି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୫୦,୧୦,୪୮୮ ଜଣଙ୍କୁ ଟିକା ଦିଆସରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe