Image Courtesy of The Economic Times
ଭୁବନେଶ୍ୱର: ରାଜ୍ୟରେ ଆସନ୍ତା ୧୯ରୁ ପୁଣି କୋଭିଡ ଟିକା ଦିଆଯିବ | କୋଭିଡ ଟିକାକରଣ ଅଭିଯାନରେ ଉପଲବ୍ଧ ହେବ କୋଭିସୀଲଡ଼ | ୨ୟ ଓ ପ୍ରିକସନ ଡୋଜ ସମୟ ହୋଇଥିଲେ ଟିକା ନେଇପାରିବେ | ନିର୍ଦ୍ଦିଷ୍ଟ ସ୍ୱାସ୍ଥ୍ୟ କେନ୍ଦ୍ର ଓ ଟିକାକରଣ କେନ୍ଦ୍ରରେ ଟିକା ଉପଲବ୍ଧ ହେବ | ତେବେ ଟିକାକରଣକୁ ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ମିଳିଥିବା ସୂଚନା ମୁତାବକ ଆଜି ସୁଦ୍ଧା ରାଜ୍ୟରେ ଏପର୍ଯ୍ୟନ୍ତ ୧୮ ବର୍ଷରୁ ଅଧିକ ବ୍ୟକ୍ତିଙ୍କ ମଧ୍ୟରୁ ୩ କୋଟି ୧୪ ଲକ୍ଷ ୫୩ ହଜାର ୮୫୩ ଜଣ ପ୍ରଥମ ଡୋଜ ନେଇଥିବାବେଳେ ୨ କୋଟି ୯୯ ଲକ୍ଷ ୫୦ ହଜାର ୧୭ ଜଣ ଦ୍ଵିତୀୟ ଡୋଜ ନେଇଛନ୍ତି | ସେହିପରି ୧୫ରୁ ୧୮ ବର୍ଷ ବୟସ ମଧ୍ୟରେ ୨୧ ଲକ୍ଷ ୯୫ ହଜାର ୫୪୫ ଜଣ ପ୍ରଥମ ଡୋଜ ନେଇଥିବାବେଳେ ୧୮ ଲକ୍ଷ ୪୪ ହଜାର ୪୦୧ ଜଣ ଦ୍ଵିତୀୟ ଡୋଜ ନେଇଛନ୍ତି |
ସେହିପରି ୧୨ରୁ ୧୪ ବର୍ଷ ବୟସ ମଧ୍ୟରେ ୧୬ ଲକ୍ଷ ୯୪୦ ଜଣ ପ୍ରଥମ ଡୋଜ ନେଇଥିବାବେଳେ ୧୨ ଲକ୍ଷ ୬ ହଜାର ୫୫୭ ଜଣ ଦ୍ଵିତୀୟ ଡୋଜ ମଧ୍ୟ ନେଇଛନ୍ତି | ପ୍ରିକସନ ବା ବୁଷ୍ଟର ଡୋଜ ବାବଦରେ କହିବାକୁ ଗଲେ ୧୮ରୁ ୫୯ ବର୍ଷ ମଧ୍ୟରେ ୯୯ ଲକ୍ଷ ୯୮ ହଜାର ୮୮୯ ଜଣ ବୁଷ୍ଟର ଡୋଜ ନେଇଥିବାବେଳେ ୬୦ ବର୍ଷରୁ ଉର୍ଦ୍ଧ୍ବ ବୟସର ୩୧ ଲକ୍ଷ ୯୯ ହଜାର ୮୫୫ ଜଣ ବୁଷ୍ଟର ଡୋଜ ନେଇଛନ୍ତି |
Follow Us