ଟିକା ପ୍ରସଙ୍ଗ: ନବୀନଙ୍କୁ ସମର୍ଥନ କଲେ କେରଳ ମୁଖ୍ୟମନ୍ତ୍ରୀ

Advertisment
ଟିକା ପ୍ରସଙ୍ଗ: ନବୀନଙ୍କୁ ସମର୍ଥନ କଲେ କେରଳ ମୁଖ୍ୟମନ୍ତ୍ରୀ

The Indian Express

ଭୁବନେଶ୍ବର : ଟିକା ପ୍ରସଙ୍ଗରେ ଏକାଠି ହେବା ଲାଗି ଦୁଇ ଦିନ ତଳେ ସବୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଆହ୍ବାନ ଦେଇଥିଲେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ତାଙ୍କ ପ୍ରସ୍ତାବକୁ ସମର୍ଥନ ଜଣାଇଛନ୍ତି କେରଳ ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନ୍। ଏହି ପ୍ରସଙ୍ଗରେ ‌ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖି ଟିକା କିଣା ଓ ବିତରଣ ନେଇ
ତାଙ୍କର ସୁଚିନ୍ତିତ ପ୍ରସ୍ତାବ ନିମନ୍ତେ ଧନ୍ୟବାଦ ଜଣାଇଛନ୍ତି। କେନ୍ଦ୍ର ସରକାର ଟିକା କିଣିବା ଓ ରାଜ୍ୟଗୁଡ଼ିକୁ ଟିକା କାର୍ଯ୍ୟକ୍ରମ ପରିଚାଳନା ପାଇଁ ସ୍ବାଧୀନତା ଦେବାକୁ ନବୀନ ଦେଇଥିବା ପ୍ରସ୍ତାବ ସହ ସେ ଏକମତ ବୋଲି କହିଛନ୍ତି। ଏହା ସହ ମହାମାରୀର ମୁକାବିଲା ପାଇଁ ଫଳପ୍ରଦ ସହଯୋଗ ଉପରେ ଶ୍ରୀ ବିଜୟନ୍ ଗୁରୁତ୍ବ‌ାରୋପ କରିଛନ୍ତି।

ସୂଚନାଯୋଗ୍ୟ ଯେ ଗତ ୨ ତାରିଖରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ପ୍ରସ୍ତାବ ଦେଇଥିଲେ ଯେ ଟିକା କିଣିବା ପାଇଁ ରାଜ୍ୟ-ରାଜ୍ୟ ମଧ୍ୟରେ ପ୍ରତିଦ୍ବନ୍ଦ୍ବିତା କରା ନ ଯାଉ। କେନ୍ଦ୍ର ସରକାର ବିଶ୍ବ ସ୍ତରରେ ଟିକା ସଂଗ୍ରହ କରି ରାଜ୍ୟମାନଙ୍କୁ ପ୍ରଦାନ କରନ୍ତୁ। ଏଥିପାଇଁ କେନ୍ଦ୍ର ସରକାରଙ୍କ ଉପରେ ଚାପ ସୃଷ୍ଟି କରିବା ପାଇଁ ମୁଖ୍ୟମନ୍ତ୍ରୀ ନିବେଦନ କରିଥିଲେ। ଟିକା ପାଇଁ ରାଜ୍ୟ-ରାଜ୍ୟ ଭିତରେ ପ୍ରତିଦ୍ବନ୍ଦ୍ବିତା ନ କରିବା ପାଇଁ ସେ ପରାମର୍ଶ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe