ଓଡ଼ିଶାରେ ବି ଟିକା ରାଜନୀତି; ବିଜେଡି-ବିଜେପି ମୁହାଁମୁହିଁ: ବିହାରରେ ଯଦି ମାଗଣା, ଓଡ଼ିଶାରେ ?

Advertisment
ଫାଇଜର୍‌ ଟିକା ନେବାର ସପ୍ତାହକ ପରେ ଆମେରିକୀୟ ନର୍ସ‌୍ କରୋନା ସଂକ୍ରମିତ

The Conversation

ଓଡ଼ିଶାର ଦୁଇ କେନ୍ଦ୍ରମନ୍ତ୍ରୀଙ୍କୁ ଜବାବ ମାଗିଲେ ମନ୍ତ୍ରୀ ରଣେନ୍ଦ୍ର
ବିଜେପି କହିଲା ଟିକା ଏମଓୟୁ ସାର୍ବଜନୀନ କର

ଭୁବନେଶ୍ୱର : କରୋନା ମହାମାରୀ ଲୋକଙ୍କୁ ଯେତିକି ଭୟଭୀତ କରିଛି, ଟିକା ଆସିବା ସଂକ୍ରାନ୍ତ ସରକାରୀ ପ୍ରସ୍ତୁତି ସେତିକି ଆଶ୍ବସ୍ତ କରୁଛି। ହେଲେ ଟିକା କିନ୍ତୁ ରାଜନୀତି ପ୍ରସଙ୍ଗ ପାଲଟିଗଲାଣି। ଏହାକୁ ନେଇ ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ବେଶ୍ ବିତର୍କ ବଢ଼ିଲାଣି। ଏପଟେ ଭାରତରେ ବି ଏହାକୁ ନେଇ ଚର୍ଚ୍ଚା, ଆଲୋଚନା, ସମାଲୋଚନା ଏବଂ ବିତର୍କ ମୁଣ୍ଡଟେକିଲାଣି। ସରକାର ଓ ବିରୋଧୀ ଗୋଷ୍ଠୀ ଟିକା ଆସିବା ପୂର୍ବରୁ ମୁହାଁମୁହିଁ ସ୍ଥିତିକୁ ଚାଲିଆସିଲାଣି। ବିଶେଷକରି ବିଜେପି ବିହାରରେ ମାଗଣା ଟିକା ପ୍ରସଙ୍ଗ ଉଠାଇବା ପରଠାରୁ ଏହାକୁ ନେଇ ରାଜନୀତି ଜୋର ଧରିଛି।

ବିହାର ଭଳି ଓଡ଼ିଶା ଉପନିର୍ବାଚନରେ ବି ଟିକା ପ୍ରସଙ୍ଗ ବିତର୍କ ସୃଷ୍ଟି କଲାଣି। ଆଉ କେହି ନୁହେଁ, ରାଜ୍ୟ ସରକାରଙ୍କ ଖାଦ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଆଜି ଏହି ପ୍ରସଙ୍ଗରେ ଦୁଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ପ୍ରତାପ ଷଡ଼ଙ୍ଗୀଙ୍କୁ ଘେରିଛନ୍ତି। ସିଧା ସିଧା ପ୍ରଶ୍ନ କରିଛନ୍ତି ଯେ ଯଦି ବିହାର ନିର୍ବାଚନ କାରଣରୁ ସେଠାକାର ଲୋକଙ୍କୁ ବା ବିହାରବାସୀଙ୍କୁ ମାଗଣା କରୋନା ଟିକା ଦିଆଯିବ ବୋଲି ଘୋଷଣା କରାଗଲା, ଓଡ଼ିଶା ଲୋକଙ୍କ ପାଇଁ ଦୁଇ କେନ୍ଦ୍ରମନ୍ତ୍ରୀ ମାଗଣା ଟିକା ପ୍ରଦାନ ସଂପର୍କରେ ଘୋଷଣା କରୁନାହାନ୍ତି କାହିଁକି? ଦୁଇ କେନ୍ଦ୍ରମନ୍ତ୍ରୀ ଯଦି ଏ ସଂକ୍ରାନ୍ତରେ ତାଙ୍କର ଉତ୍ତର ନ ରଖନ୍ତି, ତେବେ ଏହାକୁ ନିର୍ବାଚନୀ ଜୁମ୍‌ଲା ବୋଲି ବିଚାର କରାଯିବ ବୋଲି ଶ୍ରୀ ସ୍ବାଇଁ ଚ୍ୟାଲେଞ୍ଜ କରିଛନ୍ତି। ରଣେନ୍ଦ୍ର ଆହୁରି କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେବଳ ଟିକା ନିର୍ମାତାଙ୍କ ସହିତ ଟେଲିଫୋନରେ ଆଲୋଚନା କରିଛନ୍ତି ତା ନୁହେଁ, ଓଡ଼ିଶା ଲୋକଙ୍କୁ କିଭଳି ଟିକା ମିଳିବ ସେ ନେଇ ୫ କୋଟି ଟଙ୍କାର ଚୁକ୍ତି କରି ସାରିଛନ୍ତି। ରାଜ୍ୟ ସରକାର ଓଡ଼ିଶାରେ ଟିକାକରଣ ପାଇଁ ପ୍ରତିଶ୍ରୁତିବଦ୍ଧ। ବିଜେପି ତାର ଆଭିମୁଖ୍ୟ ସ୍ପଷ୍ଟ କରିବା ଦରକାର ବୋଲି ଶ୍ରୀ ସ୍ବାଇଁ ଆହ୍ବାନ ଦେଇଛନ୍ତି।

ସଂପ୍ରତି ଉଭୟ ବାଲେଶ୍ବର ଓ ତିର୍ତ୍ତୋଲରେ ଉପନିର୍ବାଚନ ଜାରି ରହିଥିବା ପରିପ୍ରେକ୍ଷୀରେ ଟିକା ପ୍ରସଙ୍ଗରେ ରଣେନ୍ଦ୍ରଙ୍କ ଗୁଗ୍‌ଲି ରାଜ୍ୟ ରାଜନୀତିରେ କମ୍ପନ ସୃଷ୍ଟି କରିଛି। ଏଥିସହିତ କରୋନା ଟିକା ପ୍ରସଙ୍ଗରେ ବିଜେପି କି ଭୂମିକା ଗ୍ରହଣ କରିବ ସେ ନେଇ ଅକଳରେ ପଡିଯାଇଛି। ଗତକାଲି ବାଲେଶ୍ବରରେ ରାଜ୍ୟ ସରକାରଙ୍କୁ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଓ ଶ୍ରୀ ଷଡ଼ଙ୍ଗୀ କଡ଼ା ସମାଲୋଚନା କରିଥିଲେ।

ପୂର୍ବରୁ ବାଲେଶ୍ବର ଉପନିର୍ବାଚନ ସଂକ୍ରାନ୍ତରେ ରଣେନ୍ଦ୍ରଙ୍କ ଏକ ମନ୍ତବ୍ୟ ବିବାଦୀୟ ପରିସ୍ଥିତି ସୃଷ୍ଟି କରିଥିଲେ। ବିଜେପି ନେତାମାନେ ଏହି ପ୍ରସଙ୍ଗକୁ ନେଇ ଶାସକ ଦଳକୁ ଘେରିଥିଲେ। ପରେ ଶ୍ରୀ ସ୍ବାଇଁ ସ୍ପଷ୍ଟୀକରଣ ଦେଇ କହିଥିଲେ ଯେ ତାଙ୍କ ବୟାନକୁ ଭୁଲ ଭାବେ ପ୍ରଚାରିତ କରାଯାଇଛି।

ଦୁଇ କେନ୍ଦ୍ରମନ୍ତ୍ରୀଙ୍କ ପ୍ରତିକ୍ରିୟା ମିଳିପାରିନାହିଁ। ଏପଟେ କିନ୍ତୁ ବିଜେପି ପକ୍ଷରୁ ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ ଟ୍ବିଟ୍ କରି କହିଛନ୍ତି ଯେ ଓଡ଼ିଶାବାସୀଙ୍କୁ ନିଜସ୍ବ ଅର୍ଥରେ ଟିକା ଯୋଗାଇ ଦେବା ପାଇଁ ରାଜ୍ୟ ସରକାର ଏମ୍‌ଓୟୁ କରିଥିବା ରାଜା ବାବୁ କହିଛନ୍ତି। ରାଜା ବାବୁଙ୍କୁ ମୁଁ ଅନୁରୋଧ କରୁଛି, ରାଜ୍ୟବାସୀଙ୍କ ଅବଗତି ନିମନ୍ତେ ଏମ୍‌ଓୟୁ କରିଥିବା ଟିକା ଯୋଗାଣକାରୀ ସଂସ୍ଥାର ଏମ୍‌ଓୟୁ ଓ ବୁଝାମଣାର ନକଲ ସାର୍ବଜନୀନ କରନ୍ତୁ। ଏହା ପ୍ରକାଶ କଲେ ବାଲେଶ୍ବରବାସୀ ଉପକୃତ ହେବେ। ସେ ଆହୁରି କହିଛନ୍ତି ଯେ ବିଶ୍ବ ମହାମାରୀ କୋଭିଡ୍-୧୯ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ହାତ ଖୋଲି ଓଡ଼ିଶାକୁ ସହଯୋଗ କରୁଛନ୍ତି। କୋଭିଡ୍ ମୁକାବିଲା ପାଇଁ ଓଡ଼ିଶାକୁ ୨୨ ହଜାର କୋଟି ଦିଆଯାଇଛି ଓ ତା ଭିତରୁ ବାଲେଶ୍ବର ଜିଲ୍ଲା ପାଇଁ ୯୨୨ କୋଟିର ବ୍ୟୟବରାଦ କରିଛନ୍ତି।ଏତେ ଟଙ୍କା ଆସିଲା ପରେ ବି ପ୍ରତିଦିନ ରାଜ୍ୟରେ କୋଭିଡ୍ ପରିଚାଳାରେ ବ୍ୟାପକ ତ୍ରୁଟି ଦେଖିବାକୁ ମିଳୁଛି।

ଉଲ୍ଲେଖଥାଉକି, ଟିକା କେବେ ଆସିବ, ନା ତାହା ଏଯାଏ ସ୍ଥିର ହୋଇଛି ନା କେତେ ସଂଖ୍ୟାରେ ମିଳିବ, ତାହାକୁ ନେଇ ଠୋସ୍ ଆକଳନ ହେଲାଣି। କେନ୍ଦ୍ର ସରକାର ପ୍ରସ୍ତୁତି ଆରମ୍ଭ କରିଛନ୍ତି, ରାଜ୍ୟ ସରକାର ବି। ହେଲେ ଲୋକଙ୍କ ନଜର ଟିକା ଉପରେ ରହିଥିବା ପରିପ୍ରେକ୍ଷୀରେ ଏହାକୁ ସାଧାରଣ ଲୋକଙ୍କ ମନଭିତରେ ବସା ବାନ୍ଧିବା ଲାଗି ରାଜନୈତିକ ଦଳମାନେ କୌଣସି ସୁଯୋଗ ହାତଛଡା କରିବା ଅବସ୍ଥାରେ ନାହାନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe