ଓଡ଼ିଶାରେ କୋଭିସିଲ୍ଡ ଟିକା ଅଭାବ, ଅତିରିକ୍ତ ୧୫ ଲକ୍ଷ ମାତ୍ରା ପଠାଇବାକୁ କେନ୍ଦ୍ରକୁ ଅନୁରୋଧ କଲେ ରାଜ୍ୟ ସରକାର

Advertisment
ଭାରତର ଯେସାକୁ ତେସା ନୀତି : ବ୍ରିଟେନରୁ ଭାରତ ଆସିଲେ ୩ ଥର ଆରଟିପିସିଆର ପରୀକ୍ଷା, ୧୦ ଦିନ ସଂଗରୋଧରେ ରହିବା ବାଧ୍ୟତାମୂଳକ

India TV

ଭୁବନେଶ୍ବର: ପୁଣି ଥରେ ରାଜ୍ୟରେ କୋଭିସିଲ୍ଡ ଟିକା ଅଭାବ ଦେଖାଦେଇଛି । ଯେତିକି କୋଭିସିଲ୍ଡ ଅଛି ତାହା ଆସନ୍ତା ଦୁଇ ଦିନରେ ଶେଷ ହୋଇଯିବ । ଏଣୁ ଶୀଘ୍ର ଅତିରିକ୍ତ ୧୫ ଲକ୍ଷ ମାତ୍ରା କୋଭିସିଲ୍ଡ ଟିକା ଯୋଗାଣ ପାଇଁ ଆଜି କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୁଷଣଙ୍କୁ ଚିଠି ଲେଖିଛନ୍ତି ଓଡ଼ିଶାର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ।

ଚିଠିରେ ସେ ଲେଖିଛନ୍ତି ଯେ, ଏବେ ରାଜ୍ୟରେ କେବଳ ୬ ଲକ୍ଷ ୧୪ ହଜାର ମାତ୍ରା କୋଭିସିଲ୍ଡ ଟିକା ରହିଛି । କିନ୍ତୁ କୋଭିସିଲ୍ଡର ଦ୍ୱିତୀୟ ଡୋଜ୍ ଅପେକ୍ଷାରେ ଏବେ ବି ୨୮.୩୧ ଲକ୍ଷ ଲୋକ ଅଛନ୍ତି । କିନ୍ତୁ ଜୁଲାଇ ମାସରେ ଓଡ଼ିଶାକୁ ପ୍ରାୟ ୨୫ ଲକ୍ଷ ୩୧ ହଜାର ମାତ୍ରା କୋଭିସିଲ୍ଡ ପଠାଇବାକୁ କେନ୍ଦ୍ର ସରକାର ଧାର୍ୟ୍ୟ କରିଛନ୍ତି । ଏଣୁ କେନ୍ଦ୍ର ସରକାର ତୁରନ୍ତ ଅତିରିକ୍ତ ୧୫ ଲକ୍ଷ ମାତ୍ରା କୋଭିସିଲ୍ଡ ପଠାନ୍ତୁ ବୋଲି ସେ ଅନୁରୋଧ କରିଛନ୍ତି ।

ସେ ଲେଖିଛନ୍ତି ଯେ ରାଜ୍ୟ ସରକାର ଦୈନିକ ହାରାହାରି ୩ ଲକ୍ଷ ମାତ୍ରା ଟିକା ଦେଉଛନ୍ତି । କିନ୍ତୁ କେନ୍ଦ୍ର ସରକାର ଉଚିତ ସମୟରେ ଆବଶ୍ୟକ ମାତ୍ରାରେ ଟିକା ନ ପଠାଇଲେ ଟିକାକରଣ ପ୍ରଭାବିତ ହେବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe