ଟିକା ଆଶା ଦେଖାଇଲେ : ଡାଟାବେସ୍ ପ୍ରସ୍ତୁତ କରିବାକୁ ନିର୍ଦେଶ ଦେଲେ ସରକାର

ତିନି ମାସ ଅନ୍ତରରେ ଅକ୍ସଫୋର୍ଡ ଟିକା ଅଧିକ ଫଳପ୍ରଦ

The Week

ସରକାରୀ,ବେସରକାରୀ ସ୍ବାସ୍ଥ୍ୟ କର୍ମୀଙ୍କ ତାଲିକା ପ୍ରସ୍ତୁତ ହେବ
ମେଡିକାଲ ସଂଘ, ଘରୋଇ ହସ୍ପିଟାଲ, ମିସନ ଶକ୍ତି ବିଭାଗକୁ ଚିଠି

ଭୁବନେଶ୍ୱର : ଟିକା କେବେ ଆସିବ, ସେ ନେଇ କୌଣସି ସ୍ପଷ୍ଟ ଚିତ୍ର ମିଳିନାହିଁ। ବିଭିନ୍ନ ପର୍ଯ୍ୟାୟ ପରୀକ୍ଷଣ ଚାଲିଛି। ଏପଟେ କିନ୍ତୁ ଟିକା କିଭଳି ବଣ୍ଟାଯିବ, ସେ ନେଇ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି। ଖୁବ୍‌ଶୀଘ୍ର କରୋନା ଟିକା ଉପଲବ୍ଧ ହୋଇପାରେ ବୋଲି ରାଜ୍ୟ ସରକାର ଆଜି ଆଶା ଦେଖାଇଛନ୍ତି। କେନ୍ଦ୍ର ସରକାରଙ୍କ ପକ୍ଷରୁ ଦୁଇ ଦିନ ପୂର୍ବରୁ ଏ ସଂପର୍କରେ ରାଜ୍ୟ ସରକାରଙ୍କୁ ସୂଚନା ଦିଆଯିବା ପରେ ସ୍ବାସ୍ଥ୍ୟ ବିଭାଗ ତତ୍ପରତା ଦେଖାଇଛି। କେବଳ ସେତିକି ନୁହେଁ, ସ୍ବାସ୍ଥ୍ୟକର୍ମୀଙ୍କ ସମେତ ଅଙ୍ଗନବାଡ଼ି କର୍ମୀ ଆସନ୍ତା ସପ୍ତାହ ଭିତରେ ଡାଟାବେସ୍ ପ୍ରସ୍ତୁତ କରିବା ଲାଗି ବିଭିନ୍ନ ମେଡିକାଲ ସଂଘ ଓ ଘରୋଇ ହସ୍ପିଟାଲ ମାଲିକ, ମିସନ ଶକ୍ତି ବିଭାଗକୁ ଏ ମର୍ମରେ ଚିଠି ଲେଖିଛନ୍ତି ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର।

କରୋନା ଭୂତାଣକୁ ନେଇ ୮ ମାସ ହେବ ଲୋକମାନେ ଭୟଭୀତ ରହିଛି। ଯଦିଓ ଦେଶରେ ଏବେ ସଂକ୍ରମଣ ହ୍ରାସ ପାଇଛି; ଆଗକୁ ଶୀତଦିନ ଆସୁଥିବାରୁ ଦ୍ବିତୀୟ ଲହରୀର ଆଶଙ୍କା ଦେଖାଦେଇଛି। ଏଭଳି ପରିସ୍ଥିତିରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଟିକା ପ୍ରଦାନ ଲାଗି ଡାଟାବେସ୍‌ ପ୍ରସ୍ତୁତ ପାଇଁ କୁହାଯିବା ଲୋକମାନଙ୍କୁ ସାମାନ୍ୟ ଆଶ୍ବସ୍ତ କରିଛି।

ରାଜ୍ୟ ସରକାର ଚିଠିରେ କହିଛନ୍ତି ଯେ କରୋନା ଟିକା ଆସୁଥିବାରୁ କେନ୍ଦ୍ର ସରକାର ଉଭୟ ସରକାରୀ ଓ ବେସରକାରୀ ସ୍ବାସ୍ଥ୍ୟକର୍ମୀଙ୍କ ଡା‌ଟାବେସ୍ ପ୍ରସ୍ତୁତ କରାଯିବା ଉପରେ ଗୁରୁତ୍ବ ଦେଇଛନ୍ତି। ଏହି କ୍ରମରେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଅଙ୍ଗନବାଡ଼ି କର୍ମୀ, ସହାୟିକା, ସୁପରଭାଇଜର ଓ ସିଡିପିଓମାନଙ୍କ ଡାଟାବେସ୍ ପ୍ରସ୍ତୁତ ଲାଗି କୁହାଯାଇଛି। କୋଭିଡ୍‌-୧୯ ଭ୍ୟାକ୍ସିନେସନ୍‌ ବେନିଫିସିଆରି ମ୍ୟାନେଜମେଣ୍ଟ ସିଷ୍ଟମ୍ ବା ସିଭିବିଏମ୍‌ଏସ୍‌ରେ ଅଙ୍ଗନବାଡ଼ି କର୍ମୀ, ସହାୟିକା, ସୁପରଭାଇଜର୍‌ ଓ ସିଡିପିଓମାନଙ୍କ ଡାଟା ଅପଲୋଡ୍‌ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ୨୫ ତାରିଖ ସୁଦ୍ଧା ସମସ୍ତ ଜିଲ୍ଲା ଆଇସିଡିଏସ୍‌କୁ ଡାଟାବେସ୍ ପ୍ରସ୍ତୁତ କରି ଜଣାଇବେ। ସେହିଭଳି ଆଇଏମ୍‌ଏ ଓଡ଼ିଶା, ଘରୋଇ ଡାକ୍ତରଖାନା ସଂଘର ସଭାପତି, ଆୟୁଷ, ନର୍ସିଂ ଓ ପାରାମେଡିକ ସଂଘ ମଧ୍ୟ ସେମାନଙ୍କ ସଦସ୍ୟମାନଙ୍କ ନାମ ସହିତ ଚଳିତ ମାସ ୨୯ ତାରିଖ ସୁଦ୍ଧା ଏଥିରେ ସାମିଲ ହେବା ଲାଗି ଜିଲ୍ଲାପାଳ, ମ୍ୟୁନିସିପାଲ କମିସନର୍‌ ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe