The Economic Times
ଭୁବନେଶ୍ବର : ୧୮ରୁ ୪୪ ବର୍ଗଙ୍କୁ ମାଗଣା ଟିକାରଣ ପାଇଁ ଶୁକ୍ରବାର ଟେଣ୍ଡର ଆହ୍ବାନର ଶେଷ ତାରିଖ ଥିଲା। କିନ୍ତୁ ବାତ୍ୟା ଓ ଅଧିକାଂଶ ଉତ୍ପାଦନକାରୀ ଓ ଯୋଗାଣ କମ୍ପାନିଙ୍କ ଅନୁରୋଧ କ୍ରମେ ଏହି ବିଶ୍ବସ୍ତରୀୟ ଟେଣ୍ଡର ଆହ୍ବାନ ଅବଧିକୁ ଆଉ ଗୋଟିଏ ସପ୍ତାହ ବୃଦ୍ଧି କରାଯାଇଛି। ଏ ନେଇ ଓଡ଼ିଶା ରାଜ୍ୟ ଔଷଧ ନିଗମ ପକ୍ଷରୁ ବିଧିବଦ୍ଧ ଭାବେ ଶୁଦ୍ଧିପତ୍ର ଜାରି କରାଯାଇଛି। ଶୁଦ୍ଧିପତ୍ର ଅନୁଯାୟୀ, ଆସନ୍ତା ୪ ତାରିଖ ସକାଳ ୧୦ଟା ସୁଦ୍ଧା ଟେଣ୍ଡର ପକାଇବା ପାଇଁ ଶେଷ ସମୟ ଧାର୍ଯ୍ୟ କରାଯାଇଥିବାବେଳେ ସେହିଦିନ ପୂର୍ବାହ୍ନ ୧୧ଟା ୩୦ରେ ଅନ୍ଲାଇନ୍ ବିଡ୍ ଖୋଲାଯିବ। ଏହାସହିତ ସନ୍ଧ୍ୟା ୫ଟାରେ ବିଭିନ୍ନ କମ୍ପାନିମାନେ ସେମାନଙ୍କ ଟିକା ପାଇଁ ନିର୍ଦ୍ଧାରିତ କରିଥିବା ମୂଲ୍ୟ ସମ୍ପର୍କିତ ଟେଣ୍ଡର ଖୋଲିବା ପାଇଁ ଧାର୍ଯ୍ୟ କରାଯାଇଛି।
Follow Us