ଆଜି ଅପରାହ୍ନରେ ୩ଲକ୍ଷ ୪୯ ହଜାର ଟିକା ଓଡ଼ିଶାରେ ପହଞ୍ଚିବ: ପରିବାର କଲ୍ୟାଣ ନିର୍ଦ୍ଦେଶକ

Advertisment
ଆଜି ଅପରାହ୍ନରେ ୩ଲକ୍ଷ ୪୯ ହଜାର ଟିକା ଓଡ଼ିଶାରେ ପହଞ୍ଚିବ: ପରିବାର କଲ୍ୟାଣ ନିର୍ଦ୍ଦେଶକ

image source facebook

ଭୁବନେଶ୍ବର: ଆଜି ଅପରାହ୍ନରେ ୩ଲକ୍ଷ ୪୯ ହଜାର ଟିକା ଓଡ଼ିଶାରେ ପହଞ୍ଚିବ। ଯେତିକି ଟିକା ଆସୁଛି ତାହା ୩ ଦିନ ହିଁ ଯିବ। ଯଦି ଅଧିକ ଟିକା ନ ଆସେ, ତେବେ ଆଗକୁ ଟିକାକରଣ ବାଧାପ୍ରାପ୍ତ ହେବର ସମ୍ଭାବନା ରହିଛି। ତେଣୁ ପୁଣି ଥରେ ଆମେ କେନ୍ଦ୍ର ସରକାରଙ୍କୁ ଚିଠି ଲେଖିବୁ।  ଏହା କହିଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ଡାକ୍ତର ବିଜୟ ପାଣିଗ୍ରାହୀ।

ସେ ଆହୁରି ମଧ୍ୟ କହିଛନ୍ତି, ଆମର ଗତକାଲି ୨ ଲକ୍ଷ ୬୩ ହଜାର ୪୧ ଟିକାକରଣ ହୋଇଛି। ପ୍ରତିଦିନ ୨ଲକ୍ଷ ଟିକାକରଣର ଟାର୍ଗେଟ ରହିଥିଲା। ଏବେ କିନ୍ତୁ ଏହା ବୃଦ୍ଧି ପାଇଛି। ୫ ଦିନରେ ୧୦ ଲକ୍ଷ ଟାର୍ଗେଟ ଥିବା ବେଳେ ଏହା ୧୧ଲକ୍ଷ ପାର କରିଛି। ରାଜ୍ୟରେ ବର୍ତ୍ତମାନ ୩ଲକ୍ଷ ୪୭ହଜାର କୋଭିସିଲଡ଼ ଟିକା ମହଜୁଦ ଅଛି। ହିଟୱେଭ ପାଇଁ ଆମେ ଟିକାକରଣର ସମୟ ପରିବର୍ତ୍ତନ କରିଛୁ। ଦ୍ବିତୀୟ ଲହରୀ ପ୍ରଥମ ପର୍ଯ୍ୟାୟ ଅପେକ୍ଷା ଅଧିକ ଦ୍ରୁତଗତିରେ ସଂକ୍ରମଣ ହେଉଛି। ଏଥିରେ ଗୋଟିଏ ଆଶ୍ୱସ୍ତିକର କଥା ହେଉଛି ଡେଥ ରେଟ ନାହିଁ । କରୋନା ସଂକ୍ରମଣ ଟିକିଏ କମିବା ପରେ ଲୋକମାନେ ପୁଣି ବେପରୁଆ ହୋଇଗଲେ। କିନ୍ତୁ ଏବେ ସମୟ ଆସିଛି ଲୋକମାନେ ନିଜକୁ ସଚେତନ କରନ୍ତୁ ଏବଂ ଗାଇଡଲାଇନର ଅନୁପାଳନ କରନ୍ତୁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe