ଦେଶ ପ୍ରତି ଥିବା ଅବଦାନ ବାଜପେୟୀଙ୍କୁ ଚିରସ୍ମରଣୀୟ ରଖିବ: ଧର୍ମେନ୍ଦ୍ର

Advertisment
ଦେଶ ପ୍ରତି ଥିବା ଅବଦାନ ବାଜପେୟୀଙ୍କୁ ଚିରସ୍ମରଣୀୟ ରଖିବ: ଧର୍ମେନ୍ଦ୍ର

ନୂଆଦିଲ୍ଲୀ/ଭୁବନେଶ୍ବର : ଦେଶ ପ୍ରତି ଥିବା ଅବଦାନ ରାଷ୍ଟ୍ରବାଦୀ,ଦୂରଦୃଷ୍ଟିସମ୍ପନ୍ନ ତଥା ଭାରତର ସବୁଠାରୁ ଲୋକପ୍ରିୟ ରାଜନେତା ପୂର୍ବତନ ପ୍ରଧାନନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କୁ ଚିରସ୍ମରଣୀୟ କରି ରଖିବ। ଅଟଳ ବିହାରୀ ବାଜପେୟୀଙ୍କ ଶ୍ରାଦ୍ଧବାର୍ଷିକୀ ଅବସରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହା କହିଛନ୍ତି।ଏଥିସହିତ, କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ଓଡ଼ିଶା ପ୍ରତି ଥିବା ଅବଦାନ ସମ୍ପର୍କରେ ଆଲୋକପାତ କରିଛନ୍ତି। ଭୁବନେଶ୍ବରସ୍ଥିତ ଏମ୍ସ ତାଙ୍କର ବଡ଼ ଅବଦାନ। ଏଥିସହିତ, ରାଜ୍ୟରେ ମାତ୍ର ୧୬୦୦ କିଲୋମିଟର ରାଜପଥ ଥିବାବେଳେ ତାଙ୍କ ପ୍ରଧାନମନ୍ତ୍ରିତ୍ବ ସମୟରେ ଆଉ ୧୬୦୦ କିଲୋମିଟର ଜାତୀୟ ରାଜପଥ ନିର୍ମାଣ କରାଯାଇଥିଲା ବୋଲି କେନ୍ଦ୍ରମନ୍ତ୍ରୀ ସ୍ମୃତିଚାରଣ ଅବସରରେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe