ଯେକୌଣସି ପରିସ୍ଥିତିରେ ମଧ୍ୟ କାଲିଠାରୁ ଖାତାଦେଖା ଆରମ୍ଭ ହେବ: ବୋର୍ଡ କର୍ତ୍ତୃପକ୍ଷ

୫୭ଟି କେନ୍ଦ୍ରରେ ୧୩ ହଜାର ୨୮୦ ଜଣ ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କୁ ନିଯୁକ୍ତି

ଯେକୌଣସି ପରିସ୍ଥିତିରେ ମଧ୍ୟ କାଲିଠାରୁ ଖାତାଦେଖା ଆରମ୍ଭ ହେବ: ବୋର୍ଡ କର୍ତ୍ତୃପକ୍ଷ

ଭୁବନେଶ୍ୱର: ମାଟ୍ରିକ ପରୀକ୍ଷାର ଖାତା ଗୁଡ଼ିକ ମଙ୍ଗଳବାର ଠାରୁ ମୂଲ୍ୟାୟନ ହେବ। ଯେକୌଣସି ପରିସ୍ଥିତିରେ ମଧ୍ୟ କାଲିଠାରୁ ଖାତା ଦେଖା ଆରମ୍ଭ ହେବ ବୋଲି ସୋମବାର ବୋର୍ଡ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ଯେଉଁଠି ଶିକ୍ଷକ ନଥିବେ, ସେଠାରେ ନୂଆ ଶିକ୍ଷକ ନିଯୁକ୍ତ ହେବେ ବୋଲି ବୋର୍ଡ କର୍ତ୍ତୃପକ୍ଷ କହିଛନ୍ତି। ମାଟ୍ରିକ ଖାତା ମୂଲ୍ୟାୟନକୁ ଶିକ୍ଷକ ବର୍ଜନ କରିବା ପରେ ବୋର୍ଡ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି।

ମାର୍ଚ୍ଚ ୨୦ରୁ ମାଟ୍ରିକ ବୋର୍ଡ ପରୀକ୍ଷାର ଖାତା ମୂଲ୍ୟାୟନ ଆରମ୍ଭ ହେବାକୁ ଥିବା ବେଳେ ୮ଟି କେନ୍ଦ୍ରରେ କେହି ଶିକ୍ଷକ ଯୋଗ ଦେଇ ନାହାନ୍ତି। ଏ ନେଇ ବୋର୍ଡ ପରୀକ୍ଷା ପରିଚାଳକ ନିହାର ରଂଜନ ମହାନ୍ତି କହିଛନ୍ତି, ଜିଲ୍ଲା ଶିକ୍ଷା ଅଧିକାରୀମାନଙ୍କ ସହିତ ଆଲୋଚନା କରି ବିକଳ୍ପ ବ୍ୟବସ୍ଥା କରାଯାଉଛି।

publive-image

ପୂର୍ବରୁ ବୋର୍ଡ ସଭାପତି ଜାହାନ ଆରା ବେଗମ ସୂଚନା ଦେଇଥିଲେ, ଆଗାମୀ ମାର୍ଚ୍ଚ ୨୦ରୁ ମାଟ୍ରିକ ପରୀକ୍ଷା ଖାତାଦେଖା ଆରମ୍ଭ ହେବ। ଏଥି ପାଇଁ ୫୭ଟି କେନ୍ଦ୍ରରେ ୧୩ ହଜାର ୨୮୦ ଜଣ ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କୁ ନିଯୁକ୍ତି ଦିଆଯିବ। ୨ୟ ସପ୍ତାହ ମଧ୍ୟରେ ଖାତା ଦେଖାଯାଇ ମେ ମାସରେ ଫଳାଫଳ ପ୍ରକାଶ କରାଯିବ।

ସୂଚନାଯୋଗ୍ୟ ଗତ ଫେବ୍ରୁଆରୀ ୨୩ରେ ଆରମ୍ଭ ହୋଇଥିବା ମାଟ୍ରିକ ପରୀକ୍ଷା ମାର୍ଚ୍ଚ ୮ରେ ଶେଷ ହୋଇଥିଲା। ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ୫ଲକ୍ଷ ୯୦ ହଜାରରୁ ଅଧିକ ଛାତ୍ରଛାତ୍ରୀ ସାମିଲ ଥିଲେ। ସେହିଭଳି ରାଜ୍ୟ ମୁକ୍ତ ବିଦ୍ୟାଳୟର ୧୩ହଜାର ୯୭୮ ଏବଂ ମଧ୍ୟମାରେ ୩ ହଜାର ୭୧୫ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe