iStock
ଉତ୍କେଲା: କଳାହାଣ୍ଡି ଜିଲ୍ଲା ସଦର ଥାନା କର୍ଲାପଡ଼ା ଫାଣ୍ଡି କୋକୋଡ଼ମାଲ ଓ ଗୁଞ୍ଜେରମାଲ ରାସ୍ତା​ରେ ଥିବା ଏକ ପୋଖରୀରେ ଭାରସାମ୍ୟ ହରାଇ ଏକ ପିକ୍ଅପ୍ ପଶିଯିବାରୁ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ କର୍ଲାପଡ଼ା ଫାଣ୍ଡି ଘଣ୍ଟବାହାଲି ଗ୍ରାମର ଗୋପାଳ ବାଗ (୨୭) ବୋଲି ଜଣାପଡ଼ିଛି। ସୂଚନାନୁସାରେ ଘଣ୍ଟବାହାଲିରୁ କୋକୋଡ଼ମାଲକୁ ଏକ ପିକ୍ଅପ୍ (ଓଡି ୦୮କେ-୮୦୧୨)ରେ ସୋମବାର ଦିନ ବରଯାତ୍ରୀ ଆସିଥିଲେ।
ରାତିରେ ବରଯାତ୍ରୀ ସାରି ଘରକୁ ଫେରୁଥିବା ବେଳେ କୋକୋଡ଼ମାଲ ଓ ଗୁଞ୍ଜେରମାଲ ରାସ୍ତାର ମଝିରେ ଥିବା ଏକ ପୋଖରିରେ ପିକ୍ଅପ୍ଟି ଭାରସାମ୍ୟ ହରାଇ ପଶିଯାଇଥିଲା। ଫଳରେ ପିକ୍ଅପ୍ରେ ପଛପଟେ ବସିଥିବା ଗୋପାଳ ପାଣିରେ ବୁଡ଼ି ମୃତ୍ୟୁବରଣ କରିଥିଲେ। ଖବର ପାଇ କର୍ଲାପଡ଼ା ଫାଣ୍ଡି ଅଧିକାରୀ ଅସିତ ପଣ୍ଡା ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରି ଭବାନୀପାଟଣା ମୁଖ୍ୟ ଡାକ୍ତରଖାନାକୁ ପଠାଇଥିଲେ। ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲେ।
Follow Us