ପିକ୍‌ଅପ୍‌ ଭ୍ୟାନ ଦୁର୍ଘଟଣା, ଜଣେ ମୃତ

Advertisment
ପିକ୍‌ଅପ୍‌ ଭ୍ୟାନ ଦୁର୍ଘଟଣା, ଜଣେ ମୃତ

ହରିଚନ୍ଦନପୁର: ହରିଚନ୍ଦନପୁର ଥାନା ଆଳୁଘାଟିରେ ଆଜି ସନ୍ଧ୍ୟାରେ ଏକ  ପିକ୍‌ଅପ୍‌ ଭ୍ୟାନ୍‌ (ଓଡି-୦୨-ବିଜେ-୫୩୨୦) ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଦୁଇଜଣ ଗୁରୁତର ଆହତ ହୋଇଛନ୍ତି। ମୃତକ ଜଣଙ୍କ ହେଲେ ଝାଡ଼ଖଣ୍ଡ ରାଜ୍ୟର ଭିକୁ। ଗୁରୁତରମାନେ ହେଲେ ଝାଡ଼ଖଣ୍ଡର ରାଜୀବ ଓ ଡ୍ରାଇଭର କଟକ ଜିଲ୍ଲା ବଡ଼ମ୍ବା ଥାନା ଗୋଡ଼ାପୋଖରୀ ଗ୍ରାମର ସିଦ୍ଧାନ୍ତ ଜେନା (୨୬)। ମିଳିଥିବା ସୂଚନା ଅନୁଯାୟୀ, ପିକ୍‌ଅପ୍‌ ଭ୍ୟାନ୍‌ଟି ଭୁବନେଶ୍ୱରରୁ ବଡ଼ବିଲ ଅଭିମୁଖେ ଯାଉଥିଲା।

ସେଠାରୁ ଘରୋଇ ଜିନିଷପତ୍ର ନେଇ ପୁଣି ଭୁବନେଶ୍ୱର ଫେରିଥାନ୍ତା। ଗାଡ଼ିଟି ଆଳୁଘାଟିରେ ଭାରସାମ୍ୟ ହରାଇ ରାସ୍ତାକଡ଼ ସୁରକ୍ଷାବାଡ଼ରେ ପିଟି ହୋଇଥିଲା। ଖବର ପାଇ ହରିଚନ୍ଦନପୁର ଥାନା ଏସ୍‌ଆଇ ସୁରେଶ କୁମାର ମାଝୀ, କନେଷ୍ଟବଳ ସନ୍ତୋଷ କୁମାର ମହାରଣା ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ମସ୍ତଙ୍କୁ ହରିଚନ୍ଦନପୁର ଡାକ୍ତରଖାନା ପଠାଇଥିଲେ। ସେଠାରେ ଡାକ୍ତର ଭିକୁଙ୍କୁ ମୃତ ଘୋଷଣା କରିଥିଲେ। ଅନ୍ୟ ଦୁଇଜଣ ଗୁରୁତରଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe