ପିକଅପ ଭ୍ୟାନ ଧକ୍କାରେ ସାଇକଲ ଚାଳକ ମୃତ

ଦୁଇଟି ବାଇକ୍‌କୁ ଧକ୍କା ଦେଲା ପିକ୍ଅପ୍: ପୁତୁରା ମୃତ

iStock

ଚଣ୍ଡିଖୋଲ/ବଡ଼ଚଣା: ଏକ ପିକଅପ ଭ୍ୟାନ ଧକ୍କାରେ ଜଣେ ସାଇକଲ ଚାଳକଙ୍କ ମୃତ୍ୟୁ ଘଟିଛି। ମୃତବ୍ୟକ୍ତି ବନ୍ଦାଳ ଗ୍ରାମର ବିଜୟ କୁମାର ମହାନ୍ତି (୬୦)।‌ ସେ ସାଇକଲ ଯୋଗେ ୧୬ ନମ୍ବର ଜାତୀୟ ରାଜପଥ ଦେଇ ଛତିଆ ଅଞ୍ଚଳକୁ ଯାଉଥିବା ବେଳେ ରୟାତ ଇଞ୍ଜିନିଅରିଂ କାର୍ଯ୍ୟାଳୟ ନିକଟରେ ତାଙ୍କୁ ପଛପଟୁ ଏକ ପିକଅପ ଭ୍ୟାନ ଧକ୍କା ଦେଇଥିଲା।

ବଡ଼ଚଣା ପୁଲିସ ତାଙ୍କୁ ବଡ଼ଚଣା ଡାକ୍ତରଖାନାରେ ଭର୍ତ୍ତି କରିଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପିକଅପ୍‌ଟିକକୁ ପୁଲିସ ବାଇଞ୍ଚୁଆ ଟୋଲ ଗେଟ ନିକଟରୁ ଜବତ କରିଥିବା ଜଣାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe