‘ସାହିତ୍ୟ ଜୀବନ ସହ ଓ ଜୀବନ ବନ ସହ ଜଡ଼ିତ’; ‘ସମ୍ବାଦ ସାହିତ୍ୟଘର’ ବଲାଙ୍ଗୀର ଶାଖା ତରଫରୁ ବନମହୋତ୍ସବ

‘ସାହିତ୍ୟ ଜୀବନ ସହ ଓ ଜୀବନ ବନ ସହ ଜଡ଼ିତ’; ‘ସମ୍ବାଦ ସାହିତ୍ୟଘର’ ବଲାଙ୍ଗୀର ଶାଖା ତରଫରୁ ବନମହୋତ୍ସବ

ବଲାଙ୍ଗୀର : ସାହିତ୍ୟ ଜୀବନର କଥା କହେ। ଜୀବନ ସହ ଜଙ୍ଗଲ ବା ବନର ସଂପର୍କ ନିବିଡ଼। ସମସ୍ତେ  ପରିବେଶ ପ୍ରଦୂଷଣରୁ ଆମ ପୃଥିବୀକୁ ବଞ୍ଚାଇବାକୁ ଗଛ ଲଗାଇବା ଓ ତାର ଯତ୍ନ ନେବା ଦରକାର। ଏହି ମର୍ମରେ ବୁଧବାର ବଲାଙ୍ଗୀର ‘ସମ୍ବାଦ ସାହିତ୍ୟଘର’ ତରଫରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ବଲାଙ୍ଗୀର ଆୟୁର୍ବେଦ ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ଏହି ବନମହୋତ୍ସବରେ ବଲାଙ୍ଗୀର ବନଖଣ୍ଡ ଅଧିକାରୀ ସମୀର ଶତପଥୀ ଓ ଆୟୁର୍ବେଦ ମହାବିଦ୍ୟାଳୟ ଅଧ୍ୟକ୍ଷ ପ୍ରଫେସର ଡା. ଅରୁଣ ଦାସ ଅତିଥି ଭାବେ ଯୋଗଦେଇ ସାହିତ୍ୟଘର ସଦସ୍ୟ ସଦସ୍ୟାମାନଙ୍କ ସହ ବୃକ୍ଷରୋପଣ କରିଥିଲେ।

ବଲାଙ୍ଗୀର ବନକ୍ଷେତ୍ର ଅଧିକାରୀ ବିଜୟ ଖୁଣ୍ଟିଆ, ବନପାଳ ବ୍ୟାସଦେବ ସାହୁ, ଆୟୁର୍ବେଦ ମହାବିଦ୍ୟାଳୟର ପ୍ରଫେସର ଡା. ନିଗମାନନ୍ଦ ବଳ, ଡ. ଗୋପବନ୍ଧୁ ଆଚାର୍ଯ୍ୟ, ଡ. ମନୋଜ ସାହୁ, ଡ. ଅମ୍ବୁଜ ବିଶ୍ବାଳ, ଡ. ବିନୋଦ ସିଂହଙ୍କ ସହ ସାହିତ୍ୟଘର ସଭାପତି ସନ୍ଦୀପ କୁଅଁର, ସଂଗଠନ ସଂପାଦକ ରଂଜିତ ମିଶ୍ର, ସଦସ୍ୟ ଅର୍ଜୁନ ସାହୁ, ପ୍ରକୃତିବନ୍ଧୁ ଶିକ୍ଷକ ଦିଗାମ୍ବର ନାଏକ, ଜଙ୍ଗଲ ଜୀବନ ସୁରକ୍ଷା ଅଭିଯାନର ଆବାହକ ସୁନୀଲ ମହାନ୍ତି, ଲକ୍ଷ୍ମୀ ନାରାୟଣ ସାହୁ, କସ୍ତୁରୀ ରଥ, ବଳିଷ୍ଠ ପ୍ରଧାନ, ବୈଦ୍ୟ ଝସକେତନ ଗୁରୁ, ଜଗବନ୍ଧୁ ପଟେଲ ପ୍ରମୁଖ ଉପସ୍ଥିତ ରହି ବୃକ୍ଷରୋପଣ କରିଥିଲେ। ଆସନ୍ତା ସପ୍ତାହ ମଧ୍ୟରେ ବଲାଙ୍ଗୀର ସହର ପାଖରେ ଥିବା ବିଭିନ୍ନ ପୁଷ୍କରିଣୀ କୂଳରେ ବୃକ୍ଷରୋପଣ କରାଯିବା ପାଇଁ ଯୋଜନା ହୋଇଥିବା ସାହିତ୍ୟଘର ତରଫରୁ ସୂଚନା ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe