କାଳବୈଶାଖୀରେ ଭାଙ୍ଗିଲା କାଚ, ଯାଜପୁର ବୈତରଣୀ ରୋଡ୍‌ ନିକଟରେ ଅଟକିଲା ପୁରୀ-ହାଓଡ଼ା ବନ୍ଦେ ଭାରତ ଏକ୍ସପ୍ରେସ୍‌

କାଳବୈଶାଖୀରେ ଭାଙ୍ଗିଲା କାଚ, ଯାଜପୁର ବୈତରଣୀ ରୋଡ୍‌ ନିକଟରେ ଅଟକିଲା ପୁରୀ-ହାଓଡ଼ା ବନ୍ଦେ ଭାରତ ଏକ୍ସପ୍ରେସ୍‌

ଯାଜପୁର: ଟ୍ରେନ୍‌ ନମ୍ବର ୨୨୮୯୬ ପୁରୀ- ହାଓଡ଼ା ବନ୍ଦେ ଭାରତ ଏକ୍ସପ୍ରେସ୍‌ ଅଧାରେ ଅଟକିଛି। କାଳବୈଶାଖୀ ଯୋଗୁଁ ଦ୍ରତଗାମୀ ଟ୍ରେନ୍‌ଟି ଯାଜପୁର ଜିଲ୍ଲା ବୈତରଣୀ ରୋଡ୍‌ ନିକଟରେ ଅଟକିଛି। କାଳବୈଶାଖୀରେ ଗଛ ପଡ଼ି ଲୋକୋ ପାଇଲଟ ସାମ୍ନା ଗ୍ଲାସ୍‌ ଭାଙ୍ଗିଥିବା ସୂଚନା ମିଳିଛି। ଆଜି ଅପରାହ୍‌ଣ ୪ଟା ୩୫ରୁ ଟ୍ରେନ୍‌ଟି ଅଟକି ରହିଥିବା ଜଣାଯାଇଛି। ରିପୋର୍ଟ ଲେଖାଯିବା ବେଳକୁ ଟ୍ରେନ୍‌ରେ ଯାତ୍ରା କରୁଥିବା ଯାତ୍ରୀମାନେ ବାହାରକୁ ଆସିଯାଇଛନ୍ତି ଏବଂ ଯାତ୍ରା ସ୍ୱାଭାବିକ ହେବା ସମୟକୁ ଅପେକ୍ଷା କରିଛନ୍ତି।

publive-image

ସୂଚନା ଅନୁସାରେ ପୁରୀ- ହାଓଡ଼ା ବନ୍ଦେ ଭାରତ ଏକ୍ସପ୍ରେସ୍‌ ଆଜି ଅପରାହ୍‌ଣ ୧ଟା ୫୦ରେ ବାହାରିଥିଲା। ଏହା ଯାଜପୁରରୋଡରେ ୪ଟା ୩୦ରେ ପହଞ୍ଚିଥିଲା। ଏଠାରୁ ହାଓଡ଼ା ଅଭିମୁଖେ ଯିବା ସମୟରେ ଅପରାହ୍‌ଣ ୪ଟା ୩୫ରେ କାଳବୈଶାଖୀର ସାମ୍ନା କରିଥିଲା। ଏହି ସମୟରେ ଟ୍ରେନ୍‌ଟି ଯାଜପୁର ଜିଲ୍ଲା ବୈତରଣୀ ରୋଡ୍‌ରେ ପହଞ୍ଚିଥିଲା। କାଳବୈଶାଖୀ ଯୋଗୁଁ ଟ୍ରେନ୍‌ର କାଚ ଭାଙ୍ଗିଥିବା ଯାତ୍ରୀମାନ‌େ ଗଣମାଧ୍ୟମକୁ କହିଛନ୍ତି। ତେବେ ସ୍ବାଭାବିକ ଅବସ୍ଥା ଆଣିବା ପାଇଁ ଦକ୍ଷିଣ-ପୂର୍ବ ରେଳପଥ ପକ୍ଷରୁ ଉଦ୍ୟମ ଜାରି ରହିଛି।

publive-image

ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତ ଗୁରୁବାର (୨୦୨୩ ମେ’ ୧୮) ମଧ୍ୟାହ୍ନରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ବନ୍ଦେ ଭାରତ ଏକ୍ସପ୍ରେସର ଫ୍ଲାଗ୍ ଅଫ୍ କରିଥିଲେ। ଏହି ଟ୍ରେନ୍ ଗତ ୨୦ ତାରିଖ ଠାରୁ ଚାଲିବା ଦ୍ୱାରା ପୁରୀ-କୋଲକାତା ଯାତ୍ରା କେବଳ ସାଢ଼େ ୬ ଘଣ୍ଟା ହୋଇଯାଇଛି। ଉଭୟ ରାଜ୍ୟ ମଧ୍ୟରେ ସାଂସ୍କୃତିକ ସଂପର୍କ ଆହୁରି ଘନିଷ୍ଠ ହେବ ବୋଲି କୁହାଯାଉଛି। ଏହାଦ୍ୱାରା ଯାତ୍ରୀମାନଙ୍କର ସମୟ ବଞ୍ଚିବା ସହିତ ବ୍ୟବସାୟ ବଢ଼ିବ ବୋଲି ଆଶା କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe