ରେଳଲାଇନ୍‌ ଉପରେ ପଡ଼ିଲା ଗଛ, ୨୦ ମିନିଟ୍‌ ଅଟକିଲା ବନ୍ଦେ ଭାରତ

Advertisment
ରେଳଲାଇନ୍‌ ଉପରେ ପଡ଼ିଲା ଗଛ, ୨୦ ମିନିଟ୍‌ ଅଟକିଲା ବନ୍ଦେ ଭାରତ

ଜଳେଶ୍ୱର : କାଳବୈଶାଖୀ ଯୋଗୁଁ ପୁଣି ଟ୍ରାକ୍‌ରେ ଅଟକିଛି ବନ୍ଦେ ଭାରତ ଏକ୍ସପ୍ରେସ। ଆଜି ଅପରାହ୍ନରେ ଝଡ଼ତୋଫାନ ଯୋଗୁ ବାଲେଶ୍ବର ଜିଲ୍ଲା ଜଳେଶ୍ବର ସହର ଉପକଣ୍ଠ ଶାନ୍ତିଆ ମୌଜା ଦେଇ ଯାଇଥିବା ରେଳଲାଇନ୍‌ ଉପରେ ଉପୁଡ଼ି ପଡ଼ିଥିଲା ଏକ ବଡ଼ଗଛ। ଏହିସମୟରେ ପୁରୀରୁ ହାୱାଡ଼ା ଅଭିମୁଖେ ବିଳମ୍ବରେ ଚାଲୁଥିବା ବନ୍ଦେ ଭାରତ ଜଳେଶ୍ୱର ଷ୍ଟେସନ୍‌ରେ ସନ୍ଧ୍ୟା ୬ଟା ୪୫ ମିନିଟ୍‌ରେ ପହଞ୍ଚିଥିଲା। ରେଳଲାଇନ୍‌ ଉପରେ ଗଛ ପଡ଼ିଥିବାରୁ ଜଳେଶ୍ବର ଷ୍ଟେସନ୍‌ କର୍ତ୍ତୃପକ୍ଷ ଟ୍ରେନ୍‌କୁ ସେଠାରେ ଅଟକାଇ ଦେଇଥିଲେ।

ଶାନ୍ତିଆ ଅଞ୍ଚଳର କିଛି ଯୁବକ ରେଳଲାଇନ୍‌ ଉପରୁ ଗଛ କାଟି ସଫା କରିବା ପରେ ଟ୍ରେନ୍‌ଟି ୭ଟା ୫ ମିନିଟ୍‌ରେ ପୁଣି ଯାତ୍ରା ଆରମ୍ଭ କରିଥିଲା। ସେହିପରି ଗଛ ପଡ଼ିବା ଯୋଗୁ ଫାଲକନାମା ଓ ନୀଳାଚଳ ଏକ୍ସପ୍ରେସ୍‌ ମଧ୍ୟ ବିଳମ୍ବରେ ଚାଲିଥିବା ଜଳେଶ୍ୱର ଷ୍ଟେସନ୍‌ ମ୍ୟାନେଜର ଖଗେନ୍ଦ୍ରନାଥ ମଣ୍ଡଳ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe