ବିଭିନ୍ନ ନିଗମ ପକ୍ଷରୁ ରାଜ୍ୟ ସରକାରଙ୍କୁ ଲାଭାଂଶ ପ୍ରଦାନ

Advertisment

ରାଜ୍ୟ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଅଧୀନସ୍ଥ ଓଡ଼ିଶା କୃଷି ଶିଳ୍ପ ନିଗମ, ଓଡ଼ିଶା ରାଜ୍ୟ କାଜୁ ଉନ୍ନୟନ ନିଗମ ଏବଂ ଶକ୍ତି ବିଭାଗ ଅଧିନସ୍ଥ ଓଡ଼ିଶା ଜଳ ବିଦ୍ୟୁତ ନିଗମ (ଓଏଚପିସି) ଏବଂ ଓଡ଼ିଶା ଶକ୍ତି ଉତ୍ପାଦନ ନିଗମ (ଓପିଜିସି) ପକ୍ଷରୁ ରାଜ୍ୟ ସରକାରଙ୍କୁ ଲାଭାଂଶ ପ୍ରଦାନ କରାଯାଇଛି...

ରାଜ୍ୟ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଅଧୀନସ୍ଥ ଓଡ଼ିଶା କୃଷି ଶିଳ୍ପ ନିଗମ, ଓଡ଼ିଶା ରାଜ୍ୟ କାଜୁ ଉନ୍ନୟନ ନିଗମ ଏବଂ ଶକ୍ତି ବିଭାଗ ଅଧିନସ୍ଥ ଓଡ଼ିଶା ଜଳ ବିଦ୍ୟୁତ ନିଗମ (ଓଏଚପିସି) ଏବଂ ଓଡ଼ିଶା ଶକ୍ତି ଉତ୍ପାଦନ ନିଗମ (ଓପିଜିସି) ପକ୍ଷରୁ ରାଜ୍ୟ ସରକାରଙ୍କୁ ଲାଭାଂଶ ପ୍ରଦାନ କରାଯାଇଛି...

Various corporations pay dividends to the state government

Various corporations pay dividends to the state government Photograph: (sambad.in)

ଭୁବନେଶ୍ୱର: ରାଜ୍ୟ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଅଧୀନସ୍ଥ ଓଡ଼ିଶା କୃଷି ଶିଳ୍ପ ନିଗମ,  ଓଡ଼ିଶା ରାଜ୍ୟ କାଜୁ ଉନ୍ନୟନ ନିଗମ   ଏବଂ ଶକ୍ତି ବିଭାଗ ଅଧିନସ୍ଥ ଓଡ଼ିଶା ଜଳ ବିଦ୍ୟୁତ ନିଗମ (ଓଏଚପିସି) ଏବଂ ଓଡ଼ିଶା ଶକ୍ତି ଉତ୍ପାଦନ ନିଗମ (ଓପିଜିସି) ପକ୍ଷରୁ ରାଜ୍ୟ ସରକାରଙ୍କୁ ଲାଭାଂଶ ପ୍ରଦାନ କରାଯାଇଛି।
ସୂଚନାଯୋଗ୍ୟ ଯେ, ଓଡ଼ିଶା କୃଷି ଶିଳ୍ପ ନିଗମ ୨୦୧୫-୧୬ ବର୍ଷ ଠାରୁ ଏବଂ ଓଡ଼ିଶା ରାଜ୍ୟ କାଜୁ ଉନ୍ନୟନ ନିଗମ ୧୯୯୫-୯୬ ଠାରୁ ଏହି ଲାଭାଂଶ ପ୍ରଦାନ କରୁଛନ୍ତି। ଓଡ଼ିଶା କୃଷି ଶିଳ୍ପ ନିଗମ ବାର୍ଷିକ ହାରାହାରି ୮୦୦ ରୁ ୯୦୦ କୋଟି ଟଙ୍କାର ସାର, କୃଷି ଯନ୍ତ୍ରପାତି, ଟ୍ରାକ୍ଟର, ଧାନ ଅମଳ ଯନ୍ତ୍ର, ଧାନବୁଣା ଯନ୍ତ୍ର ଇତ୍ୟାଦି ସରକାରଙ୍କ ଧାର୍ଯ୍ୟ ରିହାତି ଦରରେ ଚାଷୀମାନଙ୍କୁ ଯୋଗାଇ ଦେଉଛି। ରାଜ୍ୟ କାଜୁ ଉନ୍ନୟନ ନିଗମର ପ୍ରଚେଷ୍ଟା ଯୋଗୁ ଓଡ଼ିଶା ବର୍ତ୍ତମାନ ଦେଶରେ କାଜୁ ଉତ୍ପାଦନରେ ଓ କାଜୁ ଉଦ୍ୟାନର କ୍ଷେତ୍ରଫଳରେ ଦେଶରେ ସର୍ବଶ୍ରେଷ୍ଠ ହୋଇପାରିଛି।
 
ଓଡ଼ିଶା ଜଳ ବିଦ୍ୟୁତ ନିଗମ ଏବଂ ଓଡ଼ିଶା ଶକ୍ତି ଉତ୍ପାଦନ ନିଗମ ଓଡ଼ିଶାର ଶକ୍ତି ଆବଶ୍ୟକତାର ପ୍ରାୟ ୪୫ ପ୍ରତିଶତ ପ୍ରଦାନ କରି ରାଜ୍ୟର ଶକ୍ତି ଉତ୍ପାଦନ ଓ ଯୋଗାଣରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି।
ଲୋକସେବା ଭବନ ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଉପ ମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ଏବଂ ଶକ୍ତି ମନ୍ତ୍ରୀ କନକ ବର୍ଦ୍ଧନ ସିଂହ ଦେଓ ଏହି ଅବସରରେ ଉପସ୍ଥିତ ଥିଲେ।
କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ପ୍ରମୁଖ ଶାସନ ସଚିବ ଡକ୍ଟର ଅରବିନ୍ଦ ପାଢ଼ୀ ଏବଂ ଶକ୍ତି ବିଭାଗ ପକ୍ଷରୁ ପ୍ରମୁଖ ଶାସନ ସଚିବ ବିଶାଲ କୁମାର ଦେବ ମୁଖ୍ୟମନ୍ତ୍ରୀଙ୍କୁ ଏହି ଚେକ୍‍ ପ୍ରଦାନ କରିଥିଲେ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe