ବିଧାନସଭାରେ ଉଠିଲା ବରଗଡ଼ ଜିଲ୍ଲାର ବିଭିନ୍ନ ସମସ୍ୟା ପ୍ରସଙ୍ଗ

Advertisment
ପୁଣି ନିର୍ଦ୍ଧାରିତ ସମୟ ପୂର୍ବରୁ ସରିଲା ବିଧାନସଭା ଅଧିବେଶନ

odishaassembly.nic.in

ବରଗଡ଼ : ବିଧାନସଭାରେ ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ ବରଗଡ଼ ଜିଲ୍ଲାର ବିଭିନ୍ନ ପ୍ରସଂଗ ଉଠାଇଛନ୍ତି। ବରଗଡ଼-ନୂଆପଡ଼ା ରେଳଲାଇନ୍‌ର ସ୍ଥିତି ନେଇ ଶ୍ରୀ ଆଚାର୍ଯ୍ୟ ମନ୍ତ୍ରୀ ଟୁକୁନି ସାହୁଙ୍କୁ ପ୍ରଶ୍ନ କରିଥିଲେ। ଏହି ରେଳପ୍ରକଳ୍ପର ଡିପିଆର୍‌ ନେଇ କ'ଣ ପଦକ୍ଷେପ ରହିଛି ବୋଲି ସେ ପ୍ରଶ୍ନ କରିଥିଲେ। ଜବାବରେ, ରେଲୱେ ବୋର୍ଡ ଏହି ପ୍ରକଳ୍ପ ପାଇଁ ଓରିଡିଏଲ୍‌କୁ ଡିପିଆର୍‌ ପ୍ରସ୍ତୁତି ଦାୟିତ୍ବ ଦେଇଥିବା ମନ୍ତ୍ରୀ ଉତ୍ତର ରଖିଥିଲେ। ଡିପିଆର୍‌ ପ୍ରସ୍ତୁତ ହୋଇ ଏହାର ସମୀକ୍ଷା ପରେ କେନ୍ଦ୍ର ରେଳମନ୍ତ୍ରଣାଳୟ ପାଖରେ ‌ଦାଖଲ ପାଇଁ ପ୍ରସ୍ତୁତି ଚାଲିଥିବା ମନ୍ତ୍ରୀ ଶ୍ରୀମତୀ ସାହୁ ଜଣାଇଥିଲେ।

ଅନ୍ୟପକ୍ଷରେ,  ବରଗଡ଼ରେ ନିର୍ମାଣାଧିନ କ୍ୟାନସର ହସ୍ପିଟାଲ ପରିଚାଳନା ପାଇଁ ବିଭିନ୍ନ ପଦବୀ ସୃଷ୍ଟି ପାଇଁ କଣ ଯୋଜନା ରହିଛି ବୋଲି ବିଧାୟକ ଶ୍ରୀ ଆଚାର୍ଯ୍ୟ ପ୍ରଶ୍ନ ରଖିଥିଲେ। ଉତ୍ତରରେ ସ୍ୱାସ୍ଥ୍ୟମନ୍ତ୍ରୀ ନିରଞ୍ଜନ ପୂଜାରୀ  ୨୦୨୩ ଡିସେମ୍ବରରୁ ୨୦୨୪ ଫେବୃୟାରୀ ପର୍ଯ୍ୟନ୍ତ ସମସ୍ତ କର୍ମଚାରୀ ପଦବୀ ସୃଷ୍ଟି କରାଯାଇ ପୂରଣ ହେବ ବୋଲି ଉଲ୍ଲେଖ କରିଥିଲେ।  ବରଗଡ଼ ସହରର ଡ୍ରେନେଜ ବ୍ୟବସ୍ଥା ଏବଂ ପ୍ରଦୂଷଣ ସମସ୍ୟା ପ୍ରସଂଗ ମଧ୍ୟ ବିଧାୟକ ଶ୍ରୀ ଆଚାର୍ଯ୍ୟ ଉତ୍‌ଥାନ କରିଥିଲେ। ବିଭାଗୀୟ ମନ୍ତ୍ରୀମାନେ ଏନେଇ ଉଚିତ୍‌ ପଦକ୍ଷେପ ନିଆଯିବ ବୋଲି ଗୃହରେ ସୂଚନା ରଖିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe