ସିନାପାଲି: ସିନାପାଲି ବ୍ଲକ୍ ଅନ୍ତର୍ଗତ ମାଓ ଅଧ୍ୟୁଷିତ ଅଞ୍ଚଳର ବିଭିନ୍ନ ପଞ୍ଚାୟତରେ ବିଭିନ୍ନ ପ୍ରକଳ୍ପର ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହୋଇଛି। ନୂଆପଡ଼ା ଜିଲ୍ଲାପାଳ ସ୍ବଧାଦେବ ସିଂହ ଓ ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀ ପ୍ରକଳ୍ପ ଗୁଡ଼ିକର ଲୋକାର୍ପଣ କରିଛନ୍ତି। ଘାଟମାଲ ପଞ୍ଚାୟତ ପୋଡ଼ାପଦର ଠାରେ ଗ୍ରାମୀଣ ବଜାର ଓ ମିସନ ଶକ୍ତି ଗୃହ, ନୂଆମାଲପଡ଼ା ପଞ୍ଚାୟତ ନୂଆମାଲପଡା ଠାରେ ଗ୍ରାମୀଣ ବଜାର, ଖଇରପଦର ଠାରେ ଗ୍ରାମୀଣ ବଜାର ଓ ରାନୀମୁଣ୍ତା ଠାରେ ଗ୍ରାମୀଣ ବଜାର ଓ ରୁରାଲ୍ ପାର୍କ ଲୋକାର୍ପିତ ହୋଇଛି।
କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସିନାପାଲି ବ୍ଲକ୍ ଅଧ୍ୟକ୍ଷା ମାଧୁରୀ ମାଝୀ, ଉପାଧ୍ୟକ୍ଷା ମୀନା ଘିଭେଲା, ବିଡିଓ ସଦାଶିବ ନାୟକ, ଜିଲ୍ଲା ପରିଷଦ ସଦସ୍ୟା ପୁଷ୍ପାଞ୍ଜଳି ଗୁଆଲ, ଯାଜ୍ଞସେନୀ କଟା, ଘାଟମାଲ ସରପଞ୍ଚ ଟେକରାମ ମାଝୀ, ନୂଆମାଲପଡ଼ା ସରପଞ୍ଚ ବନୀତା ପୋଢ଼, ଖଇରପଦ ସରପଞ୍ଚ ଉନାତୀ ମାଝୀ, ରାନୀମୁଣ୍ତା ସରପଞ୍ଚ ଦେବବ୍ରତ ସୂପକାର ଓ ସମିତିସଭ୍ୟା ସୁଶୀଲା ଚିନ୍ଦାଙ୍କ ସମେତ ପୂର୍ବ ଜିଲ୍ଲା ପରିଷଦ ସଭ୍ୟ ଲିଙ୍ଗରାଜ ଘିଭେଲା, ଗିରିରାଜ ମାଝୀ, ସିନାପାଲି ବ୍ଲକ କଂଗ୍ରେସ କମିଟି ସଭାପତି ଜୟପାଲ ନାଗ ପ୍ରମୁଖ ଉପସ୍ଥିତ ଥିଲେ।
Follow Us