ଦୀର୍ଘ ୫ ବର୍ଷ ହେଲା ବସୁଧା ପ୍ରକଳ୍ପ ଅଧାଗଢ଼ା: ପାନୀୟ ଜଳ ପାଇଁ ମହିଳା ହନ୍ତସନ୍ତ

ସକାଳ ହେଲେ ଗୋଟିଏ ନଳକୂପ ସମ୍ମୁଖରେ ପାନୀୟ ଜଳ ପାଇଁ ମହିଳାଙ୍କ ପ୍ରତିଯୋଗିତା ଦେଖିବାକୁ ମିଳୁଛି । ହେଲେ ଦୀର୍ଘ ୫ ବର୍ଷ ହେଲା ନିର୍ମାଣ ଚାଲିଛି ବସୁଧା ପ୍ରକଳ୍ପ।ସତେ ଯେପରି ଗରିବଙ୍କୁ ଛିଡା ହୋଇ ଉପହାସ କରୁଛି ସୂଚନା ଫଳକ ବିହୀନ ବସୁଧା ପ୍ରକଳ୍ପ ...

ଅଦ୍ୟତନ ହୋଇଛି
women struggle for drinking water

women struggle for drinking water Photograph: (sambad.in)

ରାଇରଙ୍ଗପୁର: ସକାଳ ହେଲେ ଗୋଟିଏ ନଳକୂପ ସମ୍ମୁଖରେ ପାନୀୟ ଜଳ ପାଇଁ ମହିଳାଙ୍କ ପ୍ରତିଯୋଗିତା ଦେଖିବାକୁ ମିଳୁଛି । ହେଲେ ଦୀର୍ଘ ୫ ବର୍ଷ ହେଲା ନିର୍ମାଣ ଚାଲିଛି ବସୁଧା ପ୍ରକଳ୍ପ। ସତେ ଯେପରି ଗରିବଙ୍କୁ ଛିଡା ହୋଇ ଉପହାସ କରୁଛି ସୂଚନା ଫଳକ ବିହୀନ ବସୁଧା ପ୍ରକଳ୍ପ ।

କେତେ ବେଳେ ପ୍ରତିଯୋଗିତାରେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ମହିଳା ପାଉଛନ୍ତି ଗ୍ରାମ ନଳକୂପ ଜଳ ତ ଅନ୍ୟ ମହିଲାମାନେ ଗାଁ ନିକଟରେ ଥିବା ପଟାସ ଜଙ୍ଗଲ ଭିତରେ ଗାଡ଼ିଆ ଜଳ ଆଣି ଦୂର କରୁଛନ୍ତି ପରିବାରର ଜଳ କଷ୍ଟ। ବାରମ୍ବାର ଜିଲ୍ଲାପାଳଙ୍କୁ ଅଭିଯୋଗ ପରେ ବି କୌଣସି ପଦକ୍ଷେପ ନେଉ ନଥିବା ପରିଲକ୍ଷିତ ହୋଇଛି।

ଏଭଳି ଜଳ କଷ୍ଟ ଦୃଶ୍ୟ ସାମ୍ନାକୁ ଆସିଛି ଆଦିବାସୀ ଅଧ୍ୟୁଷିତ ମୟୂରଭଞ୍ଜ ଜିଲ୍ଲା ବହଳଦା ବ୍ଲକ ଅନ୍ତର୍ଗତ ଗମ୍ଭାରିଆ ଗ୍ରାମ ପଞ୍ଚାୟତର ଦୁମାଡି  ଗ୍ରାମରେ ।

ତେବେ ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ ରାଇରଙ୍ଗପୁର ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ବହଳଦା ଜଳ ଯୋଗାଣ ଅଧୀନସ୍ଥ ଗମ୍ଭାରିଆ ଗ୍ରାପର ଦୁମାଡିହି ଗ୍ରାମରେ ଦୀର୍ଘ ପାଞ୍ଚ ବର୍ଷ ହେଲା ବସୁଧା ଟାଙ୍କି ନିର୍ମାଣ ଚାଲିଛି । ମାତ୍ର ଅଧିକାରୀଙ୍କ ଅପାରଗତା ଓ ଦାୟିତ୍ୱହୀନତା ପାଇଁ  ପ୍ରକଳ୍ପ କାର୍ଯ୍ୟ ସରିନି ।

ଗ୍ରାମରେ ଲମ୍ବାଲମ୍ବା ପାଇପ ବିଛାଯାଇ ଦୀର୍ଘ ୫ ବର୍ଷ ହେଲା ଅଧପନ୍ତରିଆ ହୋଇ ପଡିରହିଛି।  ଗ୍ରାମର ୧୫୦ରୁ ଉର୍ଦ୍ଧ୍ବ ପରିବାର ପାଇଁ ଗୋଟିଏ ନଳକୂପ। ଯେଉଁଠୁ ତିନି ଗରା କି ବାଲଟି ପାଣି ବାହାରିଲେ ପାଣି ସରିଯାଏ । ଯାହାକୁ ନେଇ ପ୍ରତିଯୋଗିତା ହୋଇଥାଏ ।

ସେତିକିରେ ସରେନାହିଁ ଦୁର୍ଗମବାସୀଙ୍କ ଦୁଃଖ ଏଠି ଏକ କିଲୋମିଟର ନାଲିମାଟିର ରାସ୍ତା ସାଜିଛି ୧୫୦ ରୁ ଉର୍ଦ୍ଧ ପରିବାରର ମୁଖ୍ୟ ଲାଇଫ ଲାଇନ। ତେବେ ସରକାର ଲୋକଙ୍କ ଜଳ କଷ୍ଟ ଦୂର କରିବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ମାତ୍ର ଅଧିକାରୀ ଓ ଠିକାଦାରଙ୍କ ମନମୁଖୀ କାର୍ଯ ପାଇଁ ଗ୍ରାମର ହଜାର ହଜାର ଲୋକେ ଭୋଗୁଛନ୍ତି ଜଳ ଦୁର୍ଦ୍ଦଶା ।

ଅଧିକ ପଢ଼ନ୍ତୁ: ସୁଟଆଉଟରେ ନେଦରଲ୍ୟାଣ୍ଡକୁ ପରାସ୍ତ କଲା ଭାରତ

ତେବେ ଶୁଦ୍ଧ ପାନୀୟ ଜଳ ଟୋପାଏ ପାଇଁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ବିଭାଗ କାହିଁକି ଦାୟିତ୍ୱହୀନ ସାଜି ବସିଛି ବୋଲି ପ୍ରଶ୍ନ ଉଠାଇଛନ୍ତି ଗ୍ରାମବାସୀ,ଏ ସମ୍ପର୍କରେ ବହଳଦା ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କୁ କାହିଁକି ପ୍ରକଳ୍ପ କାର୍ଯ୍ୟ ସରିନାହିଁ ବୋଲି ଯୋଗାଯୋଗ କରିବାରୁ କୌଣସି ସନ୍ତୋଷ ଜନକ ଉତ୍ତର ମିଳି ନଥିଲା ।

ତେବେ କୋଟି କୋଟି ଟଙ୍କାର ବସୁଧା ଟାଙ୍କି କାହା ପାଇଁ ତାହା ବଡ଼ ପ୍ରଶ୍ନ ଏବଂ ଯଦି ସାଧାରଣ ଲୋକଙ୍କ ପାଇଁ ହେଲେ କେବେ ମିଳିବ ବସୁଧାରୁ ପାଣି ତାହା ମଧ୍ୟ ବଡ ପ୍ରଶ୍ନ। ଗ୍ରାମବାସୀ ନୂତନ ସରକାରଙ୍କୁ ଅନୁରୋଧ କରିଛନ୍ତି  ଶୀଘ୍ର ଜଳ ଯାଗାଇବା ପାଇଁ ଏବଂ ମନ୍ଥର ଗତିରେ କାର୍ଯ କରୁଥିବା ଅଧିକାରୀଙ୍କ ଉପରେ କାର୍ଯାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଦାବି କରିଛନ୍ତି ।

ଅଧିକ ପଢ଼ନ୍ତୁ: ୟୁନୁସଙ୍କୁ ହଟାଇବ ବାଂଲାଦେଶର ସେନା ?

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe