ଲକ୍‌ଡାଉନ୍ ବେଳେ ପରୀକ୍ଷାର୍ଥୀଙ୍କ ଘର ବୁଲିଲେ କୁଳପତି

Advertisment

ସୁବିଧା ଅସୁବିଧା ପଚାରି ବୁଝିଲେ

ସୁବିଧା ଅସୁବିଧା ପଚାରି ବୁଝିଲେ

ଲକ୍‌ଡାଉନ୍ ବେଳେ ପରୀକ୍ଷାର୍ଥୀଙ୍କ ଘର ବୁଲିଲେ କୁଳପତି

କୋରାପୁଟ : ସୁନାବେଡ଼ା ସ୍ଥିତ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ ପକ୍ଷରୁ ଶେଷବର୍ଷର ଛାତ୍ରଛାତ୍ରୀମାନେ ଘରେ ବସି ପରୀକ୍ଷା ଦେଉଛନ୍ତି। ବିଭିନ୍ନ ମାଧ୍ୟମରେ ଏହି ପରୀକ୍ଷା ଚାଲିଥିଲା ବେଳେ ଆଜି କୁଳପତି ଆଇ.ରାମବ୍ରହ୍ମମ ଛାତ୍ରଛାତ୍ରୀଙ୍କ ଘରକୁ ଯାଇ ସୁବିଧା, ଅସୁବିଧା ପଚାରି ବୁଝିଛନ୍ତି। କୋରାପୁଟ ଓ ଜୟପୁରରେ ଥିବା ଛାତ୍ରଛାତ୍ରୀଙ୍କ ଘରକୁ କୁଳପତି ପହଞ୍ଚିବା ପରେ ଛାତ୍ରଛାତ୍ରୀ ଓ ସେମାନଙ୍କ ଅଭିଭାବକଙ୍କ ସହ ଆଲୋଚନା କରିଥି‌ଲେ। ଘରେ ପରୀକ୍ଷା ଦେବା ସମୟରେ କଣ ସମସ୍ୟା ହେଉଛି, ଆଉ କଣ ସୁବିଧା ସୁଯୋଗ ବିଶ୍ବବିଦ୍ୟାଳୟ ପକ୍ଷରୁ ଯୋଗାଇ ଦିଆଯାଇପାରିବ ସେଥିନେଇ ପରୀକ୍ଷାର୍ଥୀଙ୍କ ସହ କଥାବାର୍ତ୍ତା କରିଥିଲେ। କୁଳପତି ଏମିତି ପ୍ରାୟ ୧୦ଜଣ ଛାତ୍ରଛାତ୍ରୀଙ୍କ ଘରକୁ ଯାଇ ପରୀକ୍ଷା ନେଇ ସେମାନଙ୍କ ମନରେ ଥିବା ଉତ୍ସାହ ଓ ଅଭିଜ୍ଞତା ସଂପର୍କରେ ଜାଣିବା ସହ ପରୀକ୍ଷା ନେଇ ବହୁ ଉପ‌ାଦେୟ ପରାମର୍ଶ ଦେଇଥିଲେ। ଅପରପକ୍ଷରେ କୁଳପତିଙ୍କୁ ନିଜ ଘରେ ପାଇ ଛାତ୍ରଛାତ୍ରୀମାନେ ବେଶ ଉତ୍ସାହିତ ହୋଇପଡ଼ିଥିଲେ। ସେମା‌ନେ ନିଜ ଅଭିଜ୍ଞତା ବାଣ୍ଟିବା ସହ ପରୀକ୍ଷା ପରିଚାଳନାକୁ ପ୍ରଶଂସା କରିଥିଲେ।

ସୂଚନାଯୋଗ୍ୟ ଯେ, ମହାମାରୀ କରୋନା ପାଇଁ ବିଭିନ୍ନ ବିଶ୍ବବିଦ୍ୟାଳୟ ପରୀକ୍ଷା ବାତିଲ କରିଥିଲା ବେଳେ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ ଏକ ଭିନ୍ନ ଢଙ୍ଗରେ ପରୀକ୍ଷା କରାଉଛି। ଛାତ୍ରଛାତ୍ରୀମାନେ ନଜି ଘରେ ରହି ଏହି ପରୀକ୍ଷା ଦେଉଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe