ଭେକ୍ଟର ଓ ଜଳବାହିତ ରୋଗ ସଚେତନ ପାଇଁ ବୁଲିବ ରଥ, ୩ ମାସ ଧରି ଚାଲିବ ସଚେତନତା

Advertisment
୨୪ରେ ଏସିଆ ପ୍ୟାସିଫିକ୍ ଲିଡର୍ସ ମ୍ୟାଲେରିଆ ନିରାକରଣ ସମ୍ମିଳନୀ

nationalpoliticalmirror.com

ଭୁବନେଶ୍ବର : ମ୍ୟାଲେରିଆ, ଡେଙ୍ଗୁ, ଡାଇରିଆ ଭଳି ଭେକ୍ଟର ଓ ଜଳବାହିତ ରୋଗ ସମ୍ପର୍କରେ ଲୋକଙ୍କୁ ସଚେତନ କରିବା ପାଇଁ ଆଜିଠାରୁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସଚେତନତା ରଥ ବୁଲିବ। ସ୍ବାସ୍ଥ୍ୟ ସଚିବ ଡା.ପ୍ରମୋଦ କୁମ‌ାର ମେହେର୍ଦା ଏହି ସଚେତନତା ରଥର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ସେ ସଚେତନତା ପାଇଁ ପ୍ରସ୍ତୁତ ସୂଚନାପତ୍ର ଓ ପରିଚାଳନା ପ୍ରୋଟୋକଲ୍‌ ପୁସ୍ତିକା ମଧ୍ୟ ଉନ୍ମୋଚିତ କରିଥିଲେ।

ଡା.ମେହେର୍ଦା କହିଲେ, ପ୍ରତିବର୍ଷ ବର୍ଷାଋତୁ ଆରମ୍ଭରୁ ଲୋକଙ୍କୁ ଜଳ ଓ ଭେକ୍ଟର ବାହିତ ରୋଗ ସଂପର୍କରେ ସଚେତନ କରାଯାଇଥାଏ। ପୂର୍ବରୁ ଏହା ୧୫ଦିନ ପାଇଁ ଚାଲୁଥିବା ବେଳେ ଚଳିତବର୍ଷ ଏହାକୁ ୧ମାସ ଓ ପରେ ୩ମାସ ପାଇଁ ଜାରି ରହିବ। ସଚେତନତା କାର୍ଯ୍ୟକ୍ରମରେ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ ବିଶେଷକରି ପଞ୍ଚାୟତିରାଜ, ପାନୀୟ ଜଳ, ବିଦ୍ୟାଳୟ ଓ ଗଣଶିକ୍ଷା, ମହିଳା ଓ ଶିଶୁ କଲ୍ୟାଣ ଓ ଶିଳ୍ପ ଆଦି ବିଭାଗକୁ ସାମିଲ କରାଯାଇଛି। ଏହାସହ ଗାଁ କଲ୍ୟାଣ ସମିତିର କର୍ମକର୍ତା, ଅଙ୍ଗନବାଡ଼ି କର୍ମୀ, ଆଶା କର୍ମୀ ଓ ଶିକ୍ଷକମାନଙ୍କୁ ଏଥିରେ ସାମିଲ କରାଯିବ।

ସେହିପରି ବିହାରରେ ଏନ୍‌ସାଫାଇଲିଟିସ୍ ରୋଗରେ ଅନେକ ଶିଶୁ ମୃତ୍ୟୁବରଣ କରୁଥିବା ବେଳେ ରାଜ୍ୟ ସରକାର ଏଥିପାଇଁ ସଂପୂର୍ଣ୍ଣ ପ୍ରସ୍ତୁତ େବାଲି ସ୍ବାସ୍ଥ୍ୟ ସଚିବ କହିଥିଲେ। ରୋଗର ନିରୂପଣ ପାଇଁ ଥିବା ଗାଇଡଲାଇନ୍‌ଗୁଡ଼ିକ ପାଳନ କରିବା ପାଇଁ ଗାଁ କଲ୍ୟାଣ ସମିତିଠାରୁ ଆରମ୍ଭ କରି ଆଶା କର୍ମୀ ଓ ସ୍ବାସ୍ଥ୍ୟକର୍ମୀମାନଙ୍କୁ ପଠାଯାଇଥିବା ଡା.ମେହେର୍ଦା ସୂଚନା ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ସ୍ବାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀମାେନ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe