ଶକ୍ତି ପରିଚାଳନାରେ ଉତ୍କର୍ଷତା ପାଇଁ ବେଦାନ୍ତ ଆଲୁମିନିୟମକୁ ୨୧ତମ ସିଆଇଆଇ ଜାତୀୟ ପୁରସ୍କାର

Advertisment
ଶକ୍ତି ପରିଚାଳନାରେ ଉତ୍କର୍ଷତା ପାଇଁ ବେଦାନ୍ତ ଆଲୁମିନିୟମକୁ ୨୧ତମ ସିଆଇଆଇ ଜାତୀୟ ପୁରସ୍କାର

ଭବାନୀପାଟଣା : ବେଦାନ୍ତ ଆଲୁମିନିୟମ ଶକ୍ତି ପରିଚାଳନାରେ ଉତ୍କର୍ଷତା ସମ୍ମାନଜନକ ୨୧ତମ ଜାତୀୟ ପୁରସ୍କାରରେ ୫ଟି ପୁରସ୍କାର ଲାଭ କରିଛି । ଏଥିରେ ବେଦାନ୍ତ ଆଲୁମିନିୟମ ଲାଞ୍ଜିଗଡ଼, ଆଲୁମିନା ରିଫାଇନାରୀର “ଉତ୍କୃଷ୍ଟ ଶକ୍ତି ଦକ୍ଷତା ୟୁନିଟ” ଭାବରେ ଏହି ପୁରସ୍କାର ପ୍ରଦାନ କରାଯାଇଛି । ଶକ୍ତି ପରିଚାଳନା କ୍ଷେତ୍ରରେ ଅଭିନବ ସଫଳତା ପାଇଁ “ବାଲ୍‌କୋ”କୁ ଉତ୍କୃଷ୍ଟ ଶକ୍ତି ଦକ୍ଷତା ୟୁନିଟ” ତଥା “ଅଭିନବ ପ୍ରକଳ୍ପ” ପୁରସ୍କାର ପ୍ରଦାନ କରାଯାଇଛି । ବେଦାନ୍ତ ଝାରସୁଗୁଡ଼ାର ଉଭୟ ସ୍ମେଲଟରକୁ “ଶକ୍ତି ଦକ୍ଷତା ୟୁନିଟ୍” ଭାବେ ଚୟନ କରାଯାଇଛି, ସ୍ଥାୟୀ ପ୍ରକ୍ରିୟାର ଉନ୍ନତି ମାଧ୍ୟମରେ ଶକ୍ତି ବ୍ୟବହାର ତଥା ଶକ୍ତି ହ୍ରାସ ପାଇଁ ।

କନ୍‌ଫେଡ଼େରେସନ ଅଫ୍ ଇଣ୍ଡିଆନ୍ ଇଣ୍ଡଷ୍ଟ୍ରିଜ (ସିଆଇଆଇ) ଦ୍ୱାରା ପ୍ରତିଷ୍ଠିତ ଏହି ପୁରସ୍କାର ସଂଗଠନଗୁଡ଼ିକର ଶକ୍ତି ଦକ୍ଷତା ବୃଦ୍ଧି, ଭାରତୀୟ ଶିଳ୍ପର ସ୍ଥାୟୀ ତଥା ଶକ୍ତି ଦକ୍ଷତା ଅଭିବୃଦ୍ଧି ପାଇଁ ନୂତନତା ତଥା ଅଭ୍ୟାସ ଗ୍ରହଣ କରିବା ଲକ୍ଷ୍ୟ ନେଇ ପ୍ରତିଷ୍ଠିତ କରାଯାଇଛି । ପୁରସ୍କାରର ଏହି ସଂସ୍କରଣରେ ୨୫୦ରୁ ଅଧିକ ସଂସ୍ଥା ବିଭିନ୍ନ ଶିଳ୍ପ କ୍ଷେତ୍ର ତଥା ଧାତୁ, ଶକ୍ତି, ସିମେଂଟ, ଇଞ୍ଜିନିୟରିଂ, କାଗଜ, ସ୍ୱୟଂଚାଳିତ ଇତ୍ୟାଦିରୁ ଏଥିରେ ଅଂଶଗ୍ରହଣ କରିଥିଲେ । ଏଥିମଧ୍ୟରୁ ୧୫୪ଟିକୁ ଜୁରୀ ରାଉଣ୍ଡ ମୂଲ୍ୟାଙ୍କନ ପାଇଁ ମନୋନୀତ କରାଯାଇଥିଲା । ଫାଇନାଲିଷ୍ଟ ମାନଙ୍କ ମଧ୍ୟରେ ବେଦାନ୍ତ ଆଲୁମିନିୟମ ୫ଟି ପୁରସ୍କାର ଜିତିଥିବା ‘ଧାତୁ ବିଭାଗ’ର ଏକ ପ୍ରମୁଖ ପ୍ରତିଯୋଗୀ ଭାବେ ନିଜକୁ ପ୍ରତିଷ୍ଠିତ କରିପାରିଛି ।

ପୁରସ୍କାର ବିଷୟରେ ମତପ୍ରକାଶ କରି ଅଜୟ କପୁର, ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ - ଆଲୁମିନିୟମ ଏବଂ ପାୱାର, ବେଦାନ୍ତ ଲିଃ. କହିଲେ, “ବେଦାନ୍ତ ଲିଃ. ଶୂନ୍ୟ କ୍ଷତି, ଶୂନ୍ୟ ବର୍ଜ୍ୟବସ୍ତୁ, ତଥା ଶୂନ୍ୟ ନିଷ୍କାସନ ସହିତ କାର୍ଯ୍ୟକୁ ଅଧିକ ଦକ୍ଷ ଏବଂ ସ୍ଥାୟୀ କରିବା ପାଇଁ ସ୍ମାର୍ଟ କୌଶଳର ଗ୍ରହଣ ପାଇଁ ନିରନ୍ତର ପ୍ରୟାସ ଜାରି ରଖିଛି । ଆମେ ସର୍ବୋଚ୍ଚ ଗୁଣବତା ଆଲୁମିନିୟମ, ସବୁଜ ଧାତୁ ଉତ୍ପାଦନ ପ୍ରସ୍ତୁତ କରି ଏକ ପ୍ରମୁଖ ପୂର୍ଣ୍ଣ କ୍ଷେତ୍ରରେ ଭାରତର ଆତ୍ମନିର୍ଭରଶୀଳତା, ମହାକାଶ ଅନୁସନ୍ଧାନଠାରୁ ଆରମ୍ଭ କରି ବିଦ୍ୟୁତିକରଣ ପର୍ଯ୍ୟନ୍ତ ଆମର କର୍ମକ୍ଷେତ୍ର ଜାରି ରଖିଛୁ ତଥା ବିଶ୍ୱରେ ସବୁଠାରୁ ଶକ୍ତି, ଦକ୍ଷ ଆଲୁମିନିୟମ ଉତ୍ପାଦକ ଭାବରେ ଠିଆ ହେବାକୁ ପ୍ରତିଶ୍ରୁତିବଦ୍ଧ । ତେଣୁ ସେ ସବୁକୁ ଦୃଷ୍ଟିରେ ଦେଇ ଆମେ ଆମର ଦାୟିତ୍ୱ ସବୁବେଳେ ପୂରଣ କରିଛୁ ଏକ ଅଧିକ ସ୍ଥାୟୀ ବିଶ୍ୱ ପ୍ରତିଷ୍ଠା ପାଇଁ ।

ବେଦାନ୍ତ ଆଲୁମିନିୟମ ଆଣ୍ଡ ପାୱାର, ବେଦାନ୍ତ ଲିମିଟେଡ଼ର ଏକ ଅଂଶ ଯାହା ଭାରତର ଆଲୁମିନିୟମ ଉତ୍ପାଦନକାରୀ ଦେଶର ବୃହତମ ଘରୋଇ ଶକ୍ତି ଉତ୍ପାଦନକାରୀମାନଙ୍କ ମଧ୍ୟରେ ଅନ୍ୟତମ । ଆର୍ଥିକ ବର୍ଷ ୨୦୧୯-୨୦ରେ ଭାରତର ଆଲୁମିନିୟମ ବାର୍ଷିକ ୧.୯ ମିଲିୟମ ଟନ ଉତ୍ପାଦନ କରି ଏକ କୀର୍ତିମାନ ସ୍ଥାପନ କରିପାରିଛି । ମୂଲ୍ୟଯୁକ୍ତ ଆଲୁମିନିୟମ ଉତ୍ପାଦନଗୁଡ଼ିକରେ ଏହା ଏକ ଅଗ୍ରଣୀ ସଂସ୍ଥା ଅଟେ ଯାହା ମୂଳ ଶିଳ୍ପରେ ଗୁରୁତ୍ୱପୂର୍ଣ୍ଣ ପ୍ରୟୋଗ କରିପାରିଛି । ବିଶ୍ୱସ୍ତରୀୟ ସ୍ମେଲଟର, ପାୱାର ପ୍ଲାଂଟ ଏବଂ ଆଲୁମିନା ରିଫାଇନାରୀ ସମଗ୍ର ଭାରତ ବର୍ଷରେ ବ୍ୟାପକ କରିବା ସହିତ ଏକ ସବୁଜ ଆଲୁମିନିୟମର ଉଦୀୟମାନ ପ୍ରୟୋଗକୁ “ମେଟାଲ ଅଫ୍ ଫ୍ୟୁଚର”ର ସ୍ଲୋଗାନରେ ସାମିଲ କରି ବେଦାନ୍ତ ଆଲୁମିନିୟମ ଏହାର ଅଭିଯାନକୁ ସଫଳ କରିପାରିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe