ମେକ୍‌ ଇନ୍‌ ଓଡ଼ିଶାରେ ବେଦାନ୍ତ ଆଲୁମିନିୟମ ଷ୍ଟଲ୍‌ ଖୋଲିବ

Advertisment
ମେକ୍‌ ଇନ୍‌ ଓଡ଼ିଶାରେ ବେଦାନ୍ତ ଆଲୁମିନିୟମ ଷ୍ଟଲ୍‌ ଖୋଲିବ

ଭୁବନେଶ୍ୱର : ଭୁବନେଶ୍ୱରର ଜନତା ମଇଦାନରେ ହେବାକୁ ଥିବା ମେକ୍‌ ଇନ୍‌ ଓଡ଼ିଶା ୨୦୨୨ ସମ୍ମିଳନୀରେ ବେଦାନ୍ତ ଆଲୁମିନିୟମର ଷ୍ଟଲ ଖୋଲିବ। କମ୍ପାନି ଏଠାରେ ଏହାର ଉତ୍ପାଦନର ଉତ୍କର୍ଷକୁ ଉପସ୍ଥାପନ କରିବ। ଅତୀତର କଳା ପ୍ରତିପୋଷଣ ଠାରୁ ଆରମ୍ଭ କରି ଭବିଷ୍ୟତର ଧାତୁରେ ବିନିଯୋଗ ପର୍ଯ୍ୟନ୍ତ ବିଷୟବସ୍ତୁ ବିଭିନ୍ନ ବର୍ଗର ଲୋକଙ୍କୁ ଆକର୍ଷିତ କରିବ । ଛାତ୍ର, ସିଇଓ ବା ଗୃହ ନିର୍ମାଣକାରୀ ସମସ୍ତଙ୍କ ପାଇଁ ଏଠାରୁ ଏକ ସ୍ମରଣୀୟ ଅନୁଭୂତି ମିଳିପାରିବ । କଂପାନି ମଧ୍ୟ ବହୁ ଅଗ୍ରଣୀ ବିଦ୍ୟାଳୟ ଓ କଲେଜକୁ ବିଶେଷ ନିମନ୍ତ୍ରଣ କରିଛି। ବେଦାନ୍ତ ଆଲୁମିନିୟମ ସିଇଓ ରାହୁଲ ଶର୍ମା କହିଛନ୍ତି ଚାରି ବର୍ଷ ପରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମର ଅଂଶ ହୋଇଥିବାରୁ ଆମେ ଆନନ୍ଦିତ। ଓଡ଼ିଶାର ଲୋକ, ଗ୍ରାହକ, ଅଂଶୀଦାର ଓ ସମସ୍ତ ଶୁଭେଚ୍ଛୁମାନଙ୍କୁ ଷ୍ଟଲ ପରିଦର୍ଶନ କରିବାକୁ ସେ ଆମନ୍ତ୍ରଣ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe