ଝାରସୁଗୁଡ଼ା : ଝାରସୁଗୁଡ଼ାସ୍ଥିତ ବେଦାନ୍ତ କାରଖାନାର ସ୍ମେଲ୍ଟର୍ ପରିଚାଳନା ଏବଂ ଉତ୍ପାଦନ କ୍ଷମତା ବୃଦ୍ଧି ପାଇଁ ଡିଜିଟାଲ୍ ସ୍ମେଲ୍ଟର୍ ପ୍ରକଳ୍ପର ନିୟୋଜନ ପାଇଁ ବେଦାନ୍ତ ଏବଂ ଜିଇ ମଧ୍ୟରେ ଚୁକ୍ତିନାମା ସ୍ବାକ୍ଷରିତ ହୋଇଛି। ପ୍ରଥମଥର ପାଇଁ ଭାରତରେ ଏହି ଡିଜିଟାଲ୍ ଟ୍ବିନ୍ ଟେକ୍ନୋଲୋଜି ଏକ ଆଲୁମିନିୟମ୍ ସ୍ମେଲ୍ଟର୍ରେ ନିୟେ ାଜିତ ହେବ, ଯାହାକି ବେଦାନ୍ତର ଦୀର୍ଘକାଳୀନ ଡିଜିଟାଲ୍ ଟ୍ରାନେ୍ସଫରମେସନ୍ର ଏକ ନୂତନ ଯୋଜନା ବୋଲି କୁହାଯାଉଛି। ଏହି ଟେକ୍ନୋଲୋଜି ମାଧ୍ୟମରେ ସ୍ମେଲ୍ଟର୍ର ବିଶିଷ୍ଟ ବିଦ୍ୟୁତ କ୍ଷୟ ଯଥେଷ୍ଟ ପରିମାଣରେ କମ୍ କରାଯାଇ ପାରିବ। ଏହାସହିତ ସ୍ମେଲ୍ଟର୍ର କଞ୍ଚାମାଲ୍ ଉପଯୋଗରେ ହ୍ରାସ, ଆୟୁ ବୃଦ୍ଧି, ଉତ୍ପାଦନ କ୍ଷମତା ବୃଦ୍ଧି, ସୁରକ୍ଷା ଓ ଅପବ୍ୟୟ କମ୍ ହୋଇ ପାରିବ ବୋଲି କମ୍ପାନି ପକ୍ଷରୁ କୁହାଯାଇଛି। ବେଦାନ୍ତ ଆଲୁମିନିୟମ୍ ଓ ପାୱାର ସେକ୍ଟର୍ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଅଜୟ କପୁର ଓ ଜିଇ ଦକ୍ଷିଣ ଏସିଆର ଅଧ୍ୟକ୍ଷ ଯଥା ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ମହେଶ ପଲାସିକର ଏହି ସମୟରେ ଉପସ୍ଥିତ ଥିଲେ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us