ଟ୍ରେନ୍‌ ଦୁର୍ଘଟଣା ପୀଡ଼ିତଙ୍କୁ ବେଦାନ୍ତର ସହାୟତା

Advertisment
ଟ୍ରେନ୍‌ ଦୁର୍ଘଟଣା ପୀଡ଼ିତଙ୍କୁ ବେଦାନ୍ତର ସହାୟତା

Business Standard

ଭୁବନେଶ୍ବର: ବାଲେଶ୍ବରର ବାହାନଗାରେ ଘଟିଥିବା ମର୍ମନ୍ତୁଦ ଟ୍ରେନ୍‌ ଦୁର୍ଘଟଣା‌ର ପୀଡ଼ିତମାନଙ୍କୁ ସାହାଯ୍ୟ କରିବା ଲାଗି ବେଦାନ୍ତ ଆଲୁମିନିୟମ ଆଗେଇ ଆସିଛି। ଉଦ୍ଧାର କାର୍ଯ୍ୟରେ ସାହାଯ୍ୟ କରିବା ଲାଗି ବେଦାନ୍ତର ସହାୟକ ସଂସ୍ଥ‌ା ଫେକର୍‌ର ଟିମ୍ ଘଟଣାସ୍ଥଳରେ ପହଞ୍ଚିଥିଲେ।

କଂପାନିର ସୁରକ୍ଷା ଟିମ୍‌ର ସଦସ୍ୟମାନେ କ୍ଷେତ୍ର ସ୍ଥଳରେ ରହି ସହାୟତା ଯୋଗାଇବା ସହ ଭୋଜନ, ପାନୀୟ ଜଳ, ପୋଷାକ ଓ ଲଜିଷ୍ଟିକ୍ ସହାୟତା ପ୍ରଦାନ କରିଛନ୍ତି। ଆହତଙ୍କୁ ଡାକ୍ତରଖାନା ସ୍ଥାନାନ୍ତର କରିବା ଲାଗି କଂପାନି ବସ୍ ଓ ଆମ୍ବୁଲାନ୍ସର ବ୍ୟବସ୍ଥା କରିଥିଲା। କଂପାନିର ୨୦୦ କର୍ମଚାରୀ ସ୍ବେଚ୍ଛାକୃତ ଭାବେ ରକ୍ତଦାନ କରିଥିଲେ। ଦୁର୍ଘଟଣା ସ୍ଥଳରେ କଂପାନି ଖାଦ୍ୟ ପୁଡ଼ିଆ ଓ ପାନୀୟ ଜଳ ବଣ୍ଟନ କରିଛି। ୫୦୦ରୁ ଅଧିକ ପୋଷାକ ମଧ୍ୟ ପ୍ରଦାନ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe