ସମ୍ବଲପୁର: ପ୍ରଥମଥର ପାଇଁ ଦେଶ ବାହାରେ ଦୁବାଇରେ ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ ପାଳନ କରାଯାଇଛି। ସୋମବାର ଦୁବାଇସ୍ଥିତ ଭାରତୀୟ ବାଣିଜ୍ୟ ଦୂତାବାସରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୬ତମ ଓ ବୀର ସୁରେନ୍ଦ୍ର ସାଏଙ୍କ ୨୧୫ତମ ଜୟନ୍ତୀ ପାଳନ କରା ଯାଇଥିଲା।
ଭାରତୀୟ ବାଣିଜ୍ୟ ରାଷ୍ଟ୍ରଦୂତ ଡ. ଅମନ ପୁରୀଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସେଠାରେ ରହୁଥିବା ପ୍ରବାସୀ ଓଡ଼ିଆମାନେ ଗର୍ବର ସହ ସାମିଲ ହୋଇଥିଲେ। ପ୍ରବାସୀ ଓଡ଼ିଆଙ୍କ ମଧ୍ୟରୁ କ୍ୟାପ୍ଟେନ ସୌମ୍ୟରଂଜନ ପଟ୍ଟନାୟକ ଏବଂ ପ୍ରିୟଦର୍ଶୀ ପାଣିଗ୍ରାହୀ ପ୍ରମୁଖ ଉଭୟ ବୀର ସଂଗ୍ରାମୀଙ୍କ ବୀରତ୍ବର ସ୍ମୃତିଚାରଣ କରିଥିଲେ।
Follow Us