ଜୁଲାଇ ୧୫ରୁ ୧୯ ଭିମସାର୍ ବନ୍ଦ; କେବଳ କାଜୁଆଲଟି ଏବଂ ଜରୁରୀ ଅସ୍ତ୍ରୋପଚାର ସେବାକୁ ଅନୁମତି

Advertisment
ଜୁଲାଇ ୧୫ରୁ ୧୯ ଭିମସାର୍ ବନ୍ଦ; କେବଳ କାଜୁଆଲଟି ଏବଂ ଜରୁରୀ ଅସ୍ତ୍ରୋପଚାର ସେବାକୁ ଅନୁମତି

ସମ୍ବଲପୁର: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ବୁର୍ଲା ବୀର ସୁରେନ୍ଦ୍ର ସାଏ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ମେଡିକାଲ ସାଇନ୍‌ସ ଆଣ୍ଡ ରିସର୍ଚ୍ଚ (ଭିମସାର)କୁ ଜୁଲାଇ ୧୫ରୁ ୧୯  ପର୍ଯ୍ୟନ୍ତ ବନ୍ଦ ରଖିବାକୁ ଘୋଷଣା କରିଛନ୍ତି। ଏହି ବନ୍ଦ ସମୟରେ ମେଡିକାଲରେ ନିମ୍ନଲିଖିତ ସେବା ଉପରେ ପ୍ରତିବନ୍ଧକ ରହିବା ସହିତ ଏସବୁ ସେବା ଜାରି ରହିବ।

୧- ହସ୍ପିଟାଲର ସମସ୍ତ ରୁଟିନ୍‌ ଓପିଡି ଗୁଡିକକୁ ବନ୍ଦ ରଖାଯିବ।
୨. ସମସ୍ତ ରୁଟିନ୍‌ ସର୍ଜରୀ ବନ୍ଦ ରହିବ।
୩. ୧୫ରୁ ୧୯ ବନ୍ଦ ସମୟରେ କାଜୁଆଲିଟି ଏବଂ ଜରୁରୀକାଳୀନ ଅସ୍ତ୍ରୋପଚାର ସେବା ଯୋଗାଇବାକୁ  ଅନୁମତି ଦିଆଯାଇଛି ।
୪- କେବଳ ରେଫରାଲ୍‌ ଏବଂ ଜରୁରୀକାଳୀନ ସେବା ଆବଶ୍ୟକ କରୁଥିବା ରୋଗୀଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯିବ ।
୫- ଭିମ୍‌ସାର ପରିସରର ପରିମଳ ବ୍ୟବସ୍ଥା ଅଗ୍ନିଶମ ବିଭାଗ ଦ୍ୱାରା କରାଯିବ।
୬- ରୋଗୀ ସହିତ କେବଳ ଜଣଙ୍କୁ ରହିବାକୁ ଅନୁମତି ଦିଆଯିବ।
୭- ସମସ୍ତ କର୍ମଚାରୀ, ରୋଗୀ ଏବଂ ରୋଗୀ ସହିତ ଥିବା ସହାୟକଙ୍କ ପାଇଁ ଡାକ୍ତରଖାନା ପରିସରରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି।
୮ - କୋଭିଡ- ୧୯ର ସଠିକ୍‌ ସଂକ୍ରମଣ ନିବାରଣ ପ୍ରୋଟୋକଲ୍‌ ସବୁ ସ୍ତରରେ ନିଶ୍ଚିତ ହେବ।

ସମ୍ବଲପୁରରେ ଏଯାବତ ୧୧୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିସହିତ ୨୩ଜଣ ରୋଗୀ କରୋନାରେ ସଂକ୍ରମିତ ହୋଇ କୋଭିଡ ହସ୍ପିଟାଲ୍‌ରେ ଚିକିତ୍ସିତ ହେବା ପରେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏବେ ସମ୍ବଲପୁରରେ ୯୨ଟି ସକ୍ରିୟ କରୋନା ମାମଲା ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe