ଅନ୍ତର୍ଜାତୀୟ ଖବରରେ ବୀର ସୁରେନ୍ଦ୍ର ସାଏ, ଗଲ୍‌ଫ ନ୍ୟୁଜ୍‌ ଓ ଖଲିଜ୍ ଟାଇମ୍‌ରେ ବିସ୍ତୃତ ରିପୋର୍ଟ

Advertisment
ଅନ୍ତର୍ଜାତୀୟ ଖବରରେ ବୀର ସୁରେନ୍ଦ୍ର ସାଏ, ଗଲ୍‌ଫ ନ୍ୟୁଜ୍‌ ଓ ଖଲିଜ୍ ଟାଇମ୍‌ରେ ବିସ୍ତୃତ ରିପୋର୍ଟ

ସମ୍ବଲପୁର: ପ୍ରଥମଥର ପାଇଁ ବିଦେଶୀ ଗଣମାଧ୍ୟମର ପୃଷ୍ଠା ମଣ୍ଡନ କରିଛନ୍ତି ଭାରତର ମହାନ ସ୍ବାଧୀନତା ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏ। ଦୁବାଇରୁ ପ୍ରକାଶିତ ଦୁଇଟି ପ୍ରମୁଖ ଅନ୍ତର୍ଜାତୀୟ ଇଂରାଜୀ ଖବର କାଗଜ ‘ଗଲ୍‌ଫ ନିଉଜ୍ ଓ ‘ଖଲିଜ୍ ଟାଇମ୍‌ସ’ ୨୧୨ତମ ଜୟନ୍ତୀ ଅବସରରେ ସୁରେନ୍ଦ୍ର ସାଏଙ୍କ ସଂପର୍କରେ ଆଲେଖ୍ୟ ପ୍ରକାଶ କରିଛନ୍ତି। ଚଳିତ ବର୍ଷ ୟୁଏଇର ପ୍ରବାସୀ ଓଡ଼ିଆ ସଂପ୍ରଦାୟ ପକ୍ଷରୁ ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ ପାଳନ କରାଯାଇଥିଲା। ଏହାପରେ ଆନ୍ତର୍ଜାତିକ ସମ୍ବାଦପତ୍ର ଦ୍ବୟ ଜୟନ୍ତୀ ପାଳନ ସଂପର୍କରେ ଖବର ପ୍ରକାଶ କରିବା ସହ ବୀର ସୁରେନ୍ଦ୍ର ସାଏଙ୍କ ଜୀବନୀ ସଂପର୍କରେ ପ୍ରକାଶ କରିଛନ୍ତି। ଖଲିଜ୍‌ ଟାଇମ୍‌ସ ଲେଖିଛି ‘ଓଡ଼ିଶାର ସମ୍ବଲପୁର ଅଞ୍ଚଳର ଗୌରବ ବୀର ସୁରେନ୍ଦ୍ର ସାଏ ବ୍ରିଟିସ୍‌ ସରକାରଙ୍କ ବିରୋଧରେ ଜଣେ ସାଲିସବିହୀନ ଯୋଦ୍ଧା ଥିଲେ। ମାତ୍ର ୧୮ ବର୍ଷ ବୟସରେ ୧୮୨୭ରୁ ତାଙ୍କର ସଂଗ୍ରାମ ଆରମ୍ଭ ହୋଇ ୧୮୬୪ ପର୍ଯ୍ୟନ୍ତ ଜାରି ରହିଥିଲା। ସେ ଦୀର୍ଘ ୩୭ ବର୍ଷ କାଳ ଜେଲ୍‌ରେ ରହିଥିଲେ; ଯାହା ସାରା ବିଶ୍ବରେ ‌େଯକୌଣସି ସ୍ବାଧୀନତା ସଂଗ୍ରାମୀ କ୍ଷେତ୍ରରେ ସର୍ବାଧିକ ବୋଲି ଖଲିଜ୍ ଟାଇମ୍‌ ଉଲ୍ଲେଖ କରିଛି।

publive-image

ସେହିପରି ଗଲ୍‌ଫ ନ୍ୟୁଜ୍‌ ମଧ୍ୟ ଜନ୍ମଠାରୁ ମୃତ୍ୟୁ ପର୍ଯ୍ୟନ୍ତ ସୁରେନ୍ଦ୍ର ସାଏଙ୍କ ସଂଗ୍ରାମର କାହାଣୀ ବିସ୍ତୃତ ଭାବେ ବର୍ଣ୍ଣନା କରିଛି। ବିଦେଶରେ ରହୁଥିବା ପ୍ରବାସୀ ଭାରତୀୟଙ୍କୁ ନେଇ ଗଠିତ ଅନୁଷ୍ଠାନ ଗୁଡ୍ (ଗ୍ଲୋବାଲ ଓଡ଼ିଆଜ୍‌ ଫର୍‌ ଓଡ଼ିଶା ଡେଭେଲପମେଣ୍ଟ)ର ଉଦ୍ୟମରେ ଦୁବାଇରେ ଜୟନ୍ତୀ ପାଳନ କରି ସୁରେନ୍ଦ୍ର ସାଏଙ୍କୁ ବିଦେଶରେ ପରିଚିତ କରିବା ଉଦ୍ୟମକୁ ସମସ୍ତେ ପ୍ରଶଂସା କରିଛନ୍ତି। ଏ ସଂପର୍କରେ ‘ଗୁଡ୍‌’ର ସଦସ୍ୟ ସୌମ୍ୟରଂଜନ ପଟ୍ଟନାୟକ କହିଛନ୍ତି ଯେ ଆମେ ନିଜ ଇତିହାସର ନାୟକମାନଙ୍କୁ ମନେ ପକାଇବା ଓ ସମ୍ମାନ ଦେବା ଆବଶ୍ୟକ। ଅନ୍ୟତମ ସଦସ୍ୟ ପ୍ରିୟଦର୍ଶୀ ପାଣିଗ୍ରାହୀ କହିଛନ୍ତି, ସୁରେନ୍ଦ୍ର ସାଏଙ୍କ ବୀରତ୍ବ ପିଲାବେଳୁ ମୋତେ ପ୍ରଭାବିତ କରିଛି। ବିଶ୍ବର ଯେକୌଣସି ସ୍ବାଧୀନତା ସଂଗ୍ରାମୀଙ୍କ ତୁଳନାରେ ଅଧିକ ଦୀର୍ଘ ୩୭ ବର୍ଷ ଜେଲ୍‌ରେ ରହିଥିବା ସୁରେନ୍ଦ୍ର ସାଏଙ୍କ ବିଷୟରେ ‌ସାରା ବିଶ୍ବ ଜାଣିବା ଜରୁରୀ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe