ବନ୍ୟା ଯୋଗୁ ପରିବା ଦର ଆକାଶଛୁଆଁ

ବନ୍ୟା ଯୋଗୁ ପରିବା ଦର ଆକାଶଛୁଆଁ

କୋରେଇ : ବୈତରଣୀ ନଦୀରେ ଦୁଇଥର ବନ୍ୟା ଆସିବା ଫଳରେ କୋରେଇ ବ୍ଲକ୍‌ର ବହୁ ପରିବା କ୍ଷେତ ଉଜୁଡ଼ି ଯାଇଛି। ବନ୍ୟା ପରେ ସ୍ଥାନୀୟ ଅଞ୍ଚଳର ପରିବା ଚା‌ଷ ନଷ୍ଟ ହୋଇଯାଇଥିବା ବେଳେ ଲୋକମାନେ ଏବେ ଜିଲ୍ଲା ତଥା ରାଜ୍ୟ ବାହାର ପରିବା ଉପରେ ନିର୍ଭର କରୁଛନ୍ତି। ଫଳରେ ସବୁ ପରିବା ଦର ବୃଦ୍ଧି ପାଇଛି। ଯାହା କିଣିଲେ କେଜି ପ୍ରତି ୫୦ ଟଙ୍କାରୁ ଅଧିକ ରହିଛି। ଏହାକୁ ନେଇ ଗରିବ ଓ ମଧ୍ୟବିତ୍ତ ପରିବାର ଚିନ୍ତାରେ ପଡ଼ିଛନ୍ତି।

ପ୍ରକାଶ ଯେ, ବୈତରରଣୀ ନଦୀ କୂଳରେ ଥିବା ବନ୍ଦାଳୋ, ଅମୃତିଆ, ମୁକୁନ୍ଦପୁର ସମେତ ଖରସ୍ରୋତା କୂଳରେ ଥିବା ତଣ୍ତରା, ବଡ଼ବିରୁଆଁ ଓ ଗୋଳେଇପୁର ଆଦି ପଞ୍ଚାୟତରେ ପରିବା ଚାଷ ହୋଇଥାଏ। ଦୁଇ ଦୁଇଟି ବନ୍ୟା ପରେ ସ୍ଥାନୀୟ ଅଞ୍ଚଳରୁ ଉତ୍ପାଦନ ହେଉଥିବା ବାଇଗଣ, ଟମାଟୋ, କଲରା, ଜହ୍ନି, ପୋଟଳ ଆଦି ପରିବା ନଷ୍ଟ ହୋଇଯାଇଛି। ପଡ଼ୋଶୀ କେନ୍ଦୁଝର ଜିଲ୍ଲାରୁ ମଧ୍ୟ ବହୁ ପରିବା କୋରେଇକୁ ଆମଦାନି ହେଉଥିଲା। ବୈତରଣୀ ବନ୍ୟା ଫଳରେ ତାହା ମଧ୍ୟ ନଷ୍ଟ ହୋଇଛି। ଏବେ ଆନ୍ଧ୍ରପ୍ରଦେଶ ଓ କୋଲକାତାରୁ ସ୍ଥାନୀୟ ବଜାରକୁ ପରିବା ଆସୁଛି। ପରିବା ବେପାରୀଙ୍କୁ ସେଠାରୁ ଉଚ୍ଚ ଦରରେ କିଣିବାକୁ ପଡ଼ୁଥିବାରୁ ଏଠାରେ ମଧ୍ୟ ପରିବା ଦର ବୃଦ୍ଧି ପାଉଛି। ଗ୍ରାହକଙ୍କ ଉପରେ ଏହାର ସିଧାସଳଖ ପ୍ରଭାବ ପଡୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe