Advertisment

ଅନ୍ୟ ରାଜ୍ୟରୁ ଆମଦାନୀ ପରିବା ଶସ୍ତା, ସ୍ଥାନୀୟ ଅଞ୍ଚଳର ଜିନିଷ ମହଙ୍ଗା

Advertisment

ଆଳୁ, ପିଆଜ, ରସୁଣ ଓ ଟମାଟୋ ଦର ଏକ ପ୍ରକାର ଚଳିବ। କିନ୍ତୁ ବାଇଗଣ, ଭେଣ୍ଡି, ଦେଶୀ ପୋଟଳ, ବିନ୍‌ସ, କଞ୍ଚା ଲଙ୍କା, ଛଚିନ୍ଦ୍ରା, କଲରା, ପ୍ରମୁଖ ପନିପରିବା ଆକାଶ ଛୁଆଁ ହୋଇଯାଇଛି।

ଆଳୁ, ପିଆଜ, ରସୁଣ ଓ ଟମାଟୋ ଦର ଏକ ପ୍ରକାର ଚଳିବ। କିନ୍ତୁ ବାଇଗଣ, ଭେଣ୍ଡି, ଦେଶୀ ପୋଟଳ, ବିନ୍‌ସ, କଞ୍ଚା ଲଙ୍କା, ଛଚିନ୍ଦ୍ରା, କଲରା, ପ୍ରମୁଖ ପନିପରିବା ଆକାଶ ଛୁଆଁ ହୋଇଯାଇଛି।

New Project (36)

ଭୁବନେଶ୍ବର: ଆଳୁ, ପିଆଜ, ରସୁଣ ଓ ଟମାଟୋ ଦର ଏକ ପ୍ରକାର ଚଳିବ। କିନ୍ତୁ ବାଇଗଣ, ଭେଣ୍ଡି, ଦେଶୀ ପୋଟଳ, ବିନ୍‌ସ, କଞ୍ଚା ଲଙ୍କା, ଛଚିନ୍ଦ୍ରା, କଲରା, ପ୍ରମୁଖ ପନିପରିବା ଆକାଶ ଛୁଆଁ ହୋଇଯାଇଛି। ଆଶ୍ବିନୀ ମାସରେ ଅଧିକାଂଶ ସ୍ଥାନୀୟ ପରିବା ଦର କିଲୋ ପିଛା ୬୦ ଟଙ୍କା ଉପରକୁ ଥିବା ବେଳେ କାର୍ତ୍ତିକ ମାସ ବେଳକୁ ଲୋକଙ୍କ ଆହୁରି ଚିନ୍ତା ବଢ଼ାଇପାରେ ବୋଲି ଆଶଙ୍କା କରାଯାଉଛି। ସବୁଠାରୁ କ୍ଷୋଭର ବିଷୟ ହେଲା ଯେ, ଆଳୁ, ପିଆଜ, ରସୁଣ ଓ ଟମାଟୋ ବାହାର ରାଜ୍ୟରୁ ଆମଦାନୀ ହେଉଥିଲେ ମଧ୍ୟ ସ୍ଥାନୀୟ ପନିପରିବା ତୁଳନାରେ ଦର କମ୍‌ ରହୁଛି। ଅନ୍ୟପଟରେ ଓଡ଼ିଶାରେ ଉତ୍ପାଦିତ ହେଉଥିବା ପନିପରିବା ଦର ଦେଖି ଗ୍ରାହକଙ୍କ ଚିନ୍ତା ବଢ଼ିଯାଉଛି। 

ଭୁବନେଶ୍ବର ଅନେକ ଗ୍ରାହକଙ୍କ କହିବା ଅନୁସାରେ ବାହାର ରାଜ୍ୟରୁ ଆସୁଥିବା ଆଳୁ କିଲୋ ୨୦ ଟଙ୍କା, ଟମାଟୋ କିଲୋ ୩୦ ଟଙ୍କା, ପିଆଜ କିଲୋ ୩୦ ଟଙ୍କାରେ ମିଳିପାରୁଛି। କିନ୍ତୁ ଭୁବନେଶ୍ବର ଆଖପାଖ ଅଞ୍ଚଳରେ ଉତ୍ପାତନ ହେଉଥିବା ଭେଣ୍ଡି, କାକୁଡ଼ି, ପୋଟଳ, ଛଚିନ୍ଦାର ଦର ୬୦ ଟଙ୍କାରୁ ଉପରକୁ ରହୁଛି। ଭୁବନେଶ୍ବର ୟୁନିଟ୍‌-୧ ହାଟ ତୁଳନାରେ ଅନ୍ୟ ସ୍ଥାନରେ ପରିବା ଚଢ଼ା ଦରରେ ବିକ୍ରି ହେଉଛି। ସବୁ ଲୋକ ତ ୟୁନିଟ-୧ ହାଟକୁ ଯାଇ ପରିବା ଆଣିପାରିବେ ନାହିଁ। ନିଜ ଘର ପାଖରେ ମିଳୁଥିବା ଦୋକାନ ଅଥବା ବଜାରରୁ ଆଣି ଖର୍ଚ୍ଚାନ୍ତ ହେବାକୁ ପଡୁଛି।  

ଟମାଟୋ ଦର କମ ରହିବାର କାରଣ?
ଦେଶରେ ଟମାଟୋ ଉତ୍ପାଦନରେ ଓଡ଼ିଶା ୫ମ ସ୍ଥାନରେ ରହିଛି। ରାଜ୍ୟରେ ଟମାଟୋ ଉତ୍ପାଦନ ନଭେମ୍ବରରୁ ମାର୍ଚ୍ଚ ପର୍ଯ୍ୟନ୍ତ ଭଲ ହୋଇଥାଏ। ଓଡ଼ିଶାରେ ଆବଶ୍ୟକ ଶୀତଳଭଣ୍ଡାର ନଥିବାରୁ ଟମାଟୋ ଉତ୍ପାଦନ ସମୟରେ ବହୁ ପରିମାଣରେ ନଷ୍ଟ ହୋଇଯାଇଥାଏ। ତେଣୁ ବଳକା ସମୟରେ ରାଜ୍ୟବାସୀଙ୍କୁ ଟମାଟୋ ପାଇଁ ଅନ୍ୟ ରାଜ୍ୟ ଉପରେ ନିର୍ଭର କରିବାକୁ ପଡ଼ିଥାଏ। ବିଶେଷ ଭାବରେ ଆନ୍ଧ୍ରପ୍ରଦେଶ ଓ କର୍ଣ୍ଣାଟକରୁ ଓଡ଼ିଶାରକୁ ଟମାଟୋ ଆସିଥାଏ। ଚଳିତ ବର୍ଷ ବର୍ଷା ଯୋଗୁଁ କର୍ଣ୍ଣାଟକ ଓ ଆନ୍ଧ୍ରପ୍ରଦେଶର ଟମାଟୋ ଚାଷୀ କ୍ଷତିଗ୍ରସ୍ତ ହୋଇ ନାହାନ୍ତି। ଏହି କାରଣରୁ ଓଡ଼ିଶାରେ ଏବ‌େ ଟମାଟୋ କିଲୋ ୩୦ ଟଙ୍କାରେ ମିଳିପାରୁଛି। କିନ୍ତୁ ଗତବର୍ଷ ଅକ୍ଟୋବର ମାସରେ ଟମାଟୋ କିଲୋ ୧୩୦ ଟଙ୍କାରେ ପହଞ୍ଚି ଥିଲା। ଏହା କବେଳ ଓଡ଼ିଶାର ସମସ୍ୟା ନଥିଲା, ବରଂ ଦେଶର ଅନ୍ୟ ସ୍ଥାନରେ ମଧ୍ୟ ଟମାଟୋ କିଲୋ ୧୦୦ ଟପିଥିଲା।  

ଆଳୁ କିଲୋ ୫୮ ଟଙ୍କା ଥଲା
ଆଳୁ ଦର ଓଡ଼ିଶାବାସୀଙ୍କୁ ଆଶ୍ବସ୍ତି ଦେଇଛି। ପଡୋଶୀ ପଶ୍ଚିମବଙ୍ଗରୁ ଆମଦାନୀ ହେଉଥିଲେ ମଧ୍ୟ ଏବେ ରାଜ୍ୟରେ ଆଳୁ କିଲୋ ୨୦ ଟଙ୍କାରେ ମିଳିପାରୁଛି। ରୋଷେଇଶାଳର ପ୍ରମୁଖ ପରିବା ଗୃହିଣୀମାନଙ୍କୁ ଆଶ୍ବସ୍ତି ଦେଇଛି। କିନ୍ତୁ ଗତବର୍ଷ ରାଜଧାନୀ ଦିଲ୍ଲୀରେ ଆଳୁ କିଲୋଗ୍ରାମ ପିଛା ୪୦ ଟଙ୍କାକୁ ବୃଦ୍ଧି ପାଇଥିଲା। ଜୁନ୍ ୫ରେ ପାଞ୍ଚଟି ରାଜ୍ୟରେ କିଲୋଗ୍ରାମ ପିଛା ଆଳୁ ୪୦ ଟଙ୍କାରୁ ଅଧିକ ମୂଲ୍ୟରେ ବିକ୍ରି ହୋଇଥିଲା। ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜରେ ସର୍ବାଧିକ ଏହାର ଦାମ୍ ୫୮.୩୩ ଥିଲା। ଏହା ପରେ କେରଳରେ ଏହାର ମୂଲ୍ୟ ୪୭.୨୫ ଟଙ୍କା, ତାମିଲନାଡୁରେ ୪୫.୬୫ ଟଙ୍କା ଥିଲା।  

ଆଶ୍ବସ୍ତି ଦେଇଛି ପିଆଜ
ଗତବର୍ଷ ସେପ୍ଟେମ୍ବର ମାସରେ ପିଆଜି କିଲୋ ପାଖାପାଖି ୫୦ଟଙ୍କାରେ ପହଞ୍ଚି ଥିଲା। ଏବେ କିନ୍ତୁ ଏହାର ଦର ୩୦ଟଙ୍କା। ମହାରାଷ୍ଟ୍ରରେ ପିଆଜ ଚାଷ ପ୍ରଭାବିତ ହୋଇ ନଥିବାରୁ ସେଠାରେ ମଧ୍ୟ ଦର କମ ରହିଛି। ଗତବର୍ଷ ଦିଲ୍ଲୀରେ ପିଆଜ କିଲୋ ୫୩ ଟଙ୍କାକୁ ବୃଦ୍ଧି ପାଇଥିଲା। ମିଜୋରାମରେ ସର୍ବାଧିକ ମୂଲ୍ୟ ୫୩.୩୬ ଟଙ୍କା ଥିଲା। ଆଣ୍ଡାମାନ ଏବଂ ନିକୋବର, ସିକ୍କିମ୍, ନାଗାଲାଣ୍ଡ, ଦିଲ୍ଲୀ, ମେଘାଳୟ ଏବଂ ମଣିପୁର ପିଆଜର ବଢ଼ିଥିଲା। ଆଣ୍ଡାମାନ ଏବଂ ନିକୋବରରେ ପିଆଜର ସର୍ବାଧିକ ମୂଲ୍ୟ କିଲୋଗ୍ରାମ ୬୦.୬୭ ଟଙ୍କା ଥିଲା। 

ଅନେକ ପନିପରିବା ଖୁଚୁରା ଦରରେ କିଲୋଗ୍ରାମ ପିଛା ୬୦ରୁ ୮୦ କିମ୍ବା ତା’ଠାରୁ ଅଧିକ ମୂଲ୍ୟରେ ବିକ୍ରି ହେଉଛି। ପନିପରିବାର ମୂଲ୍ୟ ଅକ୍ଟୋବର ପ୍ରଥମ ସପ୍ତାହ ବେଳକୁ ଆହୁରି ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି। କାରଣ କାର୍ତ୍ତିକ ମାସ ଆରମ୍ଭ ହୋଇଗଲେ ପନିପରିବା ଦରର ଚାହିଦା ବଢ଼ିଯାଇଥାଏ। ଶୀତକାଳୀନ ପରିବା ଚାଷ ଆରମ୍ଭ ହୋଇଯାଇଥିବା ବେଳେ ଫସଲ ଉତ୍ପାଦନ ‌ହୋଇ ବଜାରକୁ ଆସିଲା ବେଳକୁ ସମୟ ଆହୁରି ପ୍ରାୟ ୨ ମାସ ଲାଗିବ।   

ଭୁବନେଶ୍ବର ବଜାରରେ ପରିବା ଦର କିଲୋ ପିଛା

ଆଳୁ ୨୦ ଟଙ୍କା
ପିଆଜ: ୩୦ଟଙ୍କା
ରସୁଣ: ୧୦୦ଟଙ୍କା
ଅଦା: ୧୨୦ଟଙ୍କା
ଟମାଟୋ: ୩୦ ଟଙ୍କା
ଭେଣ୍ଡି: ୮୦ ଟଙ୍କା
ବାଇଗଣ: ୬୦ଟଙ୍କା
ଝୁଡ଼ଙ୍ଗ: ୮୦ ଟଙ୍କା
କଖାରୁ: ୪୦ ଟଙ୍କା
ଅମୃତ ଭଣ୍ଡା: ୨୦ ଟଙ୍କା
ବିନ୍‌ସ: ୮୦ ଟଙ୍କା
କଲରା: ୫୦ ଟଙ୍କା
ପୋଟଳ: ୫୦ଟଙ୍କା
ଦେଶୀ ପୋଟଳ: ୮୦ ଟଙ୍କା
ଗାଜର: ୪୦ ଟଙ୍କା 
ସିମଲା ଲଙ୍କା: ୧୦୦ ଟଙ୍କା
କଞ୍ଚା ଲଙ୍କା: ୧୫୦ ଟଙ୍କା
ସଜନା: ୧୬୦ ଟଙ୍କା
ବନ୍ଧା କୋବି: ୪୦ ଟଙ୍କା
କୋଶଳା ଶାଗ ବିଡ଼ା: ୧୫ଟଙ୍କା

Bhubaneswar

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe