Houston Methodist
ରା.ଉଦୟଗିରି: ଦିନକୁ ଦିନ କରୋନା ମହାମାରୀ କଟକଣା ଯେତେ ହଟୁଛି ସେତେ ହୁ ହୁ ହୋଇ ବଢି ଚାଲିଛି ପନିପରିବା ଦର । ଅତ୍ୟାବଶ୍ୟକ ସାମଗ୍ରୀର ଯେମିତି ଆକାଶଛୁଆଁ ଦର ହୋଇଛି ଘରଣୀମାନଙ୍କୁ ଅଦିନ ଘଡ଼ଘଡ଼ିରେ ରୋଷେଇ ଶାଳରେ ନିଆଁ ଲାଗିଯିବ ଭଳିଆ ମନେ ହେଉଛି | ବାଇଗଣ କିଲୋ ୩୦, ଟମାଟ ୬୦, ପୋଟଳ ୬୦, ସଜନା ଛୁଇଁ ୬୦, କୁନ୍ଦୁରୀ ୫୦, ଜହ୍ନି ୪୦, ବନ୍ଧାକୋବି ୪୦, ଫୁଲକୋବି ୬୦ । ଆଉ ଆଳୁ ପିଆଜ ଦର ନକହିଲେ ଭଲ ହେବ । ଆଳୁ କିଲୋ ୩୫ ଏବଂ ପିଆଜ ୮୦ |
/sambad/media/post_attachments/wp-content/uploads/2020/10/t-216.jpg)
କରୋନା ମହାମାରୀରୁ ଘଟିଥିବା କ୍ଷତିରୁ ଅଣ୍ଟା ସଳଖିଲାବେଳକୁ ଏହି ଅଞ୍ଚଳରେ ହୁତୁହୁତୁ ହୋଇ ଅତ୍ୟାବଶ୍ୟକ ସାମଗ୍ରୀର ଦରବୃଦ୍ଧି ଘଟିବା ରୋଜଗାରିଆଙ୍କ ପାଇଁ ଚିନ୍ତାର କାରଣ ହୋଇଛି। ଆଗକୁ ମାର୍ଗଶୀର ମାସ ଗୁରୁବାର ଆସୁଛି। ସେତେବେଳକୁ ବଜାର ଦରରେ ଯେମିତି ନିଆଁ ଲାଗିଥିବ ଆଉ ରୋଷେଇ ଘରେ ନିଆଁ ଲଗାଇବାକୁ ପଡ଼ିବନି । କ୍ରେତା ମାର୍କେଟରୁ ସିଧାସଳଖ ରନ୍ଧା ଜିନିଷ ଘରକୁ ଧରିକି ଆସିବେ । ଆଉ ଏପଟେ ନିୟନ୍ତ୍ରଣ କରିବାକୁ କେହି ନଥିବାରୁ ବେ-ଲଗାମ ହେବେ ବିକ୍ରେତା ଏହା ଯେମିତି ସ୍ପଷ୍ଟ ହୋଇ ଦେଖାଯାଉଛି। ରା.ଉଦୟଗିରି ସମେତ ଏହାର ପଡ଼ୋଶୀ ବ୍ଲକରେ ମଧ୍ୟ ସମପ୍ରକାର ଅବସ୍ଥା । ଗଜପତି ଜିଲ୍ଲାରେ ରା.ଉଦୟଗିରି ବ୍ଲକରେ ଯେତିକି ସଂଖ୍ୟକ ସରକାରୀ କାର୍ଯ୍ୟାଳୟ ଅଛି ୨ଟି ବ୍ଲକ୍ ମିଶାଇଲେ ସେତିକି କାର୍ଯ୍ୟାଳୟ ହେବ । ଏପରି ସ୍ଥଳେ ଲୋକଙ୍କ ଅତ୍ୟାବଶ୍ୟକ ସାମଗ୍ରୀ ଦର ନିୟନ୍ତ୍ରଣ ପାଇଁ ଯଦି ସାମୟିକ ବ୍ୟବଧାନରେ ସ୍ଥାନୀୟ ମାର୍କେଟିଙ୍ଗ୍ ଅଫିସର ସଚେତନ କରାନ୍ତେ ତେବେ ଖାଉଟି ଆଶ୍ବସ୍ତ ହୁଅନ୍ତେ ।
Follow Us