ଅଡ଼ବା : ସର୍ବଭାରତୀୟ ନିଟ୍ ପରୀକ୍ଷାରେ ଗଜପତି ଜିଲ୍ଲା ଅଡ଼ବାର ଝିଅ ଇଶ୍ରିତା ପଣ୍ଡା କୃତିତ୍ବ ହାସଲ କରିଛନ୍ତି। ଦ୍ବିତୀୟ ଥରରେ ସେ ଏହି ସଫଳତା ହାସଲ କରିଥିବା ପ୍ରକାଶ କରିଛନ୍ତି। ଅଡ଼ବା ରାଧାକୃଷ୍ଣ ସାହି ନିବାସୀ ତଥା ପେସାରେ ପରିବା ବିକାଳି କୃଷ୍ଣଚନ୍ଦ୍ର ପଣ୍ଡାଙ୍କ ଝିଅ ଇଶ୍ରିତା ବ୍ରହ୍ମପୁର ଆର୍ଯ୍ୟଭଟ୍ଟ କୋଚିଂ ଇନଷ୍ଟିଚ୍ୟୁଟ୍ରେ କୋଚିଂ ନେଉଥିଲେ। ମୋଟ ୭୨୦ ମାର୍କରୁ ଇଶ୍ରିତା ୬୨୨ ମାର୍କ ପାଇଥିବା ଜଣାପଡ଼ିଛି। ଏଥିପାଇଁ, ସେ ଦିନକୁ ୧୨ ଘଣ୍ଟାରୁ ଅଧିକ ପରିଶ୍ରମ କରୁଥିଲେ। ନିଜ ଇପ୍ସିତ ଲକ୍ଷ୍ୟ ହାସଲ କରିଥିବାରୁ ସେ ଆତ୍ମସନ୍ତୋଷ ଲାଭ କରିଥିବା କହିଛନ୍ତି। ଏଥିପାଇଁ ସେ ପିତାମାତାଙ୍କ ଆଶୀର୍ବାଦ ଓ ନିଜ ଇନଷ୍ଟିଚ୍ୟୁଟ୍ର ଅଧ୍ୟାପକଙ୍କୁ ଶ୍ରେୟ ପ୍ରଦାନ କରିଛନ୍ତି।
ପରିବା ବିକାଳିଙ୍କ ଝିଅ ଇଶ୍ରିତା ପାଇଲେ ନିଟ୍
Advertisment
Follow Us