Sambad English
ଝାରସୁଗୁଡ଼ା: ଶୂନ୍ୟ ମୃତ୍ୟୁ ସପ୍ତାହ ପାଇଁ ପ୍ରଶାସନ ପକ୍ଷରୁ ଯାନବାହନ ଯାଞ୍ଚ କଡ଼ାକଡ଼ି କରାଯାଉଛି। ଏହି କ୍ରମରେ ବୁଧବାର ମୋଟ୍ ୧୬୨ ଜଣ ଆଇନ୍ ଉଲ୍ଲଂଘନକାରୀଙ୍କଠାରୁ ୭ ଲକ୍ଷ ୫୭ ହଜାର ୨୦ ଟଙ୍କା ଜରିମାନା ଆଦାୟ କରାଯାଇଛି। ବିନା ଡ୍ରାଇଭିଂ ଲାଇସେନ୍ସ, ବିନା ହେଲମେଟ୍, ନିର୍ଦ୍ଧାରିତ ବେଗରୁ ଅଧିକରୁ ବେଗରେ ଗାଡ଼ି ଚଳାଉଥିବାରୁ ଚଲାନ କଟାଯାଇଛି।
ଏହାକୁ ବାଦ୍ ଦେଇ ସିଟ୍ ବେଲଟ ନପିନ୍ଧିବା, ରେଜିଷ୍ଟେସନ ନମ୍ବର ଠିକ୍ରେ ନଲେଖିବା ଓ ଏନଫୋର୍ସମେଣ୍ଟ ଅଥରିଟିଙ୍କ ନିର୍ଦ୍ଦେଶ ଅବମାନନା ଇତ୍ୟାଦି ନିୟମ ଉଲ୍ଲଂଘନ ପାଇଁ ମଧ୍ୟ ଚଲାନ କଟିଥିବା ପରିବହନ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।
Follow Us