ପୋଲ ତଳକୁ ଖସିଲା ଗାଡ଼ି, ୭ ଶ୍ରମିକ ଆହତ

ପୋଲ ତଳକୁ ଖସିଲା ଗାଡ଼ି, ୭ ଶ୍ରମିକ ଆହତ

ଝାରସୁଗୁଡ଼ା : ବଡମାଲ ଥାନା ଅନ୍ତର୍ଗତ ଭଗେଇପାଲି ନାଲାରେ ଶନିବାର ସକାଳେ ଏକ ଯାତ୍ରୀବାହୀ ଟାଟା ମ୍ୟାଜିକ୍‌ ଖସି ପଡ଼ିଥିଲା। ଏଥିରେ ଥିବା ୭ ଜଣ ଶ୍ରମିକ ଆହତ  ହୋଇଛନ୍ତି। ଆହତମାନେ ହେଲେ ଲକ୍ଷ୍ମଣ ବେହେରା(୪୫), ବିଶ୍ୱଜିତ ଘାରା(୪୦), ସୌମେନ୍ଦ୍ର ମିଶ୍ର (୩୦), ଚଣ୍ଡୀଚରଣ ମଣ୍ଡଳ(୪୦), ସୁଶାନ୍ତ ମେତ୍ୟା(୩୮), ସମୀର ଭଟ୍ଟାଚାର୍ଯ୍ୟ(୪୭) ଓ ଶେଖ ମୁଜମ୍ମିଲ ହୁସେନ(୩୭)। ସମସ୍ତ ଆହତଙ୍କୁ ଉଦ୍ଧାର କରାଯାଇ ଚିକିତ୍ସା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଥିବା ଥାନା ଅଧିକାରୀ ଅମିତାଭ ପଣ୍ଡା ସୂଚନା ଦେଇଛନ୍ତି।

ସୂଚନା ଅନୁଯାୟୀ, ସକାଳେ ବେଦାନ୍ତ କାରଖାନାରୁ କାମ ସରିବା ପରେ  ଶ୍ରମିକମାନଙ୍କୁ ନେଇ ଏହି ଟାଟା ମ୍ୟାଜିକଟି ଭୁର୍କାମୁଡା ଗ୍ରାମ ଅଭିମୁଖେ ଯାଉଥିଲା। ତେବେ କୌଣସି କାରଣରୁ ଭଗେଇପାଲି ନାଲା ନିକଟରେ ଭାରସାମ୍ୟ ହରାଇ ମ୍ୟାଜିକ୍‌ଟି ପୋଲ ତଳକୁ ଖସି ପଡିଥିଲା। ସ୍ଥାନୀୟ ଲୋକଙ୍କ ସହାୟତାରେ ବଡମାଲ ପୁଲିସ ଆହତଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe