ଗାଡ଼ି ଧକ୍କାରେ ଯୁବକଙ୍କ ମୃତ୍ୟୁ

ନିଖୋଜ ଯୁବକଙ୍କ ମୃତଦେହ ପଶ୍ଚିମବଙ୍ଗରୁ ଉଦ୍ଧାର

Image Courtesy of NDTV

ଖାରି: ୫୭ ନମ୍ବର ଜାତୀୟ ରାଜପଥର ତରଭା ଥାନା ଅନ୍ତର୍ଗତ ଖାରି-ସୋନପୁର ମଧ୍ୟସ୍ଥ ସିଆଲମୁଣ୍ଡିଏନ ପୋଲ ନିକଟରେ ଏକ ଅଜଣା ଗାଡ଼ି ମାଡ଼ିଯିବାରୁ ଜଣେ ବ୍ୟକ୍ତିଙ୍କ ଶୋଚନୀୟ ମୃତ୍ୟୁ ଘଟିଛି। ମୃତକଙ୍କ ପରିଚୟ ଜଣାପଡ଼ିନାହିଁ। ରବିବାର ରାତିରେ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି। ଭୋର୍‌ ୪ଟା ବେଳେ ଖାରିର ଜନସାଧାରଣ ଏହି ଘଟଣା ଜାଣିବା ପରେ ପୁଲିସକୁ ଖବର ଦେଇଥିଲେ। କୌଣସି ଭାରୀ ଯାନ ଉକ୍ତ ବ୍ୟକ୍ତିଙ୍କ ଉପରେ ଚଢ଼ି ଯାଇଥିବା ଶବର ସ୍ଥିତିରୁ ଜଣାପଡୁଛି। ମୃତକଙ୍କ ମୁଣ୍ଡ, ବାମ ଗୋଡ଼, ବାମ ହାତ ଉପରେ ଗାଡି ଚଢି ଯାଇଛି। ବ୍ୟକ୍ତି ଜଣକ ଏକ ସବୁଜ ରଙ୍ଗର ଲୁଙ୍ଗି ପିନ୍ଧିଥିବା ବେଳେ ଗୋଟିଏ ହଳଦିଆ ରଙ୍ଗର ଗାମୁଛା ନିକଟରେ ପଡିଥିଲା।

ପୁଲିସ ଶବ ଉଦ୍ଧାର କରି ବ୍ୟବଚ୍ଛେଦ କରାଇବା ପରେ ସୋନପୁର ଶବ ସଂରକ୍ଷଣ ଗୃହକୁ ପଠାଇଛି। ସୂଚନାଯୋଗ୍ୟ ଏହି ସିଆଲମୁଣ୍ଡିଏନ ପୋଲ ନିକଟରେ ପ୍ରତି ବର୍ଷ ଏକାଧିକ ଦୁର୍ଘଟଣା ଘଟି ବହୁ ଲୋକ ମୃତ୍ୟୁବରଣ କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe