ଗାଡ଼ି ଧକ୍କାରେ ସାଇକଲ ଚାଳକ ମୃତ

Advertisment
ଥାଲାସେମିଆରେ ଯୁବକ ମୃତ, ବର୍ଷକରେ ଦୁଇ ଭାଇଙ୍କ ଜୀବନ ଗଲା

ThePleasantDream

କୋକସରା: କୋକସରା ଏୟାରଟେଲ ଟାୱାର ନିକଟ ୨୬ନଂ ଜାତୀୟ ରାଜପଥରେ ବୁଧବାର ସକାଳେ ଏକ ଦୁର୍ଘଟଣା ଘଟିଛି। ଏକ ଅଜଣା ଗାଡ଼ି ଧକ୍କାରେ ଜଣେ ସାଇକଲ ଚାଳକଙ୍କ ମୃତ୍ୟୁ ଘଟିଛି। ମୃତକ ଜଣକ କୋକସରା ପଞ୍ଚାୟତ ଚିଲିଗୁଡ଼ା ଗ୍ରାମର ସତ୍ୟାନନ୍ଦ ବାଗ (୭୦) ବୋଲି ଜଣାପଡ଼ିଛି। ବୁଧବାର ସକାଳେ ଚିଲିଗୁଡ଼ାରୁ ସାଇକଲରେ କୋକସରାକୁ ଫେରୁଥିବା ବେଳେ କୌଣସି ଏକ ଅଜଣା ଗାଡ଼ି ତାଙ୍କୁ ଧକ୍କା ଦେଇ ଫେରାର ମାରିଥିଲା। ସ୍ଥାନୀୟ ଲୋକ କୋକସରା ପୁଲିସ୍‌ ଓ ଆମ୍ବୁଲାନ୍ସକୁ ଖବର ଦେବା ପରେ ତାଙ୍କୁ ଉଦ୍ଧାର କରାଯାଇ କୋକସରା ଡାକ୍ତରଖାନାକୁ ନିଆଯାଇଥିଲା।

ପ୍ରାଥମିକ ଚିକିତ୍ସା ପରେ ଭବାନୀପାଟଣା ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ବୁର୍ଲା ନିଆଯାଉଥିବା ବେଳେ କେସିଙ୍ଗା ନିକଟରେ ମୃତ୍ୟୁ ହୋଇଥିଲା। କୋକସରା ପୁଲିସ୍‌ ଏକ ମାମଲା ରୁଜୁକରି ତଦନ୍ତ ଜାରି ରଖିଛି। ଅନ୍ୟପକ୍ଷରେ ଫେରାର ମାରିଥିବା ଗାଡ଼ିକୁ ଧରିବା ପାଇଁ ତଦନ୍ତ ଜାରି ରହିଛି ବୋଲି କୋକସରା ଥାନା ଅଧିକାରୀ ପ୍ରସନ୍ନ ବେହେରା ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe