Image Courtesy of NDTV
ବ୍ରଜରାଜନଗର: ବ୍ରଜରାଜନଗର ଥାନା ଅନ୍ତର୍ଗତ ଅମିତ ଫର୍ଣ୍ଣିଚର ନିକଟରେ ଗତକାଲି ରାତିରେ ଏକ ଅଜଣା ଗାଡ଼ି ଧକ୍କାରେ ଜଣେ ଅଟୋ ଚାଳକଙ୍କ ମୃତ୍ୟୁ ଘଟିଛି। ମୃତ ଅଟୋ ଚାଳକ କେ. ଶ୍ରୀନିବାସ ରାଓ (୪୫) ବୋଲି ଜଣାପଡ଼ିଛି। ସୂଚନାନୁସାରେ କେ.ଶ୍ରୀନିବାସ ରାଓ ନିଜ ଅଟୋ (ଓଆର୍୨୩ଏଫ୍-୪୯୪୬)ରେ ଗତକାଲି ରାତିରେ ଗାନ୍ଧୀଛକରୁ ପାସେଞ୍ଜର ନେଇ ଝାରସୁଗୁଡ଼ାରେ ଛାଡ଼ିଥିଲେ। ସେଠାରେ ଫେରିବା ସମୟରେ ଜାତୀୟ ରାଜପଥ ୪୯ର ଅମିତ ଫର୍ଣ୍ଣିଚର ନିକଟରେ ତାଙ୍କ ଅଟୋକୁ କୌଣସି ଅଜଣା ଗାଡ଼ିକ ଧକ୍କା ଦେଇ ଫେରାର୍ ହୋଇଯାଇଥିଲା।
ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି କେ. ଶ୍ରୀନିବାସ ରାଓଙ୍କୁ ଗୁରୁତର ଅବସ୍ଥାରେ ଝାରସୁଗୁଡ଼ା ଡାକ୍ତରଖାନାକୁ ନେଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏ ନେଇ ପୁଲିସ ଏକ ମାମଲା ରୁଜୁ କରି ଶବ ଜବତ କରିବା ସହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିବା ଏସ୍ଆଇ ଦଶରଥ ଟୁଡୁ ପ୍ରକାଶ କରିଛନ୍ତି।
Follow Us